କମିଲା ଡିଜେଲ ଦର, ଜାଣନ୍ତୁ ଆଜି କେତେ ରହିଛି ପେଟ୍ରୋଲ-ଡିଜେଲ ଦାମ୍

ସରକାରୀ ତୈଳ କମ୍ପାନୀ ଆଜି ଡିଜେଲ ଦର ରେ ପରିବର୍ତ୍ତନ କରିଛି। ଆଜି ଡିଜେଲ ଦର ୮ ପଇସା ହ୍ରାସ ପାଇଛି। କିନ୍ତୁ ପେଟ୍ରୋଲ ଦରରେ କୌଣସି ପରିର୍ତ୍ତନ କରାଯାଇନାହିଁ ଅର୍ଥାତ ପେଟ୍ରୋଲ ଦର ସ୍ଥିର ରହିଛି। ମଙ୍ଗଳବାର ଦିଲ୍ଲୀରେ ପେଟ୍ରୋଲ ଦର ୬୧.୦୬ ପଇସା ପ୍ରତି ଲିଟର ରହିଛି। ସେହିପରି ଡିଜେଲ ପ୍ରତି ଲିଟର ପିଛା ରହିଛି ୭୦.୬୩ ଟଙ୍କା।
ଆଜି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୮୨ ଟଙ୍କା ୯୪ ପଇସା ରହିଛି। ସେହିପରି ଡିଜେଲ ପ୍ରତି ଲିଟର ପିଛା ରହିଛି ୭୭.୧୯ ଟଙ୍କା ।
କେମିତି ଜାଣିବେ ଆପଣଙ୍କ ସହରରେ କେତେ ଅଛି ଦାମ
ପେଟ୍ରୋଲ ଏବଂ ଡିଜେଲ ଦାମ ଆପଣ SMS ମାଧ୍ୟମରେ ମଧ୍ୟ ଜାଣିପାରିବେ। ଇଣ୍ଡିଆନ ଅଏଲ ୱେବସାଇଟ ଅନୁଯାୟୀ ଆପଣଙ୍କୁ ଏବଂ ନିଜ ସହରର କୋଡ ଲେଖି ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ହେବ। ପ୍ରତି ସହରର କୋଡ ଅଲଗା ଅଲଗା ରହିଥାଏ। ଯାହା ଆପଣଙ୍କୁ ଆଇସିଓଏଲ ୱେବସାଇଟରୁ ମିଳିଯିବ।