ଆସନ୍ତୁ ଜାଣିବା କେତେ ପ୍ରକାରର ରହିଛି ସାଲାଡ ଏବଂ ଏହାକୁ ଖାଇବାର ଅନେକ ଫାଇଦା

ସାଲାଡ୍ ଖାଇବା ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭକାରୀ। କିନ୍ତୁ ରାତିରେ ସାଲାଡ୍ ଖାଇଲେ ଅନେକ ସମସ୍ୟା ଉପୁଜିଥାଏ। ଏଣୁ ବିଶେଷଜ୍ଞଙ୍କ ମତ ଅନୁଯାୟୀ ସବୁବେଳେ ଦିନ ସମୟରେ ଭୋଜନରେ ସାଲାଡ଼ ସାମିଲ କରିବା ଦରକାର। କାରଣ ରାତିରେ ସାଲାଡ ଖାଇବା ଦ୍ବାରା ଗ୍ୟାସଷ୍ଟ୍ରିକ୍ ସମସ୍ୟା ଜାତ ହୋଇଥାଏ। ଏଣୁ ଆଜି ଆମେ ଆପଣଙ୍କୁ ବିଭିନ୍ନ ସାଲାଡ ଏବଂ ତାହାକୁ ଖାଇବାର ବିଭିନ୍ନ ଲାଭ ବିଷୟରେ କହିବାକୁ ଯାଉଛୁ।

salad

ଗ୍ରିନ୍ ବା ସବୁଜ ସାଲାଡ଼ : ଏହି ସାଲାଡରେ ପାଳଙ୍ଗ, ବନ୍ଧା କୋବି, କାକୁଡି ଆଦି ମିଶା ଯାଇଥାଏ । ଗ୍ରିନ୍ ସାଲାଡ଼ ଅତ୍ୟଧିକ ମାତ୍ରାରେ ସବୁଜ ପନିପରିବା ରହିଥିବାରୁ ଏଥିରେ ଭିଟାମିନ୍ ବି-୧୨ ଭରପୁର ମାତ୍ରାରେ ରହିଥାଏ। ଏହାକୁ ଦ୍ବିପହର ଖାଇବା ସହ ଖାଇଲେ ମୁଡ୍ ଭଲ ହୋଇଯାଏ । କାରଣ ଏଥିରେ ସେରୋଟୋନିନ୍ ଓ ଡୋପାମାଇନ୍ ଥାଏ ।

ଭେଜିଟେବୁଲ ସାଲାଡ଼୍: କାକୁଡି, ଟମାଟୋ, ଛତୁ, ପିଆଜ, ମୂଳା ଓ ଗାଜର ଆଦି ମିଶାଇ ଏହି ସାଲାଡ ପ୍ରସ୍ତୁତ କରାଯାଇଥାଏ । ଏହାକୁ ଅଧିକ ସ୍ୱାଦିଷ୍ଟ କରାଯିବା ଲାଗି ସେଥିରେ ସିଝା ଅଣ୍ଡା ଓ ପନିର ମଧ୍ୟ ମିଶାଇ ପାରିବେ। ତେବେ ଏଥିରେ ଅନେକ ପୋଷକ ତତ୍ତ୍ବ ରହିଥିବା ହେତୁ ଏହାର ସେବନ ଶରୀରକୁ ଅନେକ ରୋଗରୁ ମୁକ୍ତ କରିଥାଏ।

Salad 3

ମିଠା ସାଲାଡ଼: ଡେଜର୍ଟ ବା ମିଠା ସାଲାଡ୍ ସ୍ୱାସ୍ଥ୍ୟ ପାଇଁ ଲାଭପ୍ରଦ । ଏହାକୁ ଖାସ କରି ଖାଦ୍ୟ ଗ୍ରହଣ କରିବା ପରେ ଖିଆଯାଇଥାଏ। ଏଥିରେ ପନିପରିବାକୁ ସାମିଲ୍ କରା ଯାଇନଥାଏ । ଏଥିରେ ମିଠା ଜିନିଷ ତଥା ଷ୍ଟ୍ରବେରି, ଲିଚୁ, ଖଜୁର , ଅଙ୍ଗୁର ଓ ପିଜୁଳିକୁ ଆଇସକ୍ରିମ୍ ଆଦିକୁ ମିଶାଯାଇଥାଏ ।

ନିଶ୍ଚିତ ପଢ଼ନ୍ତୁ: କେଶ ହେଉ ବା ତ୍ବଚା ବିଭିନ୍ନ ସମସ୍ୟାକୁ ଦୂର କରିବ ଘିକୁଆଁରୀ , ଶରୀର ପାଇଁ ମଧ୍ୟ ବେଶ୍ ଉପକାରୀ

ମେନ୍ କୋର୍ସ ବା ଡିନର ସାଲାଡ୍: ଏହି ସାଲାଡକୁ କେବଳ ଡିନର୍ ସହିତ ଗ୍ରହଣ କରାଯାଇଥାଏ । ଏଥିପାଇଁ ଏହାର ଅନ୍ୟ ନାମ ଡିନର ସାଲାଡ୍ । ଏଥିରେ ଗ୍ରିଲଡ ବା ଫ୍ରାଏଡ୍ ଚିକେନ୍ ଓ କେତେକ ପ୍ରକାରର ସାମୁଦ୍ରିକ ଖାଦ୍ୟ ମଧ୍ୟ ଥାଏ । ଏହା ଛଡ଼ା ସ୍ୱାଦ ଅନୁଯାୟୀ ଏଥିରେ ବିଭିନ୍ନ ରଙ୍ଗର ପରିବା ମଧ୍ୟ ସାମିଲ୍ କରାଯାଇଥାଏ । ଯଦି ଆପଣ ଚିକେନ୍ ସାଲାଡ଼୍ ଖାଇବାକୁ ଭଲ ପାଆନ୍ତି, ତେବେ ଫ୍ରାଏଡ୍ ଚିକେନ୍ ବଦଳରେ ଗ୍ରିଲ୍ଡ ଚିକେନ୍କୁ ମଧ୍ୟ ସାମିଲ୍ କରିପାରିବେ । ଏହା ସ୍ୱାସ୍ଥ୍ୟ ପାଇଁ ବେଶି ଲାଭଦାୟକ ।

Salad 2

ଫ୍ରୁଟ୍ ସାଲାଡ୍: ଏହି ସାଲାଡରେ କେବଳ ବିଭିନ୍ନ ପ୍ରକାରର ଫଳ ସାମିଲ୍ କରାଯାଇଥାଏ । ଏଥିରେ ଅଙ୍ଗୁର, ସେଓ, କମଳା, କାକୁଡି, ଅଅଁଳା ଆଦିକୁ ମିଶାଯାଇ ପ୍ରସ୍ତୁତ କରାଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.