ପଟ୍ଟାମୁଣ୍ଡାଇ: ଚକଲେଟ ଦେଇ ଅନ୍ଧାରକୁ ନେଇ ୧୦ ବର୍ଷ ଝିଅକୁ ଅସଦାଚରଣ କଲ ୫୮ ବର୍ଷିୟ ବୃଦ୍ଧ, ଥାନାରେ ଅଟକ ରଖିଲା ପୋଲିସ

ପଟ୍ଟାମୁଣ୍ଡାଇ(କେନ୍ୟୁଜ୍): ନାବାଳିକାକୁ  ଅସଦାଚରଣ କରି ବୃଦ୍ଧ ଅଟକ। ଏଭଳି ଖବର ଆସିଛି ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ବାଘୁଆ ଗ୍ରାମରୁ । ଗତକାଲି ବିଳମ୍ବିତ ରାତିରେ ଗ୍ରାମରେ ଭାଗବତ ସପ୍ତାହ କାର୍ଯ୍ୟକ୍ରମ ଚାଲୁଥିବା ବେଳେ ସେହି ଗ୍ରାମର ଜଣେ ୫୮ ବର୍ଷ ବୟସ୍କ ବୃଦ୍ଧ ନଟବର କାମିଳା ସେହି ଗ୍ରାମର ଜଣେ ୧୦ବର୍ଷ ବୟସ ନାବାଳିକା ଶିଶୁକୁ ପ୍ରଲୋଭନ ଦେଖାଇ ଅନ୍ଧାର ଭିତରକୁ ନେଇ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ପରିବାର ଲୋକେ ଖବରପାଇ ଝିଅକୁ ଏକ ନିଛାଟିଆ ଜାଗାରୁ ଉଦ୍ଧାର କରିବା ସହିତ ଝିଅକୁ ପଚରାଉଚରା କରିବାରୁ କଥା ପଦାକୁ ଆସିଥିଲା ଏନେଇ ପରିବାର ଲୋକେ ଚୋଉଦକୁଲାଟ ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନଟବରକୁ ଥାନାକୁ ଆଣି ଅଟକ ରଖିଛି । ଅନ୍ୟପଟେ ଉଦ୍ଧାର ସମୟରେ ଝିଅ କାନ୍ଦୁଥିବା ସହ ଭୟରେ ଥରୁଥିବା କହିଛନ୍ତି ପରିବାର ଲୋକେ ସେଥିପାଇଁ ଦୋଷୀ  ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନହେଲେ ପରିବାର ଲୋକେ ଥାନା ଆଗରେ ଧାରଣା ଦେବେ ବୋଲି କହିଛନ୍ତି ।