ଅପ୍ରେଲରୁ ଖାତାଧାରକଙ୍କ ଏହି ସବୁ ଆକାଉଣ୍ଟରେ ମିଳିବନି ନଗଦ ସୁଧ: ପୋଷ୍ଟ ଅଫିସ

୧ ଅପ୍ରେଲରୁ ପୋଷ୍ଟ ଅଫିସର କିଛି ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏହି ତାରିଖରୁ ବରିଷ୍ଠ ନାଗରିକଙ୍କ ବଚତ ଯୋଜନା ମାସିକ ଆୟ ଯୋଜନା ଏବଂ ଟର୍ମ ଡିପୋଜିଟ ଖାତାରେ ନଗଦରେ ସୁଧ ମିଳିବା ବନ୍ଦ କରାଯିବ। ସୁଧର ଭୁଗତାନ ପୋଷ୍ଟ ଅଫିସ ବଚତ ଖାତା କିମ୍ବା ଚେକ ମାଧ୍ୟମରେ କରାଯିବ।

ପୋଷ୍ଟ ଅଫିସର ଦିଆଯାଇଥିବା ସୂଚନା ଅନୁଯାୟୀ ଅପ୍ରେଲ ୨୦୨୨ ରୁ ବରିଷ୍ଠ ନାଗରିକ ବଚତ ଯୋଜନା, ମାସିକ ଆୟ ଯୋଜନା ଏବଂ ଟର୍ମ ଡିପୋଜିଟ ଖାତାରେ ନଗଦ ସୁଧ ଦେବା ବନ୍ଦ ହୋଇଯିବ। ମାନେ ଏହି ଖାତାରେ ଆଉ ଖାତାଧିକାରୀଙ୍କୁ ନଗଦ ସୁଧ ମିଳିବ ନାହିଁ। ସୁଧ କେବଳ ଖାତାଧାରକଙ୍କୁ ପୋଷ୍ଟଅଫିସର ବଚତ ଖାତା କିମ୍ବା ବ୍ୟାଙ୍କ ଖାତାରେ ଜମା କରାଯିବ।

ଯଦିି କୌଣସି ଖାତାଧାରକ ନିଜ ବଚତ ଖାତାରେ ବରିଷ୍ଠ ନାଗରିକ ବଚତ ଯୋଜନା, ମାସିକ ଆୟ ଯୋଜନା ଏବଂ ଟର୍ମ ଡିପୋଜିଟ ଖାତା ସହ ଯୋଡ଼ି ନାହାଁନ୍ତି ତେବେ ବଳକା ସୁଧର ଭୁଗତାନ କେବଳ ଡାକଘର ବଚତ ଖାତାରେ ଜମା କିମ୍ବା ଚେକ ଦ୍ୱାରା ଦିଆଯିବ।

post-office-scheme

ପୋଷ୍ଟ ଅଫିସର କହିବା ଅନୁଯାୟୀ କିଛି ବରିଷ୍ଠ ନାଗରିକ ବଚତ ଯୋଜନା, ମାସିକ ଆୟ ଯୋଜନା ଏବଂ ଟର୍ମ ଡିପୋଜିଟ ଖାତାଧାରକ ନିଜ ମାସିକ , ତ୍ରୟିମାସିକ, ବାର୍ଷିକ ସୁଧର କ୍ରେଡିଟ ପାଇଁ ନିଜ ବଚତ ଖାତା ସହ ଲିଙ୍କ କରିନାହାଁନ୍ତି। ଏହି ପରିସ୍ଥିତରେ ଏମାନଙ୍କ ସୁଧ ଅନପେଡ ରହିବ। ସର୍ଭେରୁ ଜଣାପଡ଼ିଛି ଯେ ଅନେକ ଟର୍ମ ଆକାଉଣ୍ଟ ହୋଲଡର୍ସ ଟିଡ଼ି ଖାତାରେ ବାଷିର୍କ ସୁଧ ସମ୍ପର୍କରେ କିଛି ଜାଣିନାହାଁନ୍ତି।
ତେଣୁ ଏମାନଙ୍କୁ ପୋଷ୍ଟ ଅଫିସର ସମସ୍ତ ନିୟମ ସମ୍ପର୍କରେ ଅପଡେଟ ଦେବା ସହ ଏହାକୁ ମାନିବା ପାଇଁ ନୂଆ ନିଷ୍ପତ୍ତି ନିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.