ରୁଷ ସେନାକୁ ଜେଲେନ୍‌ସ୍କିଙ୍କ ଆହ୍ଵାନ: ଆତ୍ମସମର୍ପଣ କର ଉଚିତ ବ୍ୟବହାର ପାଇବ

ନୂଆଦିଲ୍ଲୀ : ରୁଷ ସେନାକୁ ଜେଲେନ୍‌ସ୍କିଙ୍କ ଆହ୍ଵାନ, ଆତ୍ମସମର୍ପଣ କର। ଆତ୍ମସମର୍ପଣ କଲେ ଉଚିତ ବ୍ୟବହାର ପାଇବ। ପୂର୍ବରୁ ଜେଲେନ୍‌ସ୍କି ସ୍ପଷ୍ଟ କରିଥିଲେ ୟୁକ୍ରେନ ଆତ୍ମସମର୍ପଣ କରିବ ନାହିଁ। ରୁଷ ସେନାକୁ ଦେଶ ଛାଡିବାକୁ ଚେତାବନୀ ଦେଇଥିଲେ। ଆଜି ପୁଣି ରୁଷ ସେନା ଉଦ୍ଦେଶ୍ୟରେ କହିଛନ୍ତି, ୟୁକ୍ରେନବାସୀଙ୍କ ତରଫରୁ ମୁଁ ସୁଯୋଗ ଦେଉଛି, ଆତ୍ମସମର୍ପଣ କଲେ ଉଚିତ ବ୍ୟବହାର ପ୍ରଦର୍ଶନ କରାଯିବ। ରୁଷ ୯୦ଟି ଯୁଦ୍ଧ ବିମାନ ହରାଇ ସାରିଲାଣି। ରୁଷ ସେନା ଏପରି ପ୍ରତିରୋଧ ଆଶା ରଖିନଥିଲା।

ଶହଶହ ରୁଷ ସେନା ଧରାପଡିଛନ୍ତି କିମ୍ବା ଆତ୍ମସମର୍ପଣ କରିଥିବା ୟୁକ୍ରେନ ରାଷ୍ଟ୍ରପତି କହିଛନ୍ତି। କିଛି ଦିନ ତଳେ ପେଣ୍ଟାଗନ ମଧ୍ୟ କହିଥିଲେ କିଛି ରୁଷ ସେନା ଆତ୍ମସମର୍ପଣ କରିଛନ୍ତି। କିନ୍ତୁ କେତେ ଜଣ ଆତ୍ମସମର୍ପଣ କରିଛନ୍ତି ସେହି ସୂଚନା ଦେଇ ନଥିଲା ପେଣ୍ଟାଗନ। ଯେଉଁ ରୁଷବାସୀ ଯୁଦ୍ଧକୁ ବିରୋଧ କରି ୟୁକ୍ରେନକୁ ସମର୍ଥନ କରୁଛନ୍ତି ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ଜେଲେନ୍‌ସ୍କି। ରୁଷରେ ମଧ୍ୟ ୟୁକ୍ରେନ ସମର୍ଥନରେ ପ୍ରଦର୍ଶନ ହେଉଛି। ଏପରିକି ଏକ ଟିଭି ଚ୍ୟାନେଲରେ ସିଧାପ୍ରସାରଣ ସମୟରେ ଜଣେ ମହିଳା, ଯୁଦ୍ଧ ବିରୋଧୀ ବ୍ୟାନର ଧରି ଷ୍ଟୁଡିଓ ଭିତରେ ପଶି ଯାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.