ମାଲାମାଲ କରିଦେବ ପୋଷ୍ଟ ଅଫିସର ଏହି ସ୍କୀମ, କେବଳ ୭ ହଜାର ଟଙ୍କାରେ ପାଇବେ ୫ ଲକ୍ଷ ଟଙ୍କା ରିଟର୍ଣ୍ଣ

ଯଦି ଆପଣ ରାତାରାତି ଲକ୍ଷପତି ବନିବାକୁ ସ୍ୱପ୍ନ ଦେଖୁଛନ୍ତି ତାହେଲେ କେବଳ ସ୍ୱପ୍ନ ଦେଖି ରହିଯାନ୍ତୁନି। ସ୍ୱପ୍ନକୁ ସତ କରିବାକୁ ବି ଚିନ୍ତା କରନ୍ତୁ। ଆମେ ଆପଣଙ୍କୁ ଆଜି ଏମିତି ଏକ ଖବର ଜଣାଇବୁ ଯାହା ଆପଣଙ୍କୁ ଲକ୍ଷପତି ବନାଇବାରେ ନିହାତି ଭାବେ ସାହାଯ୍ୟ କରିପାରିବ। ଆପଣ ପୋଷ୍ଟ ଅଫିସ ଯୋଜନା ବିଷୟରେ ତ ଜାଣିଥିବେ ଆଉ ଏହା ଏକଦମ୍‌ ଟେନସନ୍‌ ଫ୍ରି ବି ଆପଣ ଜାଣିଥିବେ। ଆପଣଙ୍କୁ ଏଠାରେ ନିବେଶ କରିବାକୁ ନେଇ ରାତି ଦିନ ଚିନ୍ତା କରିବାର ଆବଶ୍ୟକତା ନାହିଁ। ଯଦି ଆପଣ ଚାକିରି କିମ୍ବା ବେପାର କରୁଛନ୍ତି ତାହେଲେ ନିହାତି ଭାବେ ଆପଣଙ୍କ ପାଖରେ ସମୟ ନଥିବ। ତେବେ ଏମିତିରେ ଏହି ଯୋଜନା ସେହି ଲୋକଙ୍କ ପାଇଁ ଯେଉଁମାନେ ଥରେ ନିବେଶ କରି ଡାଇରେକ୍ଟ ରିଟର୍ଣ୍ଣ ପାଇବାକୁ ଚାହୁଁଛନ୍ତି।

ପୋଷ୍ଟ ଅଫିସର ଏହି ରିକରିଙ୍ଗ ଡିପୋଜିଟ ଆକାଉଣ୍ଟ ବହୁତ ଭଲ ସୁଧ ଦର ଦେବା ସହିତ ଛୋଟ କିସ୍ତିରେ ନିବେଶ କରିବା ପାଇଁ ସରକାରଙ୍କର ଏକ ଗ୍ୟାରେଣ୍ଟୀ ଯୋଜନା । ଏଥିରେ ଆପଣ କେବଳ ୧୦୦ ଟଙ୍କାର ଛୋଟ ଆମାଉଣ୍ଟରୁ ବି ନିବେଶ ଆରମ୍ଭ କରିପାରିବେ। ଆଉ ନିବେଶର ଅଧିକତମ ଲିମିଟ୍‌ କିଛି ବି ନାହିଁ। ଅର୍ଥାତ୍‌ ଆପଣ ଯେତେ ଚାହିଁବେ ସେତେ ଟଙ୍କା ଜମା କରିପାରିବେ। ଏହି ସ୍କିମ ପାଇଁ ଆକାଉଣ୍ଟକୁ ପାଞ୍ଚ ବର୍ଷ ଯାଏଁ ଖୋଲାଯାଏ। ଯଦିଓ ବ୍ୟାଙ୍କ ଛଅ ମାସ, ୧ ବର୍ଷ, ୨ ବର୍ଷ, ୩ ବର୍ଷ ପାଇଁ ରିକରିଙ୍ଗ ଡିପୋଜିଟ ଆକାଉଣ୍ଟର ସୁବିଧା ଦେଇଥାଏ। ଏଥିରେ ଜମା ଟଙ୍କା ଉପରେ ସୁଧ ଦର ପ୍ରତି ତିନି ମାସରେ ମିଳିଥାଏ। ଏବଂ ଏହାକୁ ପ୍ରତି ତିନି ମାସ ଶେଷରେ ଆପଣଙ୍କ ଆକାଉଣ୍ଟରେ ଜମା କରିଦିଆଯାଇଥାଏ।

ରିକରିଙ୍ଗ ଡିପୋଜିଟ ବା ଆରଡି ଯୋଜନାରେ ପୋଷ୍ଟ ଅଫିସ ୫.୮ ପ୍ରତିଶତ ସୁଧ ଅଫର କରିଥାଏ। ଭାରତ ସରକାର ନିଜର ସମସ୍ତ ଛୋଟ ସଞ୍ଚୟ ଯୋଜନାର ସୁଧ ଦର ପ୍ରତି ତିନି ମାସରେ ଧାର୍ଯ୍ୟ କରାଯାଏ। ଆଉ ଯଦି ଆପଣ ପୋଷ୍ଟ ଅଫିସର ଆରଡି ସ୍କିମରେ ୭ ହଜାର ୧୭୪ ଟଙ୍କା ୫ ବର୍ଷ ପାଇଁ ନିବେଶ କରନ୍ତି, ତାହେଲେ ଆପଣଙ୍କୁ ୫ ବର୍ଷ ପରେ ୫.୮ ପ୍ରତିଶତ ସୁଧ ଦର ୫ ଲକ୍ଷରୁ ବି ଅଧିକ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.