Below header

ମ୍ୟାଗି ଦାମ୍‌ ବଢ଼ିଲା! ଜାଣନ୍ତୁ କେତେ ହେଲା ଆପଣଙ୍କ ପସନ୍ଦର ନୁଡୁଲ୍ସ ଦାମ୍‌…

ମ୍ୟାଗି ପ୍ରିୟ ଲୋକଙ୍କ ପାଇଁ ଏକ ନିରାଶଜନକ ଖବର। ମହଙ୍ଗା ମାଡ଼ ଏବେ ମ୍ୟାଗି ଉପରେ ବି ପଡ଼ିଛି। ଏଣିକି ମ୍ୟାଗି କିଣିବା ପାଇଁ ଲୋକଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। କାହିଁକି ନା, ଏହାର ଦାମ୍‌ ବଢ଼ି ଯାଇଛି। ନେସ୍‌ଲେ ଇଣ୍ଡିଆ ମ୍ୟାଗିର ଛୋଟ ପ୍ୟାକେଟ୍‌ ଦାମ୍‌ ୨ ଟଙ୍କା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ଦୁଗ୍ଧ ଦାମ୍‌ ବୃଦ୍ଧି ପରେ ଏବେ ମ୍ୟାଗି ଦାମ୍‌ରେ ବି ୯ରୁ ୧୬ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘଟିଛି।

ନୂଆ ମୂଲ୍ୟ ଲାଗୁ ହେବା ପରେ ମ୍ୟାଗି ୧୪୦ ଗ୍ରାମ୍‌ ପ୍ୟାକେଟ୍‌ର ଦାମ ୩ ଟଙ୍କା ବଢ଼ି ଯାଇଛି। ମ୍ୟାଗି ମହଙ୍ଗା ହେବା ପରେ ୧୨ ଟଙ୍କା ନୁଡୁଲ୍ସ ପ୍ୟାକେଟ୍‌ ଦାମ୍‌ ବଢ଼ି ୧୪ ଟଙ୍କା ହୋଇ ଯାଇଛି। ଏବେ ଲୋକଙ୍କୁ ୭୦ ଗ୍ରାମର ଏକ ମ୍ୟାଗି ପ୍ୟାକେଟ୍‌ ପାଇଁ ୧୨ ଟଙ୍କା ଜାଗାରେ ୧୪ ଟଙ୍କା ଦେବାକୁ ପଡ଼ିବ। ୧୪୦ ଗ୍ରାମ ମ୍ୟାଗି ମସଲା ନୁଡୁଲ୍ସ ଦାମ୍‌ ୧୨.୫ ପ୍ରତିଶତ ବଢ଼ାଇ ଦିଆଯାଇଛି। ୫୬୦ ଗ୍ରାମ ପ୍ୟାକେଟ୍‌ ପାଇଁ ୯୬ ଜାଗାରେ ୧୦୫ ଟଙ୍କା ଦେବାକୁ ହେବ।

ତେବେ ମ୍ୟାଗି ନୁଡୁଲ୍ସକୁ ଲୋକେ ଏତେ ଭଲ ପାଆନ୍ତି ଯେ ବୋଧହୁଏ ମୂଲ୍ୟ ବୃଦ୍ଧିର ପ୍ରଭାବ କମ୍‌ ପଡ଼ିପାରେ। ଅନ୍ୟପକ୍ଷରେ ହିନ୍ଦୁସ୍ତାନ ୟୁନିଲିଭର ଓ ନେସ୍‌ଲେ ଚା’, କଫି ଏବଂ ଦୁଗ୍ଧ ଦାମ୍‌ ମଧ୍ୟ ବଢ଼ାଇ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.