ଏବେଠୁ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ପିନ୍ଧିବେ ୟୁନିଫର୍ମ, ହିଜାବ୍‌ ପିନ୍ଧିବା ଜରୁରୀ ନୁହେଁ: କର୍ଣ୍ଣାଟକ ହାଇକୋର୍ଟ

ନୂଆଦିଲ୍ଲୀ : ଶିକ୍ଷାନୁଷ୍ଠାନରେ ହିଜାବ୍‌ ପିନ୍ଧିବା ଜରୁରୀ ନୁହେଁ । ହିଜାବ ବିବାଦ ମାମଲାରେ ଶୁଣାଣି କରି କର୍ଣ୍ଣାଟକ ହାଇକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଶିକ୍ଷାନୁଷ୍ଠାନରେ ହିଜାବ ବ୍ୟାନ୍‌କୁ ଚ୍ୟାଲେଞ୍ଜ କରି ଦାୟର ସମସ୍ତ ଆବେଦନକୁ କର୍ଣ୍ଣାଟକ ହାଇକୋର୍ଟ ଖାରଜ କରିଦେଇଛନ୍ତି । କୋର୍ଟ କହିଛନ୍ତି, ଧାର୍ମିକ ରୀତିନୀତି ଲାଗି ହିଜାବ ଜରୁରୀ ନୁହେଁ। ହିଜାବ ଇସଲାମ ଧର୍ମର ଜରୁରୀ ପ୍ରଥା ନୁହେଁ । ସ୍କୁଲ ୟୁନିଫର୍ମ ପିନ୍ଧିବାକୁ ମନା କରିପାରିବେନି ଛାତ୍ରଛାତ୍ରୀ। ଶିକ୍ଷାନୁଷ୍ଠାନରେ ହିଜାବ ନିଷିଦ୍ଧ କରାଯିବା ନେଇ ନିଷ୍ପତ୍ତି ବିରୋଧରେ ଉଡୁପିର କେତେକ ଛାତ୍ରୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ମୁଖ୍ୟ ବିଚାରପତି ରିତୁରାଜ ଅୱସ୍ଥି, ବିଚାରପତି କ୍ରିଷ୍ଣା ଏସ ଦିକ୍ଷିତ୍ ଏବଂ ଜେ,ଏମ ଖାଜିଙ୍କ ଖଣ୍ଡପୀଠ ଏହି ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି । କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ, କର୍ଣ୍ଣାଟକ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି । ଏବଂ କହିଛନ୍ତି ଛାତ୍ରଛାତ୍ରୀଙ୍କ ମୁଳ ଲକ୍ଷ୍ୟ ପାଠ ପଢିବା ଏବଂ ଜ୍ଞାନ ଆହରଣ କରିବା । ତେଣୁ ହିଜାବ ଭଳି ବିବାଦରେ ନପଶି ଦେଶରେ ଶାନ୍ତି ବଜାୟ ରଖିବା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.