Below header

ଏବେ ମାତ୍ର ୫୯ ମିନିଟରେ ଆପଣଙ୍କୁ ମିଳିବ ହୋମ ଏବଂ କାର ଲୋନ…ବ୍ୟାଙ୍କର ବଡ ପ୍ରସ୍ତୁତି

ସାଧାରଣତଃ ଲୋକ ମାନଙ୍କୁ ଘର କିମ୍ବା କାର କିଣିବା ପାଇଁ ହୋମଲୋନ ଅଥବା ଅଟୋଲୋନ ନେବାକୁ ପଡିଥାଏ ଏବଂ ଏହି ଲୋନ ମିଳିବା ଏତେବି ସହଜ ହୋଇନଥାଏ । ସେଥିପାଇଁ ଲୋକମାନଙ୍କୁ ଅନେକ ଦିନ ପର୍ଯ୍ୟନ୍ତ ବ୍ୟାଙ୍କର ଚକ୍କର କାଟିବାକୁ ପଡିଥାଏ କିନ୍ତୁ ବର୍ତ୍ତମାନ କେବଳ ଏକ ଘଂଟାରେ ଆପଣଙ୍କୁ ହୋମ ଓ ଅଟୋ ଲୋନ ମିଳିପାରିବ ଏବଂ ଏଥିପାଇଁ ମଧ୍ୟ ଆପଣଙ୍କୁ କୌଣସି ସ୍ଥାନକୁ ଯିବାର ଆବଶ୍ୟକତା ପଡ଼ିବ ନାହିଁ ।

 

ବର୍ତ୍ତମାନ ଦେଶର ସରକାରୀ ବ୍ୟାଙ୍କ ଗୁଡିକ ମାତ୍ର ୫୯ ମିନିଟରେ ହୋମ ଏବଂ ଅଟୋ ଲୋନ ପ୍ରଦାନ କରିବା ପ୍ରସ୍ତୁତିରେ ଲାଗିପଡିଛନ୍ତି । ନ୍ୟୁଜ ଏଜେନ୍ସି ପିଟିଆଇ ଅନୁସାରେ ପବ୍ଲିକ ସେକ୍ଟରର ବ୍ୟାଙ୍କ ଗୁଡିକ ମଧ୍ୟ ଏହି ସ୍କିମ ଉପରେ କାମ କରିବା ଆରମ୍ଭ କରିଦେଇଛନ୍ତି ।

ଏହି ବିଷୟରେ ସୂଚନା ଦେଇ ବ୍ୟାଙ୍କ ଅଫ ଇଣ୍ଡିଆର ଜେନେରାଲ ମ୍ୟାନେଜର ସୁନୀଲ କୁମାର କହିଛନ୍ତି ଆମେ ବର୍ତ୍ତମାନ ଏହି ସ୍କିମ ଉପରେ କାମ କରୁଛୁ । ଅତିଶୀଘ୍ର ବ୍ୟାଙ୍କ ତରଫରୁ ୫୯ ମିନିଟ ମଧ୍ୟରେ ହୋମ ଓ ଅଟୋ ଲୋନ ଭଳି ସୁବିଧା ଗ୍ରାହକ ମାନଙ୍କୁ ପ୍ରଦାନ କରିବ ସେହିଭଳି ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ମଧ୍ୟ ଏହି ସ୍କିମ ଉପରେ କାମ କାରୁଅଛି ।

ଏଥିପାଇଁ ବ୍ୟାଙ୍କ ‘psbloansin59minutes.com’ ରେ ଏହି ସୁବିଧା ଆରମ୍ଭ କରିବ ବୋଲି ନିଷ୍ପତ୍ତି ନେଇଛି । ବର୍ତ୍ତମାନ ଏହି ପୋର୍ଟାଲରେ ମାଇକ୍ରୋ, ସ୍ମଲ ଏବଂ ମିଡିୟମ ଇଣ୍ଡଷ୍ଟ୍ରି ଗୁଡିକୁ ୫୯ ମିନିଟ ମଧ୍ୟରେ ୧ କୋଟି ପର୍ଯ୍ୟନ୍ତ ଲୋନ ଦେବାର ଯୋଜନା ଆରମ୍ଭ ହୋଇଛି ।

ଏହାସହ ପଢନ୍ତୁ ୨୦୦୦ଟଙ୍କିଆ ହୋଇଯିବ କି ବ୍ୟାନ୍‌ ! ଜାଣନ୍ତୁ ସାକ୍ଷାତକାରରେ ସାମ୍ବାଦିକଙ୍କୁ କଣ କହିଲେ ଅର୍ଥ ମନ୍ତ୍ରୀ ?

ବ୍ୟାଙ୍କର ଏହି ନିଷ୍ପତ୍ତି ପରେ ସାଧାରଣ ଲୋକ ମାନଙ୍କୁ ଲୋନ ନେବା ପାଇଁ ସୁବିଧା ହେବ । ସୂଚନା ଅନୁଯାୟୀ ଏହି ହୋମ ଏବଂ ଅଟୋ ଲୋନ ନେବାର ପ୍ରକ୍ରିୟା ଶେଷ ହେବ ପାଇଁ ଏକ ସପ୍ତାହରୁ ଉର୍ଦ୍ଧ୍ୱ ସମୟ ଲାଗିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.