ଏବେ ୧୦୦୦ଟଙ୍କା ଜମା କରି ଫେରସ୍ତ ପାଆନ୍ତୁ ୭୨,୫୦୦ଟଙ୍କା, ଡାକବିଭାଗ ଆଣିଲା ଏଭଳି ଜବରଦସ୍ତ ସ୍କିମ
ଡାକ ବିଭାଗରେ ଟଙ୍କା ଜମା କରୁଥିବା ଲୋକଙ୍କ ପାଇଁ ଖୁସିଖବର। ବର୍ତ୍ତମାନ ଆପଣଙ୍କ ପାଇଁ ଆସିଛି ଏକ ନୂଆ ଆକର୍ଷଣୀୟ ଯୋଜନା। ସୂଚନା ଅନୁଯାୟୀ ବର୍ତ୍ତମାନ ଆପଣ ଟଙ୍କା ସଂଚୟ କରିବା ସହ ବ୍ୟାଙ୍କ ତୁଳନାରେ ଭଲ ରିଟର୍ନ ମଧ୍ୟ ପାଇପାରିବେ। ଏହି ଯୋଜନା ପାଇଁ ଆପଣଙ୍କୁ ଡାକ ବିଭାଗରେ ପ୍ରତି ମାସ ୧୦୦୦ଟଙ୍କା ଜମା କରିବାକୁ ପଡିବ ଏବଂ ୫ ବର୍ଷ ପରେ ଆପଣ ୭୨,୫୦୫ ଟଙ୍କା ଫେରସ୍ତ ପାଇବେ । ଯଦି ଆପଣ ଖାତା ଖୋଲିବାକୁ ଚାଁହୁଛନ୍ତି ତାହେଲେ ଏଠାରୁ ଆପଣ ୭.୩% ସୁଧ ହାର ପାଇପାରିବେ।
ଲୋକେ ନିଜର ନିକଟସ୍ଥ ଡାକ ବିଭାଗରେ ଏହି ଆକାଉଣ୍ଟ ଖୋଲି ପାରିବେ। ଆବଶ୍ୟକ ପଡିଲେ ଗ୍ରାହକ ଏକରୁ ଅଧିକ ଆକାଉଣ୍ଟ ମଧ୍ୟ ଖୋଲି ପାରିବେ। ଏହି ଯୋଜନାରେ ଆପଣଙ୍କୁ ଦୈନିକ ୩୩ ଟଙ୍କା ହିସାବରେ ମାସିକ ୧୦୦୦ ଟଙ୍କା ଜମା କରିବାକୁ ହେବ। ଆପଣ ଏଥିରେ ମାସକୁ ୭.୩ ପ୍ରତିଶତ ଅନୁସାରେ ସୁଧ ମଧ୍ୟ ପାଇବେ। ଏବଂ ୫ ବର୍ଷ ପରେ ଆପଣ ୭୨,୫୦୫, ଟଙ୍କା ପାଇବେ ଯେତେବେଳେକି ଆପଣଙ୍କ ଜମାରାଶି ୬୦,୦୦୦ ଟଙ୍କା ହୋଇଥିବ।
ଡାକବିଭାଗର ଏହି ସ୍କିମରେ ଆପଣ ନିର୍ଧାରିତ ତାରିଖରେ ହିଁ ଟଙ୍କା ଜମା କରିବାକୁ ହେବ। ଅର୍ଥାତ ୧ ତାରିଖରୁ ୧୫ ତାରିଖ ମଧ୍ୟରେ ଟଙ୍କା ଜମା ହେବ। ଯଦି ଆପଣ ମାସର ୧ ତାରିଖରେ ଖାତା ଖୋଲିବେ ତେବେ ୧୫ ତାରିଖରେ ଜମା କରିବେ। ଏବଂ ପାଞ୍ଚ ବର୍ଷର ଏହି ସ୍କିମର ଆପଣ ଲାଭ ଉଠାଇ ପାରିବେ।