ଘର ଭିତରୁ ୮ ଫୁଟିଆ ଅଜଗର ଉଦ୍ଧାର, ଲୋକେ ଭୟଭୀତ

ରାଜନଗର (କେନ୍ୟୁଜ): ରାଜନଗର ବ୍ଲକ ଘଡ଼ିଆମାଳ ଗାଁରୁ ୮ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର କରାଯାଇଛି। ଏହି ଗାଁର ବଂଶୀଧର ପ୍ରଧାନଙ୍କ ଘର ଭିତରେ ତାଙ୍କ ପରିବାର ଲୋକେ ଏକ ବିରାଟକାୟ ଅଜଗର ସାପକୁ ଦେଖିଥିଲେ। ସାପକୁ ଦେଖି ପରିବାର ଲୋକେ ଭୟଭୀତ ହୋଇପଡିଥିଲେ। ସାପଟିକୁ ଘଉଡାଇବାବାରୁ ସାପଟି ଘର ବାହାରେ ଥିବା ଲଟା ବୁଦା ଭିତରେ ପଶି ଯାଇଥିଲା।

ଏ ନେଇ ପରିବାର ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ଫରେଷ୍ଟର ପ୍ରଶାନ୍ତ କୁମାର ସିଂହଙ୍କ ନେତୃତ୍ୱରେ ବନ ବିଭାଗର କର୍ମଚାରୀମାନେ ପହଞ୍ଚି ସାପକୁ ଧରିଥିଲେ। ସାପଟିର ଲମ୍ବ ୮ ଫୁଟ । ସାପକୁ ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ଛାଡି ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.