ନାଟୋ ସଦସ୍ୟ ଦେଶର ନେତାଙ୍କୁ ଭେଟିବେ ବାଇଡେନ୍‌ , ୟୁକ୍ରେନ୍‌-ରୁଷ ଯୁଦ୍ଧ ଉପରେ ହେବ ଆଲୋଚନା

ନୂଆଦିଲ୍ଲୀ : ନାଟୋ ସଦସ୍ୟ ଦେଶର ନେତାଙ୍କୁ ଭେଟିବେ ବାଇଡେନ୍‌ । ରୁଷ-ୟୁକ୍ରେନ୍‌ ଯୁଦ୍ଧ ମଧ୍ୟରେ ମାର୍ଚ୍ଚ ୨୩ରେ ବ୍ରସେଲ୍ସରେ ନାଟୋ ସଦସ୍ୟ ରାଷ୍ଟ୍ରର ନେତାଙ୍କୁ ଭେଟିପାରନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ । ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ୟୁକ୍ରେନ୍‌-ରୁଷ ଯୁଦ୍ଧ ଉପରେ ଆଲୋଚନା ହେବ । ଏହା ପରେ ବାଇଡେନ୍‌ ପୋଲାଣ୍ଡ ଗସ୍ତରେ ମଧ୍ୟ ଯାଇପାରନ୍ତି । ରୁଷ ସେନା ପୋଲାଣ୍ଡ ସୀମାରେ ଥିବା ଲିଭିଉ ମିଲିଟାରୀ ବେସ୍‌କୁ ଟାର୍ଗେଟ କରିଥିଲା ।

ଏହି ଆକ୍ରମଣରେ ୩୫ ଜଣ ମିଲିଟାରୀ ପର୍ସନେଲ ଓ ସାଧାରଣ ଲୋକ ପ୍ରାଣ ହରାଇଥିବା ବେଳେ ୧୩୪ ଜଣ ଆହତ ହୋଇଥିଲେ । ଲିଭିଉ ମିଲିଟାରୀ ବେସ୍‌ ଉପରେ ରୁଷର ଆକ୍ରମଣ ପରେ ନାଟୋର ସଦସ୍ୟ ରାଷ୍ଟ୍ର ମାନେ ଅଧିକ ଅଲର୍ଟରେ ଅଛନ୍ତି । ଇତିମଧ୍ୟରେ ପୋଲାଣ୍ଡ, ସ୍ଲୋଭେନିୟା, ଚେକ୍‌ ରିପବ୍ଲିକର ପ୍ରଧାନମନ୍ତ୍ରୀ କିଭରେ ଏକାଠି ହେବେ । ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍‌ସ୍କି ଭେଟିବେ । ୟୁକ୍ରେନକୁ ୟୁରୋପିୟନ ୟୁନିୟନ ସମର୍ଥନ ସହ ଆର୍ଥିକ ସହଯୋଗ ଉପରେ ଗୁରୁତ୍ୱ ଦେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.