IDBI Bank ରେ ୧୫୦୦ ପଦବୀ ଖାଲି, ଗ୍ରାଜୁଏସନ ପାସ୍‌ କରିଥିଲେ ତୁରନ୍ତ କରନ୍ତୁ ଆବେଦନ

ଆଇଡିବିଆଇ ବ୍ୟାଙ୍କରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଏହି ବ୍ୟାଙ୍କରେ ଏଗଜିକ୍ୟୁଟିଭ ଏବଂ ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀରେ ୧୫୦୦ରୁ ଅଧିକ ପଦବୀ ଖାଲିପଡିଛି। ଏହାର ନୋଟିଫିକେସନ ବ୍ୟାଙ୍କ ନିଜର ଅଫିସିଆଲ େଓ୍ଵବସାଇଟ୍‌idbibank.in ରେ ଜାରି କରିଛି। ଆବେଦନ ପ୍ରକ୍ରିୟା ୩ ଜୁନ୍‌ ୨୦୨୨ରୁ ଆରମ୍ଭ ହୋଇଛି। ପ୍ରାର୍ଥୀଙ୍କ ନିଯୁକ୍ତି କନଷ୍ଟ୍ରାକ୍ଟ ଆଧାରରେ କରାଯିବ। ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା / ଇଣ୍ଟରଭ୍ୟୁ ଆଧାରରେ କରାଯିବ।

ପଦବୀ ବିବରଣୀ : ୧୫୪୪

ଏଗଜିକ୍ୟୁଟିଭ : ୧୦୪୪
ଅଣସରଂକ୍ଷିତ ବର୍ଗ: ୪୧୮
ଅନୁସୂଚିତ ଜାତି : ୧୭୫
ଅନୁସୂଚିତ ଜନଜାତି: ୭୯
ଓବିସି: ୨୬୮
EWS : ୧୦୪

ଆସିଷ୍ଟାଣ୍ଟ ମ୍ୟାନେଜର : ୫୦୦
ଅଣସରଂକ୍ଷିତ ବର୍ଗ: ୨୦୦
ଅନୁସୂଚିତ ଜାତି :୧୨୧
ଅନୁସୂଚିତ ଜନଜାତି: ୨୮
ଓବିସି: ୧୦୧
EWS : ୧୫୦

ଜରୁରୀ ତାରିଖ : ନୋଟିଫିକେସନ ମୁତାବକ, ଏହି ପଦବୀ ପାଇଁ ଅନଲାଇନ ଆବେଦନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହେବାକୁ ଯାଉଛି। ଆବେଦନ କରିବାର ଶେଷ ତାରିଖ ୧୭ ଜୁନ୍‌ ୨୦୨୨ ରହିଛି। ୧୭ ଜୁନ୍‌ ପର୍ଯ୍ୟନ୍ତ ଆବେଦନ ଶୁଳ୍କ ଜମା କରିବା ପରେ ଫର୍ମ ସବମିଟ୍‌ କରିବାକୁ ହେବ। ଅନଲାଇନ ଟେଷ୍ଟ ତାରିଖ ଜୁଲାଇ ୯ ତାରିଖ ରହିଛି।

ଶିକ୍ଷାଗତ ଯୋଗ୍ୟତା : ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ୟୁନିଭରସିଟି କିମ୍ବା ସଂସ୍ଥାରୁ ଗ୍ରାଜୁଏସନ ଡିଗ୍ରୀ କରିଥିବା ଜରୁରୀ। ଡିପ୍ଲୋମା କରିଥିବା ପ୍ରାର୍ଥୀଙ୍କ ଆବେଦନ ଫର୍ମ ଗ୍ରହଣ କରାଯିବ ନାହିଁ।

Bank
Picture Credit – Videvo

ବୟସ ସୀମା : ଆବେଦନ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ବୟସ ସୀମା ୨୦ରୁ ୨୫ ବର୍ଷ ହେବା ଜରୁରୀ। ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀ ପାଇଁ ବୟସ ସୀମା ୨୨୧ ରୁ ୨୮ ବର୍ଷ ହେବା ଜରୁରୀ। ଅଧିକ ଜାଣିବା ପାଇଁ ଆପଣ ଅଫିସିଆଲ େଓ୍ଵବସାଇଟ୍‌idbibank.in କୁ ଯାଇ ଦେଖିପାରିବେ।

ଆବେଦନ ଶୁଳ୍କ : ଆବେଦନ କରିବାକୁ ଥିବା ଅନୁସୂଚିତ ଜାତି/ ଜନଜାତି/PWD ପ୍ରାର୍ଥୀ ୨୦୦ ଟଙ୍କା ଅନ୍ୟ ପ୍ରାର୍ଥୀ ୧୦୦୦ ଟଙ୍କା ଶୁଳ୍କ ଦେବାକୁ ହେବ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ : 

https://www.idbibank.in/pdf/careers/Detailed-Advertisement.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.