ଦୁଇ ବର୍ଷ ପରେ କମିଲା ପେଟ୍ରୋଲ ଓ ଡିଜେଲ ଦର, ଆଜିଠୁ ଲାଗୁ ହେଲା ନୂଆ ମୂଲ୍ୟ

କମିଲା ପେଟ୍ରୋଲ ଦର । ଦୁଇ ବର୍ଷ ପରେ କମିଲା ୨ ଟଙ୍କା । ପେଟ୍ରୋଲ ଓ ଡିଜେଲ ଲିଟର ପ୍ରତି ୨ ଟଙ୍କା ହ୍ରାସ ପାଇଛି। ଆଜି ସକାଳ ୬ଟାରୁ ଲାଗୁ ହୋଇଛି ନୂଆ ଦର । ଭୁବନେଶ୍ବରରେ ପେଟ୍ରୋଲ ଦର ୧୦୧ ଟଙ୍କା ୬ ପଇସା ହୋଇଛି। ଡିଜେଲ ଦର ୯୨ ଟଙ୍କା ୬୪ ପଇସାକୁ ହ୍ରାସ ପାଇଛି।

କମିଲା ପେଟ୍ରୋଲ ଦର । ଦୁଇ ବର୍ଷ ପରେ କମିଲା ୨ ଟଙ୍କା । ଲୋକସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ତୈଳ ଦର ଦୁଇ ଟଙ୍କା ହ୍ରାସ କରାଯାଇଛି। ପେଟ୍ରୋଲ ଓ ଡିଜେଲ ଲିଟର ପ୍ରତି ୨ ଟଙ୍କା ହ୍ରାସ ପାଇଛି। ଆଜି ସକାଳ ୬ଟାରୁ ଲାଗୁ ହୋଇଛି ନୂଆ ଦର । ତୈଳ ଦର କମିଥିବା ନେଇ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂପୁରୀ ସୂଚନା ଦେଇଛନ୍ତି। ଶେଷ ଥର ପାଇଁ ୨୦୨୨ ମେ ମାସରେ ତୈଳ ଦରରେ ପରିବର୍ତ୍ତନ ହୋଇଥିଲା। ତା ପରେ ଦାମ୍ ସ୍ଥିର ରହିଥିଲା । ଦୁଇ ବର୍ଷ ପରେ ତୈଳ ଦର ହ୍ରାସ କରାଯାଇଛି। ପେଟ୍ରୋଲ ଦର ୨ ଟଙ୍କା କମିବା ପରେ ଭୁବନେଶ୍ବରରେ ପେଟ୍ରୋଲ ଦର ୧୦୧ ଟଙ୍କା ୬ ପଇସା ହୋଇଛି। ଡିଜେଲ ଦର ୯୨ ଟଙ୍କା ୬୪ ପଇସାକୁ ହ୍ରାସ ପାଇଛି। ସେହିପରି କଟକରେ ପେଟ୍ରୋଲ ଦର ୧୦୧.୩୫ ପଇସା ରହିଥିବା ବେଳେ ଡିଜେଲ ଦର ୯୨.୯୭ ପଇସା ରହିଛି । ବ୍ରହ୍ମପୁରରେ ପେଟ୍ରୋଲ ଦର ୧୦୨. ୫୩ ପଇସା ଓ ଡିଜେଲ ଦର ୯୪.୦୫ ପଇସା ହୋଇଛି । ମାଲକାନଗିରି ପେଟ୍ରୋଲ ଦର ୧୦୬. ୭୮ ପଇସା ଓ ଡିଜେଲ ଦର ୯୮. ୧୭ ପଇସା ରହିଛି। ରାଉରକେଲାରେ ମଧ୍ୟ ପେଟ୍ରୋଲ ଦର୧୦୨.୪୧ ପଇସା ରହିଥିବା ବେଳେ ଡିଜେଲ ଦର ୯୩.୭୧ ପଇସା ରହିଛି ।

ଦିଲ୍ଲୀରେ ପେଟ୍ରୋଲ ଦର ୯୪ ଟଙ୍କା ୭୨ ପଇସାକୁ ହ୍ରାସ ପାଇଥିବା ବେଳେ ଡିଜେଲ ଦର ୮୭ ଟଙ୍କା ୭୨ ପଇସାକୁ ହ୍ରାସ ପାଇଛି। ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୪ ଟଙ୍କା ୨୧ ପଇସା ହୋଇଥିବା ବେଳେ ଡିଜେଲ ଲିଟର ପିଛା ୯୨ ଟଙ୍କା ୧୫ ପଇସା ରହିଛି । ସେହିପରି କୋଲକାତାରେ ପେଟ୍ରୋଲ ଦର ୧୦୩ ଟଙ୍କା ୯୪ ପଇସା ଥିବାବେଳେ ଡିଜେଲ ଦର ୯୦ ଟଙ୍କା ୭୬ ପଇସା ରହିଛି । ଚେନ୍ନାଇରେ ପେଟ୍ରୋଲ ଦର ୧୦୧ ଟଙ୍କା ୧୮ ପଇସା ଥିବା ବେଳେ ଡିଜେଲ ଦାମ ୯୨ ଟଙ୍କା ୭୬ ପଇସା ରହିଛି ।

କେମିତି ଜାଣିବେ ଆପଣଙ୍କ ସହରରେ କେତେ ଅଛି ଦାମ୍:

ପେଟ୍ରୋଲ ଏବଂ ଡିଜେଲ ଦାମ୍ ଆପଣ SMS ମାଧ୍ୟମରେ ମଧ୍ୟ ଜାଣିପାରିବେ । ଇଣ୍ଡିଆନ ଅଏଲ ୱେବସାଇଟ ଅନୁଯାୟୀ ଆପଣଙ୍କୁ ଏବଂ ନିଜ ସହରର କୋଡ୍ ଲେଖି ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ହେବ । ପ୍ରତି ସହରର କୋଡ୍ ଅଲଗା ଅଲଗା ରହିଥାଏ । ଯାହା ଆପଣଙ୍କୁ ଆଇସିଓଏଲ ୱେବସାଇଟରୁ ମିଳିଯିବ।

ପ୍ରତିଦିନ ଛଅଟା ବେଳେ ବଦଳିଯାଏ ମୂଲ୍ୟ:

ସୂଚନା ମୁତାବକ, ପ୍ରତ୍ୟେକ ଦିନ ସକାଳ ୬ଟାରେ ପେଟ୍ରୋଲ ଏବଂ ଡିଜେଲ୍ ଦାମରେ ପରିବର୍ତ୍ତନ ହୋଇଥାଏ । ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ । ବୈଦେଶିକ ମୂଲ୍ୟ ସହିତ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ମୂଲ୍ୟ ଉପରେ ନିର୍ଭର କରି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପ୍ରତିଦିନ ବଦଳିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.