ପେଟ୍ରେୋଲ ଏବଂ ଡିଜେଲ ଦର ହେଲା ହ୍ରାସ, ଜାଣନ୍ତୁ କେଉଁଠି କେତେ ରହିଛି ଦାମ୍

ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସମେତ ଅନେକ ମହାନଗରରେ ଆଜି ପେଟ୍ରୋଲ ଏବଂ ଡିଜେଲର ଦାମ ହ୍ରାସ ପାଇଛି। ଅର୍ଥାତ ଆପଣଙ୍କୁ ଏବେ ପେଟ୍ରୋଲ ଏବଂ ଡିଜେଲ କମ୍ ଦାମରେ ମିଳିବ।

ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲର ଦର ୧୩ ପଇସା କମିଛି ଯାହାଦ୍ବାରା ପେଟ୍ରୋଲର ଦାମ ପ୍ରତି ଲିଟର ପିଛା ରହିଛି। ୭୨.୮୬ ଟଙ୍କା। ସେହଭଳି ଡିଜେଲର ଦାମ ଉପରେ ୭ ପଇସା କମିଛି ଯାହାଦ୍ବାରା ଏବେ ଡିଜେଲ ୬୬ ଟଙ୍କା ପ୍ରତି ଲିଟର ରହିଛି। କୋଲକାତାରେ ପେଟ୍ରୋଲ ୧୩ ପଇସା ହ୍ରାସ ପାଇ ୭୫.୫୦ ଟଙ୍କା ପ୍ରତି ଲିଟର ରହିଛି। ସେହିଭଳି ଡିଜେଲରେ ୩ ପଇସା ହ୍ରାସ ପାଇ ୬୮,୧୯ ଟଙ୍କା ପ୍ରତି ଲିଟର ହୋଇଯାଇଛି।

ଏହା ସହ ପଢ଼ନ୍ତୁ : କାର-ବାଇକ୍ ଚାଳକଙ୍କ ପାଇଁ ବଡ ଖବର ! ଡ୍ରାଇଭିଂ ଲାଇସେନ୍ସ ରିନ୍ୟୁ ଠାରୁ ନେଇ ଏହି ସବୁ ନିୟମର ହେଲା ପରିବର୍ତ୍ତନ

ତେବେ ମାୟା ନଗରୀ ମୁମ୍ବାଇରେ ପେଟ୍ରୋଲ ଏବଂ ଡିଜେଲ ଦର ମଧ୍ୟ କମିଛି। ମୁମ୍ବାଇରେ ପେଟ୍ରୋଲର ଦାମ ଉପରେ ୧୩ ପଇସା ହ୍ରାସ ହୋଇ ୭୮.୪୮ ଟଙ୍କା ପ୍ରତି ଲିଟର ହୋଇଯାଇଛି। ସେହିଭଳି ଡିଜେଲ ଦରରେ ୮ ପଇସା ହ୍ରାସ ପାଇଁ ୬୯.୧୭ ଟଙ୍କା ପ୍ରତି ଲିଟର ଶସ୍ତା ହୋଇଯାଇଛି।

ସେହିପରି ଚେନ୍ନାଇରେ ପେଟ୍ରୋଲ ୧୪ ପଇସା ଶସ୍ତା ହୋଇଛି ଏବଂ ବର୍ତ୍ତମାନ ଦାମ ରହିଛି ୭୫.୬୬ ଟଙ୍କା ପ୍ରତି ଲିଟର। ଚେନ୍ନାଇରେ ଡିଜେଲର ଦରରେ ମଧ୍ୟ ୭ ଟଙ୍କା ହ୍ରାସ ପାଇଛି ଯାହାପରେ ଡିଜେଲର ଦାମ ରହିଛି ୬୯.୭୧ ଟଙ୍କା ପ୍ରତି ଲିଟର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.