ମୁଣ୍ଡ ନୂଆଁଇଲା IRCTC, ବଦଳାଇଲା ରାମାୟଣ ଏକ୍ସପ୍ରେସ ଟ୍ରେନର ୱେଟରଙ୍କ ପୋଷାକ

ଆଇଆରସିଟିସି(IRCTC) ପକ୍ଷରୁ ରାମାୟଣ ଏକ୍ସପ୍ରେସ ଟ୍ରେନର  ୱେଟରଙ୍କ ଡ୍ରେସକୁ ପରିବର୍ତ୍ତନ କରିଛି। ପୂର୍ବରୁ ରାମାୟଣ ଏକ୍ସପ୍ରେସ ଟ୍ରେନରେ ୱେଟରଙ୍କ ପୋଷାକ ନେଇ ବିବାଦ ଦେଖାଦେଇଥିଲେ । ଉଜୈନଙ୍କ ସାଧୁମାନେ ୱେଟରଙ୍କ ପୋଷାକକୁ ବିରୋଧ କରି ଡିସେମ୍ବର ୧୨ରେ ଦିଲ୍ଲୀରେ ଟ୍ରେନ ବନ୍ଦ କରିବାକୁ ଧମକ ଦେଇଥିଲେ । ତେବେ ଦେଖାଦେଇଥିବା ବିବାଦ ପରେ ଆଇଆରସିଟିସି ନିଜର ନିଷ୍ପତ୍ତି ବଦଳାଇଛି । ୱେଟରଙ୍କ ପୋଷାକ ବଦଳାଇବାକି ନିଷ୍ପତ୍ତି ନେଇଛି ଆଇଆରସିଟିସି ।

ଉଜୈନର ସନ୍ଥ ସମାଜ ଏହାକୁ ସାଧୁସନ୍ଥଙ୍କୁ ଅପମାନ ହେଉଛି ବୋଲି କହିଥିଲେ। ସାଧୁମାନେ ଏହିସମ୍ବନ୍ଧରେ ରେଳମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ରେଳରୋକ କରିବେ ବୋଲି ଚେତାବନୀ ଦେଇଥିଲେ। ବିବାଦ ବଢୁଥିବା ଦେଖି IRCTC ୱେଟରଙ୍କ ଡ୍ରେସ ବଦଳାଇବାର ନିଷ୍ପତ୍ତି ନେଇଥିଲା।

ଆଇଆରସିଟିସି ଟୁଇଟ୍ କରି ଜଣାଇଛନ୍ତି ଯେ, ଏହି ୱେଟରଙ୍କ ପୋଷାକକୁ ସମ୍ପୂର୍ଣ୍ଣ ରୂପେ ପରିବର୍ତ୍ତନ କରାଯାଇଛି । ସୂଚନା ଥାଉକି, ରାମାୟଣ ଏକ୍ସପ୍ରେସ ଟ୍ରେନରେ ୱେଟରଙ୍କ ପୋଷାକକୁ ବିରୋଧ କରାଯାଇଥିଲା । ଉଜୈନ ସାଧୁମାନେ ବିରୋଧ କରି କହିଥିଲେ ଯେ, ଏହା ହିନ୍ଦୁ ଧର୍ମ ପ୍ରତି ଅପମାନ । ଯଦି ଏହି ପୋଷାକ ପରିବର୍ତ୍ତନ ନକରାଯାଏ ତେବେ ସେମାନେ ଡିସେମ୍ବର ୧୨ରେ ଦିଲ୍ଲୀରେ ଏହି ଟ୍ରେନ୍ ବନ୍ଦ କରିବେ ବୋଲି ଧମକ ଦେଇଛନ୍ତି ।

ଭାଇରଲ ହେଉଥିବା ଭିଡିଓରେ ଟ୍ରେନର ୱେଟର ସବୁ ସାଧୁସନ୍ଥଙ୍କ ଭଳି ପୋଷାକ, ଧୋତି, ପଗଡି ଏବଂ ରୁଦ୍ରାକ୍ଷ ମାଲା ପିନ୍ଧି ବାସନ ଉଠାଉଥିବା ଦେଖିବାକୁ ମିଳିଥିଲେ। ଉଜୈନ ଅଖରା ପରିଷଦର ପୂର୍ବତନ ସାଧାରଣ ସମ୍ପାଦକ ଆୱାଦଶପୁରୀ କହିଛନ୍ତି ଯେ, ରାମାୟଣ ଏକ୍ସପ୍ରେସ ଟ୍ରେନରେ ୱେଟରଙ୍କ ଦ୍ୱାରା ସଫ୍ରେନ ଡ୍ରେସରେ ସତେଜ ଖାଦ୍ୟ ଏବଂ ଖାଦ୍ୟ ପରିବେଷଣକୁ ବିରୋଧ କରିବା ପାଇଁ ଆମେ ଦୁଇ ଦିନ ପୂର୍ବରୁ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଏକ ଚିଠି ଲେଖିଥିଲୁ ।

ନଭେମ୍ବର ୭ ତାରିଖ ଦିଲ୍ଲୀ ସ୍ଥିତ ସଫଦରଜଙ୍ଗ ରେଳଷ୍ଟେସନରୁ ହିଁ ଏହି ଟ୍ରେନ ଯାତ୍ରା ଆରମ୍ଭ କରିଥିଲା । ମୋଟ ରୂପରେ ଏହା ୧୭ ଦିନ ପାଇଁ ଯାତ୍ରା କରୁଥିବା ବେଳେ ଏହି ସମୟ ମଧ୍ୟରେ ଭଗବାନ ରାମଙ୍କ ସହ ଜଡିତ ପର୍ଯ୍ୟଟନ ସ୍ଥାନ ଯେମିତି ଅଯୋଧ୍ୟା, ନନ୍ଦିଗ୍ରାମ, ପ୍ରୟାଗରାଜ, ଶ୍ରୀଙ୍ଗଭେରପୁର, ସୀତାମରହି ଓ ଚିତ୍ରକୂଟ ଆଦିକୁ ଯାତ୍ରା କରିବ । IRCTC ପକ୍ଷରୁ ଏହା ମଧ୍ୟ କୁହାଯାଇଛିକି ଏହି ଡିଲକ୍ସ ଏସି ଟ୍ରେନରେ ଏସି 1 ଓ ଏସି 2 ନାଁରେ ଦୁଇଟି କୋଚ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.