ଗ୍ରାମ ସୁରକ୍ଷା ସ୍କିମ୍‌ : ଏହି ଯୋଜନାରେ ପ୍ରତିଦିନ ଭରନ୍ତୁ ୫୦ ଟଙ୍କା, ମିଳିବ ୩୫ ଲକ୍ଷ ଟଙ୍କା

ପ୍ରତ୍ୟେକ ବ୍ୟକ୍ତି ଜୀବନରେ କିଛି ସଂଚୟ କରିବା ଉଚିତ୍‌ । କାରଣ ଏହି ସଂଚୟ ଅସୁବିଧା ବେଳେ କାମରେ ଆସିଥାଏ । ଏହି ସ୍କିମରେ ଅର୍ଥ ସଂଚୟ କଲେ ସୁରକ୍ଷିତ ରହିଥାଏ । ଡାକଘର ସଂଚୟ ଯୋଜନାରେ ନିବେଶ କରି ଭଲ ସୁଧ ସହ ଟ୍ୟାକ୍ସ ଛାଡ ବି ପାଇପାରିବେ । ଏପରି ଏକ ଯୋଜନା ଗ୍ରାମ ସୁରକ୍ଷା ଯୋଜନା । ପୋଷ୍ଟ ଅଫିସର ଏହି ଯୋଜନାରେ ଆପଣ ପ୍ରତିଦିନ ୫୦ ଟଙ୍କା ସଂଚୟ କରି ୩୫ ଲକ୍ଷ ଟଙ୍କା ପାଇପାରିବେ ।

ଗ୍ରାମ ସୁରକ୍ଷା ଯୋଜାନ କ’ଣ

ପୋଷ୍ଟ ଅଫିସ ଗ୍ରାମ ସୁରକ୍ଷା ଯୋଜନାରେ କମ ରିସ୍କ ସହ ଭଲ ରିଟର୍ଣ୍ଣ ମିଳିଥାଏ । ଏହି ଯୋଜନାରେ ଆପଣଙ୍କୁ ପ୍ରତିଦିନ ୫୦ ଟଙ୍କା ନିବେଶ କରିବାକୁ ହେବ । ଅର୍ଥାତ ଆପଣଙ୍କୁ ପ୍ରତି ମାସ ୧୫୦୦ ଟଙ୍କା ଜମା କରି ୩୫ ଲକ୍ଷ ଟଙ୍କା ପାଇ ପାରିବେ । ଏହି ଅର୍ଥ ନିବେଶକଙ୍କୁ ୮୦ ବର୍ଷ ବୟସରେ ମିଳିବ ।

କିଏ କରିପାରିବେ ନିବେଶ

ଏହି ଯୋଜନାରେ ୧୯ ରୁ ୫୫ ବର୍ଷ ବୟସ୍କ ବ୍ୟକ୍ତି ନିବେଶ କରିପାରିବେ । ଏଥିରେ ଅତି କମରେ ୧୦ ହଜାର ଟଙ୍କା ଓ ଅତି ବେଶୀରେ ୧୦ ଲକ୍ଷ ଟଙ୍କା ଯାଏ ନିବେଶ କରିପାରିବେ । ସବୁଠୁ ଭଲ କଥା ହେଉଛି ପ୍ରିମିୟମ ପୁରଣ କରିବା ପାଇଁ ବହୁ ବିକଳ୍ପ ଦିଆଯାଇଛି । ଯେଉଁଥିରେ ଆପଣ ମାସିକ, ତ୍ରୈମାସିକ, ଛମାସିକ ଓ ବାର୍ଷକ ଦେଇପାରିବେ ।

ଜାଣନ୍ତୁ କେତେ ହେବ ଲାଭ

ଯଦି ଆପଣ ୧୯ ବର୍ଷ ବୟସରେ ପୋଷ୍ଟ ଅଫିସରେ ଏହି ସ୍କିମରେ ନିବେଶ କରନ୍ତି । ସେ ୫୫ ବର୍ଷ ପାଇଁ ମାସିକ ୧୫୧୫ ଟଙ୍କା , ୫୮ ବର୍ଷ ପାଇଁ ୧୪୬୩ ଟଙ୍କା ଓ ୬୦ ବର୍ଷ ପାଇଁ ୧୪୧୧ ଟଙ୍କା ଦିଅନ୍ତି । ତେବେ ୫୫ ବର୍ଷ ପରେ ଆପଣଙ୍କୁ ୩୧.୬୦ ଲକ୍ଷ ଟଙ୍କା, ୫୮ ବର୍ଷ ପରେ ୩୩.୪୦ ଟଙ୍କା ଓ ୬୦ ବର୍ଷ ପରେ ୩୪.୬୦ ଲକ୍ଷ ଟଙ୍କା ପାଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.