ଟ୍ରେନରେ ବସି ହ୍ଵାଟ୍ସଆପରେ ମଗାନ୍ତୁ ଖାଦ୍ୟ, ରେଲେଓ୍ଵ ଜାରି କଲା ନମ୍ବର

ଭାରତୀୟ ରେଳ ପକ୍ଷରୁ ଯାତ୍ରୀଙ୍କ ସୁବିଧା ପାଇଁ ନୂଆ-ନୂଆ ସର୍ଭିସ ଆରମ୍ଭ କରାଯାଉଛି । ଗତ କିଛି ବର୍ଷରେ ରେଳ ଖାଦ୍ୟପଦାର୍ଥର ସ୍ୱଚ୍ଛତା ଏବଂ ଯାତ୍ରୀଙ୍କ ପାଇଁ ଉପଲବ୍ଧତାକୁ ସହଜ କରିବା ପାଇଁ ଏକ ଭଲ ପଦକ୍ଷେପ ନେଇଛି । ପୂର୍ବରୁ ହିଁ ରେଲୱେ ପକ୍ଷରୁ ଯାତ୍ରୀଙ୍କୁ ଅନଲାଇନ୍‌ ଖାଦ୍ୟ ଉପଲବ୍ଧତା କରିବାର ସୁବିଧା ମିଳୁଛି । କିନ୍ତୁ ବର୍ତ୍ତମାନ ରେଲୱେ ପକ୍ଷରୁ ଯାତ୍ରୀଙ୍କୁ ହ୍ଵାଟ୍ସଆପ ମାଧ୍ୟମରେ ମଧ୍ୟ ଫୁଡ୍‌ ଅର୍ଡର କରିବାର ଅପ୍ସନ ମିଳିବ । ଯଦି ଆପଣ ମଧ୍ୟ ଅଧିକାଂଶ ସମୟରେ ଟ୍ରେନରେ ଯାତ୍ରା କରୁଛନ୍ତି ତାହେଲେ ଏହି ଖବର ଆପଣଙ୍କ ପାଇଁ ବଢ଼ିଆ ହେବ । ଆପଣ ବି ଟ୍ରେନ୍‌ ଯାତ୍ରା ସମୟରେ ନିଜ ପାଇଁ ଖାଦ୍ୟ ଅର୍ଡର କରିପାରିବେ ।

ରେଲୱେ ପକ୍ଷରୁ ଇ-କ୍ୟାଟରିଙ୍ଗ୍‌ ସର୍ଭିସକୁ କଷ୍ଟମର ଫୋକସଡ ବନାଇବା ପାଇଁ ରେଳ ଏହି ସେବାକୁ ଆରମ୍ଭ କରିଛି । ରେଲୱେ ପକ୍ଷରୁ ଫୁଡ୍‌ ଅର୍ଡରକୁ ନେଇ ଏକ ହ୍ଵାଟ୍ସଆପ୍‌ ନମ୍ବର ମଧ୍ୟ ଜାରି କରାଯାଇଛି । ରେଲୱେ IRCTC ମାଧ୍ୟମରେ ନିର ଇ-କ୍ୟାଟରିଙ୍ଗ ସର୍ଭିସକୁ ଗ୍ରାହକଙ୍କ ପର୍ଯ୍ୟନ୍ତ ପହଁଚାଇଥାଏ । ଯାତ୍ରୀଙ୍କ ପାଇଁ କ୍ୟାଟରିଙ୍ଗ ସର୍ଭିସରେ ଖାଦ୍ୟ ଅର୍ଡର କରିବା ପାଇଁ ହ୍ଵାଟ୍ସଆପ୍‌ ନମ୍ବର +୯୧-୮୭୫୦୦୦୧୩୨୩ ଜାରି କରାଯାଇଛି ।

ଆରମ୍ଭରେ ରେଲୱେ ହ୍ଵାଟ୍ସଆପ କମ୍ୟୁନିକେସନ ଜରିଆରେ ଇ-କ୍ୟାଟରିଙ୍ଗ ସର୍ଭିସ ଦେବା ପାଇଁ ଦୁଇଟି ଚରଣରେ ଯୋଜନା ବନାଇଛି । ପ୍ରଥମ ଷ୍ଟେପରେ ବିଜନେସ ହ୍ଵାଟ୍ସଆପ୍‌ ନମ୍ବର ଲିଙ୍କ www.ecatering.irctc.co.inରେ କ୍ଲିକ କରି ଇ-କ୍ୟାଟରିଙ୍ଗ୍‌ ସର୍ଭିସର ଚୟନ ପାଇଁ ଇ-ଟିକେଟ ବୁକ୍‌ ବୁକ କରୁଥିବା ଗ୍ରାହକଙ୍କୁ ଏକ ମେସେଜ୍‌ ପଠାଇବ । ଏହି ଅପ୍ସନ ଜରିଆରେ ଗ୍ରାହକ ଆଇଆରସିଟିସିର ଇ-କ୍ୟାଟରିଙ୍ଗ  ୱେବସାଇଟ ଜରିଆରେ ଷ୍ଟେସନରେ ଉପଲବ୍ଧ ରେସ୍ତୋରାଁରୁ ଖାଦ୍ୟ ବୁକ୍‌ କରିପାରିବେ । ହ୍ଵାଟ୍ସଆପରେ ଫୁଡ୍‌ ଅର୍ଡର କରିବା ପାଇଁ ଆପଣଙ୍କୁ ଆଇଆରସିଟିସିର ଆପ୍‌ ଡାଉନଲୋଡ କରିବାର ଆବଶ୍ୟକତା ବି ନାହିଁ ।

ହ୍ଵାଟ୍ସଆପ୍‌ କମ୍ୟୁନିକେସନ ସର୍ଭିସର ଦ୍ୱିତୀୟ ଷ୍ଟେପରେ ହ୍ଵାଟ୍ସଆପ ନମ୍ବର ଗ୍ରାହକଙ୍କ ପାଇଁ ଦୁଇ ସାଇଡ୍‌ କମ୍ୟୁନିକେସନ୍‌ ପ୍ଲାଟଫର୍ମ ବନିବାରେ ସକ୍ଷମ ହେବ । ଏଥିରେ ଏଆଇ ପାଓ୍ଵାର ଚାଟବଟ ଯାତ୍ରୀଙ୍କୁ ଇ-କ୍ୟାଟରିଙ୍ଗ ସର୍ଭିସ୍‌ ସହ ଜଡିତ ସମସ୍ତ ପ୍ରଶ୍ନକୁ ଗ୍ରହଣ କରିବ ଏବଂ ଯାତ୍ରୀଙ୍କ ପାଇଁ ଖାଦ୍ୟ ବି ବୁକ୍‌ କରିବ । ଯଦିଓ କିଛି ବଛାବଛା ଟ୍ରେନରେ ହ୍ଵାଟ୍ସଆପ୍‌ କମ୍ୟୁନିକେସନ୍‌ ସିଷ୍ଟମ ଲାଗୁ କରାଯାଇଛି । ପରେ ଗ୍ରାହକଙ୍କୁ ମିଳୁଥିବା ଫିଡବ୍ୟାକ ଆଧାରରେ ହ୍ଵାଟ୍ସଆପ୍‌ କମ୍ୟୁନିକେସନ୍‌ ସିଷ୍ଟମକୁ ଅନ୍ୟ ଟ୍ରେନରେ ମଧ୍ୟ ଲାଗୁ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.