ଡେକାନ୍‌ ଅର୍ବାନ୍‌ କୋ-ଅପରେଟିଭ୍‌ ବ୍ୟାଙ୍କ୍‌ ଉପରେ RBI ଲଗାଇଲା ପ୍ରତିବନ୍ଧକ, ୬ ମାସ ଯାଏ ଗ୍ରାହକ ୧୦୦୦ ରୁ ଅଧିକ ଟଙ୍କା ପାରିବେନି କାଢ଼ି

ନୂଆଦିଲ୍ଲୀ :  ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ କର୍ଣ୍ଣାଟକ ଡେକାନ୍‌ ଅର୍ବାନ କୋ-ଅପରେଟିଭ୍‌ ବ୍ୟାଙ୍କ୍‌ ର କାରବାର ଉପରେ ଲଗାଇଛି ପ୍ରତିବନ୍ଧକ । ଏବେ ବ୍ୟାଙ୍କ୍‌ କୌଣସି ପ୍ରକାର ଲୋନ୍‌ ଦେଇପାରିବନାହିଁ । ଏହାଛଡ଼ା ବ୍ୟାଙ୍କ୍‌ ର ଆଉ କେତେକ କାରବାର ଉପରେ ମଧ୍ୟ ରୋକ ଲଗାଇଛି ଆର୍‌ବିଆଇ ।

୬ ମାସ ଯାଏ ବନ୍ଦ ରହିବ କାରବାର

୬ ମାସ ଯାଏ ବ୍ୟାଙ୍କ୍‌ କାରବାର ବନ୍ଦ ରହିବ । ଏହି ସମୟରେ ବ୍ୟାଙ୍କରୁ ୧୦୦୦ ରୁ ଅଧିକ ଟଙ୍କା କେହି ଉଠାଇ ପାରିବେ ନାହିଁ । ଏହି ପ୍ରତିବନ୍ଧକ ୨୦୨୧ ଫେବ୍ରୁଆରୀ ୧୯ ତାରିଖରୁ ଲାଗୁ ହେବ । ଆସନ୍ତା ୬ ମାସ ଯାଏ ବ୍ୟାଙ୍କ ଉପରେ ଏହି ପ୍ରତିବନ୍ଧକ ବଳବତ୍ତର ରହିବ । ଏହି ୬ ମାସ ଯାଏ କେହି ବ୍ୟାଙ୍କରୁ ୧୦୦୦ ଟଙ୍କାରୁ ଅଧିକ ଉଠାଇ ପାରିବେ ନାହିଁ । ଏହା ପରେ ବ୍ୟାଙ୍କର ସମୀକ୍ଷା କରାଯାଇ ପଦକ୍ଷେପ ନିଆଯିବ ବୋଲି ଆର୍‌ବିଆଇ କହିଛି ।

ନୂଆ ନିବେଶ କରିପାରିବ ନାହିଁ ବ୍ୟାଙ୍କ୍‌

ଏହି ସମୟ ମଧ୍ୟରେ ଆର୍‌ବିଆଇ ଅନୁମତି ବିନା ବ୍ୟାଙ୍କ୍‌ ନୂଆ ନିବେଶ କରିପାରିବ ନାହିଁ । ଏଥି ସହିତ କୌଣସି ଆକାଉଣ୍ଟଧାରୀଙ୍କୁ ମଧ୍ୟ ବ୍ୟାଙ୍କ୍‌ ଟଙ୍କା ଦେଇପାରିବ ନାହିଁ । କିମ୍ବା କୌଣସି ସମ୍ପତ୍ତି ମଧ୍ୟ ବ୍ୟାଙ୍କ ମୁକ୍ତ କରିପାରିବ ନାହିଁ ବୋଲି ଆର୍‌ବିଆଇ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.