କେନ୍ଦ୍ରର କଡ଼ା ନିର୍ଦ୍ଦେଶ, ଏଣିକି ଆଉ ରଖିପାରିବେନି ଏହି ୨୩ ପ୍ରଜାତିର କୁକୁର

ଦେଶରେ ବଢ଼ୁଛି କୁକୁରଙ୍କ ପାଦ୍ରୁଭାବ । ଏହି ଆକ୍ରମଣ ଯୋଗୁଁ ପ୍ରତିଦିନ କିଛି ଜୀବନ ଅକାଳରେ ଯାଉଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପ୍ରାୟ ୨୩ ବିପଜ୍ଜନକ ପ୍ରଜାତିର କୁକୁର ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।

ନୂଆଦିଲ୍ଲୀ : ଦେଶରେ ବଢ଼ୁଛି କୁକୁରଙ୍କ ପାଦ୍ରୁଭାବ । ପୋଷା କୁକୁର ସମେତ ବୁଲା କୁକୁରଙ୍କ କାମୁଡ଼ାରେ ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଦେଶର ବିଭିନ୍ନ ସହରରେ କୁକୁର କାମୁଡ଼ା ଘଟଣା ବଢ଼ୁଥିବାରୁ ଚିନ୍ତାବ୍ୟକ୍ତ କରିଛନ୍ତି କେନ୍ଦ୍ର ସରକାର । ପଶୁପାଳନ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦିଆଯାଇଛି ଯେ, ପିଟବୁଲ ସମେତ ଅନ୍ୟ କିଛି ପ୍ରଜାତିର କୁକୁରଙ୍କ ବିକ୍ରୟ, ପ୍ରଜନନ ତଥା ରଖିବା ପାଇଁ କୌଣସି ଲାଇସେନ୍ସ କିମ୍ବା ଅନୁମତି ଦିଆନଯାଉ, ଯାହା ମଣିଷ ଜୀବନ ପାଇଁ ବିପଦପୂର୍ଣ୍ଣ। ଏମିତିକି ଦେଶ ବାହାରରୁ ଅଣାଯାଉଥିବା ଏହି ପ୍ରଜାତିର କୁକୁରଙ୍କ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି।

ସେହିପରି କେନ୍ଦ୍ର ସରକାର ପ୍ରାୟ ୨୩ ବିପଜ୍ଜନକ ପ୍ରଜାତିର କୁକୁର ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ସେଗୁଡିକ ହେଲା ପିଟବୁଲ୍, ଟେରିୟର୍, ଟୋସା ଇନୁ, ଆମେରିକୀୟ ଷ୍ଟାଫର୍ଡଶାୟର୍ ଟେରିୟର୍, ଫିଲା ବ୍ରାସିଲିରୋ, ଡୋଗୋ ଆର୍ଜେଣ୍ଟିନୋ, ଆମେରିକାନ୍‌ ବୁଲଡଗ୍‌, ବୋସବୋଏଲ, କାଙ୍ଗଲ, ମଧ୍ୟ ଏସୀୟ ସେଫର୍ଡ, କୋକୋସିୟାନ ସେଫର୍ଡ ଡଗ୍‌, ଦକ୍ଷିଣ ଋଷୀୟ ସେଫର୍ଡ, ଟର୍ଣ୍ଣଜାକ୍‌ ଏବଂ ରଟୱାଇଲର୍‌ ଆଦି ପ୍ରଜାତିର କୁକୁରଙ୍କ ଉପରେ ବ୍ୟାନ୍‌ ଲାଗିଛି। ସମସ୍ତ ରାଜ୍ୟରେ ଏହି କୁକୁର ବିକ୍ରି ଓ ପ୍ରଜନନ ଉପରେ ରୋକ ଲଗାଇବା ପାଇଁ କୁହାଯାଇଛି । ଏମାନେ ଆଉ ଗୃହପାଳିତ ହୋଇ ରହିପାରିବେ ନାହିଁ ବୋଲି ପଶୁପାଳନ ମନ୍ତ୍ରଣାଳୟ କହିଛି।

ତେବେ ବିଶେଷଜ୍ଞ ଓ ପଶୁପାଳନ ଅଧିକାରୀଙ୍କ ମିଳିତ ଏକ କମିଟିରେ ଏହି ନିଷ୍ପତ୍ତି ନିଆଯାଇଛି। ଯାହାକୁ ଦିଲ୍ଲୀ ହାଇକୋର୍ଟଙ୍କ ଏକ ରାୟ ପରେ ଲାଗୁ କରାଯାଇଛି। କମିଟି ପକ୍ଷରୁ କୁହାଯାଇଛି ଯେ, ଯେଉଁମାନେ ଏହି ପ୍ରଜାତିର କୁକୁରଙ୍କୁ ଘରେ ପାଳିଛନ୍ତି, ସେମାନଙ୍କର ବଂଶ ବୃଦ୍ଧି ରୋକିବା ପାଇଁ ଅସ୍ତ୍ରୋପଚାର କରାଯିବ।

ସର୍ବପ୍ରଥମେ, ଆପଣ ଯେକୌଣସି ପ୍ରାଣୀ କିଣୁଛନ୍ତି, ସେ କୁକୁର ହେଉ କିମ୍ବା ଅନ୍ୟ କୌଣସି ପ୍ରାଣୀ ପ୍ରଥମେ ଏହାର ପ୍ରଜାତି ଜାଣି ନିଅନ୍ତୁ । ଏହା ଆପଣଙ୍କ ଘରେ ରହିବା ପାଇଁ ଉପଯୁକ୍ତ କି ନୁହେଁ । ଏହା ବ୍ୟତୀତ କୁକୁରଙ୍କୁ ତାଲିମ ମଧ୍ୟ ଦେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.