ଜାଣି ରଖନ୍ତୁ ହରିଡାର ଚମତ୍କାରୀ ଗୁଣ ବିଷୟରେ, ପାଚନ ଠାରୁ ଆରମ୍ଭ କରି ପାଇଲ୍ସ ପରି ସମସ୍ୟାରୁ ଦେଇଥାଏ ମୁକ୍ତି

ଅଁଳା, ବାହାଡା, ହରିଡ଼ାକୁ ତ୍ରିଫଳା ଭାବେ ଜଣାଯାଏ । ଅନ୍ୟ ପକ୍ଷରେ ଆୟୁର୍ବେଦ ଶାସ୍ତ୍ରରେ ଏମାନଙ୍କୁ ରାଜା ବୋଲି ବି କୁହାଯାଏ । ତିନୋଟି ଭିତରୁ ହରିଡ଼ାକୁ ଅନ୍ୟ ଅର୍ଥରେ ହରିତକୀ ବି କୁହାଯାଏ । ପଚାନା କ୍ଷମତାରୁ ଆରମ୍ଭ କରି ଯୌନ ସମ୍ବନ୍ଧୀୟ ସମସ୍ତ କ୍ଷେତ୍ରରେ ହରିଡ଼ାର ଅନେକ ଉପକାରୀ ଗୁଣ ମାନ ରହିଛି । ହରିଡ଼ାର ଅନ୍ୟ କେତେକ ବିଶେଷ ଗୁଣ ବିଷୟରେ ଆଜି ଆସନ୍ତୁ ଜାଣିବା ।

– ହରିଡ଼ା ସେବନ ଦ୍ୱାରା ଜ୍ୱର, ପେଟ ଫୁଲିବା, ବାନ୍ତି, ଏସିଡ଼ିଟି ଭଳି, କବ୍ଜ ଭଳି ସମସ୍ୟା ମାନ ଦୁରେଇ ଯାଇଥାଏ ।

– ଦୀର୍ଘ ଦିନ ଧରି ଗ୍ୟାସ ରୋଗରେ ପୀଡିତ ଲୋକେ ହରିଡ଼ା ଗୁଣ୍ଡ ନିୟମିତ ସେବନ କରିବା ଉଚିତ ।

– ପାଚନ କ୍ରିୟା ମଜବୁତ କରିବାରେ ବି ଏହା ପ୍ରମୁଖ ଭୂମିକା ନିଭେଇଥାଏ ।

harad new

– ଯଦି ଆପଣଙ୍କର ବାନ୍ତି ହେଉଛି । ବନ୍ଦ ହେବାର ନାଁ ନେଉନି ତେବେ ତୁରନ୍ତ ଏହାକୁ ସେବନ କରନ୍ତୁ । ଅତି ଶୀଘ୍ର ଆରାମ ମିଳିବ ।

-ଭାରତୀୟ ଆୟୁର୍ବେଦ ଶାସ୍ତ୍ରରେ ଯୌନ ସମସ୍ୟାର ସମାଧାନ ପାଇଁ ବି ହରିଡ଼ାକୁ ସମାଧାନ ଭାବେ ଦର୍ଶାଯାଇଛି ।

– ଅନେକ ବାର ତରଳ ଝାଡା ହେଉଥିଲେ ଏକ ଚାମଚ ହରିଡ଼ା ଗୁଣ୍ଡକୁ ପାଣିରେ ଗୋଳାଇ ପିଇ ନିଅନ୍ତୁ । ଦେଖିବେ ସମସ୍ତ ସମସ୍ୟାର ସମାଧାନ ହୋଇଯିବ
– ଏସବୁ ବ୍ୟତୀତ ଦୀର୍ଘ ଦିନର କାଶ ପାଇଁ ହରିଡ଼ା ଏକ ଅମୃତ ସଦୃଶ । ଏହାକୁ ପାଟିରେ କିଛି ସମୟ ଜାକି ରଖିଲେ ସବୁ ପ୍ରକାର କାଶରୁ ଆରାମ ମିଳିଥାଏ

– ପାଇଲ୍ସ ରୋଗୀଙ୍କ ପାଇଁ ବି ଏହା ଏକ ଉତ୍ତମ ଔଷଧ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.