ରେଲୱେରେ ୩୦୯୩ ପଦବୀ ଖାଲି, ୧୦ମ୍ ପାସ୍ କରିଥିଲେ କରନ୍ତୁ ଆବେଦନ
ରେଳ ବିଭାଗରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ଯଦି ଆପଣ ଆଇଟିଆଇ ପାସ୍ କରିଥିଲେ ମଧ୍ୟ ଚାକିରି ପାଇଁ ଆବେଦନ କରିପାରିବେ। ରେଲୱେ ରିକ୍ରୁଟମେଣ୍ଟ ସେଲ, ନର୍ଦନ ରେଲୱେ (RRC NR), ଲାଜପତ ନଗର, ନୂଆଦିଲ୍ଲୀରେ ଆପାରଣ୍ଟିସ ଆକ୍ଟ ୧୯୬୧ ଅଧିନରେ ୩୦୯୩ ପଦବୀରେ ନିଯୁକ୍ତି ପାଇଁ ନୋଟିଫିକେସନ ଜାରି କରାଯାଇଛି। ଇଚ୍ଛୁକ ପ୍ରାର୍ଥୀ ଅଧିକାରକ ୱେବସାଇଟ rrcnr.org କୁ ଯାଇ ଆବେଦନ କରିପାରିବେ। ଅନଲାଇନ ଆବେଦନ କରିବାର ଶେଷ ତାରିଖ ୨୦ ଅକ୍ଟୋବର ରହିଛି।
ପଦବୀ ବିବରଣୀ: ୩୦୯୩
ଶିକ୍ଷାଗତ ଯୋଗ୍ଯତା: ଏହି ପଦବୀରେ ଆବେଦନ କରିବା ପାଇଁ କୌଣସି ମାନ୍ଯତା ପ୍ରାପ୍ତ ବୋର୍ଡରୁ ୧୦ମ ପାସ୍ କରିଥିବା ଜରୁରୀ। ଏହା ସହିତ ପ୍ରାର୍ଥୀଙ୍କ ପାଖରେ ଆଇଟିଆଇ ସାର୍ଟିଫିକେଟ ଅବଶ୍ଯ ରହିଥିବା ଜରୁରୀ।
ଜରୁରୀ ତାରିଖ: ଆବେଦନ କରିବାର ତାରିଖ ୨୦ ସେପ୍ଟେମ୍ବର ୨୦୨୧ରୁ ଆରମ୍ଭ ହୋଇଥିବା ବେଳେ ଶେଷ ତାରିଖ ୨୦ ଅକ୍ଟୋବର ୨୦୨୧ ରହିଛି।
ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ:
http://rrcnr.org/rrcnr_pdf/Apprentice2021/Indecative_Notice.pdf