କରୋନା ପରେ ଏବେ କୁହୁଡ଼ି ରୋକିଲା ଟ୍ରେନ୍‌, ୧ ଫେବ୍ରୁଆରୀ ଯାଏଁ ରଦ୍ଦ ହେଲା ୧୦ରୁ ଅଧିକ ଏକ୍ସପ୍ରେସ୍‌

କରୋନା ପରେ ଏବେ ରେଳ ଚଳାଚଳ ପାଇଁ ବାଧକ ସାଜିଛି କୁହୁଡ଼ି। ପ୍ରବଳ କୁହୁଡ଼ି ଯୋଗୁ ରେଳ ମନ୍ତ୍ରାଳୟ ୧୦ଟି ଏକ୍ସପ୍ରେସ ଟ୍ରେନ୍‌କୁ ଫେବ୍ରୁଆରୀ ୧ ଯାଏଁ ଅସ୍ଥାୟୀ କିମ୍ବା ଆଶିଂକ ଭାବେ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। କୁହୁଡ଼ି ଯୋଗୁ କେତେକ ଟ୍ରେନ୍‌ର ରୁଟ୍‌ରେ ବି କିଛିଟା ପରିବର୍ତ୍ତନ କରାଯାଇଛି। ବିଭାଗ ତରଫରୁ ରଦ୍ଦ ହୋଇଥିବା ଟ୍ରେନ୍‌ର ସମ୍ପୂର୍ଣ୍ଣ ବିବରଣୀ ଜାରି କରାଯାଇଛି।

ରେଳ ବିଭାଗ ତରଫରୁ ମିଳିଥିବା ସୂଚନାନୁସାରେ, ୦୨୦୫୪-୦୨୦୫୩ ଏକ୍ସପ୍ରେସ୍‌ ଟ୍ରେନ୍‌ ୩୧ ଜାନୁଆରୀ ଯାଏଁ ରଦ୍ଦ କରାଯାଇଛି। ୦୪୬୭୪ ଟ୍ରେନ୍‌ ୧୮ ଡିସେମ୍ବରରୁ ୩୧ ଜାନୁଆରୀ ପର୍ଯ୍ୟନ୍ତ, ୦୪୬୭୩ ଟ୍ରେନ୍‌ ୧୯ ଡିସେମ୍ବରରୁ ୧ ଫେବ୍ରୁଆରୀ ପର୍ଯ୍ୟନ୍ତ, ୦୯୬୧୧ ଟ୍ରେନ୍‌ ୧୭ ଡିସେମ୍ବରରୁ ୩୦ ଜାନୁଆରୀ ପର୍ଯ୍ୟନ୍ତ, ୦୯୬୧୪ ଟ୍ରେନ୍‌ ୧୮ ଡିସେମ୍ବରରୁ ୩୧ ଜାନୁଆରୀ ପର୍ଯ୍ୟନ୍ତ, ୦୫୯୩୩ ଟ୍ରେନ୍‌ ୨୨ ଡିସେମ୍ବରରୁ ୨୬ ଜାନୁଆରୀ ପର୍ଯ୍ୟନ୍ତ, ୦୫୯୩୪ ଟ୍ରେନ୍‌ ୨୫ ଡିସେମ୍ବରୁ ୨୯ ଜାନୁଆରୀ ପର୍ଯ୍ୟନ୍ତ, ୦୨୩୫୭ ଟ୍ରେନ୍‌ ୧୯ ଡିସେମ୍ବରରୁ ୩୦ ଜାନୁଆରୀ ଯାଏଁ ଓ ୦୨୩୫୮ ଟ୍ରେନ୍‌ ୨୧ ଡିସେମ୍ବରୁ ୧ ଫେବ୍ରୁଆରୀ ଯାଏଁ ଚଳାଚଳ କରିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.