ଏବେ ଅନଲାଇନ ନେଣଦେଣରେ ସରକାର ଦେବେ ୨୦ ପ୍ରତିଶତ କ୍ଯାସବ୍ଯାକ୍

ରୁପେ କାର୍ଡ଼ ଓ ଭିମ୍‌ ଆପରେ ପଇଠ କଲେ ମିଳିବ ୨୦ ପ୍ରତିଶତ ପର୍ଯ୍ୟନ୍ତ ଟିକସ ରିହାତି । ଜିଏସ୍‌ଟି ପରିଷଦ ବୈଠକରେ ଏହି ନିଷ୍ପତ୍ତି ହୋଇଛି । କ୍ୟାସ୍‌ବ୍ୟାକ୍‌ ଭାବେ ଏହି ଲାଭ ମିଳିବ । ତେବେ ପ୍ରାରମ୍ଭରୁ ଯେଉଁ ରାଜ୍ୟମାନେ ଏହାକୁ ଲାଗୁ କରିବେ କେବଳ ସେହି ରାଜ୍ୟରେ ଏହି ଯୋଜନାର ପାଇଲଟ୍‌ ପ୍ରୋଜେକ୍ଟ କରାଯିବ । ଆଜି ନୂଆଦିଲ୍ଲୀରେ ବସିଥିବା ଜିଏସ୍‌ଟି ବୈଠକରେ ବିଶେଷ ଭାବେ କ୍ଷୁଦ୍ର ଓ ମଧ୍ୟମ ବର୍ଗ ବ୍ୟବସାୟୀଙ୍କ କାରବାର ସମ୍ପର୍କରେ ଆଲୋଚନା କରାଯାଇଛି । ତେବେ ଏମ୍‌ଏସ୍‌ଏମ୍‌ଇ ଉପରେ କୌଣସି ନିଷ୍ପତ୍ତି ହୋଇ ନଥିଲେ ମଧ୍ୟ ଏ ନେଇ ଏକ ମନ୍ତ୍ରିଗୋଷ୍ଠୀ ଗଠନ କରାଯାଇଛି । ପରବର୍ତ୍ତୀ ବୈଠକ ଆସନ୍ତା ସେପଟେମ୍ବର ୨୮ ଓ ୨୯ ତାରିଖରେ ବସିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.