Below header

NTPC ରେ ଚାକିରି ସୁଯୋଗ, ଜାଣନ୍ତୁ ଖାଲିପଡିଥିବା ୧୭୭ ପଦବୀରେ କିପରି କରିବେ ଆବେଦନ

ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର। Ntpc ରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଏନଟିପିସି ଅଧିନରେ ବିଭିନ୍ନ ପ୍ରାଜେକ୍ଟ ପାଇଁ ୧୭୭ ପଦବୀ ଖାଲି ପଡିଛି। ଏହି ପଦବୀରେ ଭର୍ତ୍ତି ପାଇଁ ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ବିଭାଗର ଅଫସିଆଲ ୱେବସାଇଟକୁ ଯାଇ ଅନଲାଇନ ଆବେଦନ କରିପାରିବେ। ଆବେଦନ କରିବାର ଷ୍ଟାଟସ ୱେବସାଇଟ @ntpc.co.in କୁ ଯାଇ ମଧ୍ୟ ଦେଖିପାରିବେ। ଆବେଦନ କରିବାର ଶେଷ ତାରିଖ ୧୫ ଫେବୃଆରୀ ୨୦୨୨ ରହିଛି।

ଆବେଦନ କରିବାକୁ ଇଚ୍ଛା ରଖିଥିବା ପ୍ରାର୍ଥୀ ବିଭାଗର ଅଫିସିଆଲ ୱେବସାଇଟକୁ ଯାଇ ନିର୍ଦ୍ଧାରିତ ତାରିଖ ପୂର୍ବରୁ ଆବେଦନ କରିନ୍ତୁ। ଅଧିକ ଜାଣିବା ପାଇଁ https://www.ntpc.co.in/en କ୍ଲିକ କରି ଆବେଦନ କରିପାରିବେ। ଏହାସହିତ ଅଧିକାରକ ନୋଟିଫିକେସନ ପଢିବା ପାଇଁ NTPC Recruitment 2022 ଏଠାରେ କ୍ଲିକ କରିପାରିବେ।

ପଦବୀ ବିବରଣୀ: ୧୭୭

ଶିକ୍ଷାଗତ ଯୋଗ୍ୟତା: ଆବେଦନ କରୁଥିବା ପ୍ରାର୍ଥୀଙ୍କ ପାଖରେ ମାନ୍ୟତାପ୍ରାପ୍ତ ସଂସ୍ଥାରୁ ମାଇନିଂ ଇଜିଂନିୟରିରେ ଡିପ୍ଲୋମା କରିଥିବା ଜରୁରୀ। ୧୦୩ ଖନନ ସର୍ଦାର ପାଇଁ ଆବେଦନ କରୁଥିବା ପ୍ରାର୍ଥୀ ମାଟ୍ରିକ/୧୦ମ୍‌ ପାସ୍‌ କରୁଥିବା ଜରୁରୀ। ଅଧିକ ଜାଣିବା ପାଇଁ ନୋଟିଫିକେସନ ଚେକ୍‌ କରିପାରିବେ।

ବୟସ ସୀମା: ପ୍ରାର୍ଥୀଙ୍କ ବୟସ ସୀମା ସର୍ବାଧିକ ୫୭ ବର୍ଷ ନିର୍ଦ୍ଧାରଣ କରାଯାଇଛି।

ଅଭିଜ୍ଞତା: ମାଇନିଂ ଓଭରମ୍ୟାନ ପଦବୀ ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କ ପାଖରେ ଓପନ କାଷ୍ଟ କୋଲ ମାଇନ୍ସରେ ସର୍ବନିମ୍ନ ୫ ବର୍ଷରେ ଅଭିଜ୍ଞତା ରହିଥିବା ଜରୁରୀ। ସେହିପରି ସର୍ଦ୍ଦାର ପଦବୀ ପାଇଁ ଅତିକମ୍‌ରେ ୧ ବର୍ଷର ଅଭିଜ୍ଞତା ଥିବା ଜରୁରୀ।

ଏମିତି କରନ୍ତୁ ଆବେଦନ:

ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ବିଭାଗର ଅଫିସିଆଲ ୱେବସାଇଟ @ntpc.co.inକୁ ଯାଇ ଆବେଦନ କରିପାରିବେ।

ତା’ପରେ careers ଲିଙ୍କରେ କ୍ଲିକ କରନ୍ତୁ।

‘Recruitment of Mining Overman and Mining Sirdar on Fixed Term basis for Coal Mining Projects through Coal Mining Headquarters’ ଲିଙ୍କରେ କ୍ଲିକ କରିବ ଆପ୍ଲାଏ କରନ୍ତୁ।

ଫର୍ମ ଭରିବା ପରେ ସବୁ ଦସ୍ତାବିଜ ଅପଲୋଡ କରି ସବମିଟ୍‌ କରନ୍ତୁ।

ଫର୍ମର ଏକ କପି ଡାଉନଲୋଡ କରି ନିଜ ପାଖରେ ରଖନ୍ତୁ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ:

https://www.ntpc.co.in/en/careers

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.