ଆଜି ଓ୍ୱାଲ୍ଡ ହାର୍ଟ ଡେ: ଚଳିତ ବର୍ଷର ଥିମ ରହିଛି ‘‘Use Heart To Beat Heart Disease’’, ଜାଣନ୍ତୁ ଓଡିଶାରେ କିଏ କରିଥିଲେ ଆରମ୍ଭ

ଭୁବନେଶ୍ବର: ସୁସ୍ଥ ଓ ନିରୋଗ ରହିବା ପାଇଁ ହୃତପିଣ୍ଡର ଭୂମିକା ଗୁରୁତ୍ୱପୂର୍ଣ୍ଣ। ହୃତପିଣ୍ଡ ସଂପର୍କରେ ସଚେତନତା ପାଇଁ ଗତ ୨୦୦୦ ମସିହାରୁ ସାରା ବିଶ୍ୱରେ ପାଳିତ ହୋଇଆସୁଛି ବିଶ୍ୱ ହୃତପିଣ୍ଡ ଦିବସ । ୨୦୦୮ ମସିହାରୁ ଓଡିଶାରେ ପାଳନ ହେଉଛି ଏହି ଦିବସ । ଓଡିଶାରେ ଏହାକୁ ଆରମ୍ଭ କରିଥିଲେ ଡକ୍ଟର ପଞ୍ଚାନନ ସାହୁ ।
ତେବେ ବର୍ତ୍ତମାନ ହୃଦରୋଗ ସମଗ୍ର ବିଶ୍ୱରେ ଏବେ ଗମ୍ଭୀର ସମସ୍ୟା ଭାବେ ସୃଷ୍ଟି ହୋଇଛି। ଏହି ଦିବସ ମାଧ୍ୟମରେ ଲୋକଙ୍କୁ ହୃଦରୋଗକୁ କିଭଳି ଦୂର କରାଯାଇପାରିବ, ସେ ବିଷୟରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଜନଜାଗରଣ ସୃଷ୍ଟି କରାଯାଉଛି। ଏହି ଦିବସ ଉପଲକ୍ଷେ କିମସ ହସପିଟାଲ ପକ୍ଷରୁ ହୃଦଶଲ୍ୟ ବିଶେଷଞ୍ଜ ମାନେ ଶୁଭେଚ୍ଛା ଦେଇଛନ୍ତି । ଏହା ସହିତ କୋଭିଡ ସମୟରେ କିଭଳି ହାର୍ଟ ରୋଗକୁ ନେଇ ନିଜେ ସଚେତନ ରହିବା ସହ ପରିବାର ଲୋକଙ୍କୁ ସୁରକ୍ଷିତ ରଖିବେ ସେ ବିଷୟରେ କହିଛନ୍ତି। ତେବେ ବିଶ୍ୱ ହୃତପିଣ୍ଡ ଦିବସ ଉପଲକ୍ଷେ ଚଳିତ ବର୍ଷର ଥିମ ରହିଛି ‘‘Use Heart To Beat Heart Disease’’।