Below header

ସିଙ୍ଗଲ ଚାର୍ଜରେ ୧୦୦ କି.ମି ଯାଏ ଚାଲିବ ଏହି ଇ- ସାଇକେଲ୍‌, ବ୍ୟାଟେରୀ ସରିଗଲେ ବି ଚାଲିବ

ନୂଆଦିଲ୍ଲୀ :  ବଜାରକୁ ଆସିଗଲା ଇ- ସାଇକେଲ୍‌ । ଥରେ ଚାର୍ଜ କଲେ ଚାଲିବ ୧୦୦ କିଲୋମିଟର । ବ୍ୟାଟେରୀ ସରିଗଲେ ବି ଚାଲିବ । ଅର୍ଥାତ ଏହାକୁ ଆପଣ ପେଡାଲ ମାରି ଚଳାଇ ପାରିବେ । ନେକ୍ସଜୁ ମୋବିଲିଟି କମ୍ପାନି ସାଇକେଲ ର ନାମ ‘ରୋଡଲାର୍କ’ (Raodlark) ରଖିଛି ।

ଏହି ସାଇକେଲ୍‌ରେ ଦୁଇଟି ରିମୁଭେବିଲ୍‌ ବ୍ୟାଟେରୀ ରହିଛି । ଗୋଟିଏ 8.7Ah ଓ ଅନ୍ୟଟି 5.2Ah ର ବ୍ୟାଟେରୀ । ଏହାକୁ ଘରେ ନର୍ମାଲ ଉପାୟରେ ଚାର୍ଜ କରିପାରିବେ । ଏହି ସାଇକେଲ୍‌ ପ୍ରତି ଘଣ୍ଟାରେ ୨୫ କି.ମି ବେଗରେ ଯାଇପାରିବ ।

e-cycle.jpg
photo credit: aajtak.in

ସବୁଠୁ ବଡ଼ କଥା ହେଉଛି ସାଇକେଲ୍‌ରେ ଦୁଇଟି ଭେଣ୍ଟିଲେଟେଡ୍‌ ଡିସ୍କ ବ୍ରେକ୍‌ ଦିଆଯାଇଛି । ଯାହା ସାଇକେଲ୍‌କୁ ଅତି ଦୃଢ଼ ଭାବେ କଣ୍ଟ୍ରୋଲ କରିପାରିବ । ଏଥିରେ ଦିଆଯାଇଥିବା ଷ୍ଟ୍ରଙ୍ଗ୍‌ ସସ୍‌ପେନ୍‌ସନ ସଡ଼କରେ ଜର୍କକୁ ଭଲ ଭାବେ ସମ୍ଭାଳିବ ।

ଫଳରେ ଯାତ୍ରା ଆରାମଦାୟକ ହେବ । ଏହି ସାଇକେଲ୍‌ର ଦାମ ରଖାଯାଇଛି ୪୨ ହଜାର ଟଙ୍କା । କମ୍ପାନି ରେଡ୍‌, ରୟାଲ୍‌ ବ୍ଲୁ ,ବ୍ଲାକ ଏବଂ ହ୍ଵାଇଟ୍‌ ରଙ୍ଗରେ ଏହି ସାଇକେଲ୍‌ ବଜାରକୁ ଛାଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.