ପ୍ରଥମେ ବିବାହିତା ମହିଳାଙ୍କ ସହ ଶାରୀରିକ ସମ୍ପର୍କ, ପରେ ସନ୍ଦେହ କରି ଜିଅନ୍ତା ଜାଳିଦେଲା ବଏଫ୍ରେଣ୍ଡ

କାମାକ୍ଷାନଗର (କେନ୍ୟୁଜ): ପ୍ରଥମେ ବିବାହିତ ମହିଳାଙ୍କ ସହିତ ଶାରୀରିକ ସମ୍ପର୍କ ଏବଂ ପରେ ମହିଳାଙ୍କ ଚରିତ୍ର ଉପରେ ସନ୍ଦେହକୁ ନେଇ ତାଙ୍କୁ ଜିଅନ୍ତା ଜାଳି ଦେଇଛନ୍ତି ଜଣେ ବଏଫ୍ରେଣ୍ଡ । ଏ ଭଳି ଘୃଣ୍ୟ ଓ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମୁକ୍ତାପଶି ଅଞ୍ଚଳରେ । ଯାହାକୁ ନେଇ କାମାକ୍ଷାନଗର ପୋଲିସ ଅଭିଯୁକ୍ତ ବଏଫ୍ରେଣ୍ଡ ରବି ଓରଫ ଟୁକୁ ବିଶ୍ୱାଳକୁ ଗିରଫ କରିଛି । ଟୁକୁର ଘର ପରଜଙ୍ଗ ଥାନା ଗଡ଼ପଳାଶୁଣି ଗାଁରେ ହୋଇଥିବା ସୂଚନା ମିଳିଛି ।

ସେ ଗତ ଦୁଇ ବର୍ଷ ହେବ ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ପୁରୁକିଆ ଗାଁର ଦିଲ୍ଲୀପ କୁମାର ଜେନାଙ୍କ ସ୍ତ୍ରୀ ସୁନିତା ଜେନାଙ୍କୁ ଭଲ ପାଇ ଆସୁଥିଲେ। ଏକ ମିସକଲରୁ ଉଭୟ ମହିଳା ଓ ଯୁବକଙ୍କ ମଧ୍ୟରେ ଅବୈଧ ସମ୍ପର୍କ ଗଢି ଉଠିଥିଲା । ତେବେ ସୁନିତାଙ୍କର ଅନ୍ଯ କୌଣସି ଯୁବକଙ୍କ ସହିତ ସମ୍ପର୍କ ରହିଥିବା ସନ୍ଦେହରେ ଟୁକୁ ତାଙ୍କୁ ଚଳିତ ମାର୍ଚ୍ଚ ମାସ ୧୨ ତାରିଖ ଦିନ ମୁକ୍ତାପଶି ଗାଁ ପାଖ ଜଙ୍ଗଲ ନିକଟକୁ ଆଣି ପ୍ରଥମେ ମାଡ଼ ମାରିଥିଲା । ପରେ ସେ ଚେତାଶୂନ୍ଯ ହୋଇଯିବାରୁ ତାଙ୍କ ଉପରେ ତାଳପତ୍ର ପକାଇ ନିଆଁ ଲଗେଇ ଦେଇ ଚମ୍ପଟ ମାରିଥିଲେ । ସୌଭାଗ୍ଯ ବଶତଃ ସୁନିତା ବଞ୍ଚି ଯାଇଥିଲେ ।

ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କାମାକ୍ଷାନଗର ମେଡ଼ିକାଲ ଏବଂ ପରେ ଢେଙ୍କାନାଳ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ନିଆଯାଇଥିଲା । ଏ ନେଇ କାମାକ୍ଷାନଗର ପୋଲିସ ତଦନ୍ତ ପରେ ଅଭିଯୁକ୍ତ ରବି ଓରଫ ଟୁକୁ ବିଶ୍ୱାଳକୁ ଗିରଫ କରିଥିଲା । ଯାହାକୁ ନେଇ ଅଧିକ ତଦନ୍ତ ଚଳାଇଛନ୍ତି ଜିଲ୍ଲା ସାଇଣ୍ଟିଫିକ ଟିମ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.