ସମୟ ଭିତରେ ପେନସନ ନ ମିଳିଲେ ବ୍ୟାଙ୍କ ଦେବ କ୍ଷତିପୂରଣ, RBI ଦେଇଛି ନିର୍ଦ୍ଦେଶ

ବର୍ତ୍ତମାନ ଆପଣଙ୍କୁ ଯଦି କୌଣସି ସରକାରୀ ପେନସନ ମିଳିବାର ବିଳମ୍ବ ହେଉଥାଏ ତେବେ ଏଥିପାଇଁ ଆପଣଙ୍କୁ ୮ ପ୍ରତିଶତ ସୁଧ ମଧ୍ୟ ମିଳିବ। ଭାରତୀୟ ରିଜର୍ଭ ବ୍ୟାଙ୍କ ସମସ୍ତ ସରକାରୀ ପେସନଦେୟୀ ବ୍ୟାଙ୍କକୁ କହିଛି ଯଦି ସେମାନେ ପେନସନ କ୍ରେଡିଟ୍‌ କରିବାରେ ବିଳମ୍ବ କରନ୍ତି ତେବେ ସେମାନଙ୍କୁ କ୍ଷତିପୂରଣ ବାବଦରେ ବର୍ଷକୁ ୮% ପର୍ଯ୍ୟନ୍ତ ଜିଏସଟି ଦେବାକୁ ହେବ।

ଆରବିଆଇ ପେନସନ ଏବଂ ପେନସନ ଏରିୟର ନିୟମକୁ ରିଭାଇଜ୍‌ କରି ଏହା ବିଷୟରେ ସୂଚନା ଦେଇଛନ୍ତି। ଆରବିଆଇ ପାଖକୁ ଏହି ଆଡଭଇଜରୀ ପେନସନକୁ ନେଇ ଅନେକ ପ୍ରକାରର ଅଭିଯୋଗ ଆସିଛି।

pensanଆସନ୍ତୁ ଜାଣିବା ଆରବିଆଇର ଏହି ସର୍କୁଲାରରେ ଆଉ କଣ ରହିଛି ଖାସ୍‌

ପେନସନ ଜାରୀ କରୁଥିବା ବ୍ୟାଙ୍କକୁ ସମୟ ଭିତରେ ପେନସନଧାରକଙ୍କ ଖାତାରେ ପେନସନ କ୍ରେଡିଟ୍‌ ନ କଲେ ବର୍ଷକୁ ୮ ପ୍ରତିଶତ କ୍ଷତିପୂରଣ ଦେବାକୁ ହେବ। ଏଥିପାଇଁ ପେନସନଧାରକଙ୍କୁ କୌଣସି ବି କ୍ଲେମ କରିବାର ଆବଶ୍ୟକତା ନାହିଁ। ଏହା ୧ ଅକ୍ଟୋବର ୨୦୧୯ ପରେ ସମସ୍ତ ପେନସନ ପେମେଣ୍ଟରେ ଲାଗୁହେବ।

RBIପେନସନ ଦେଉଥିବା ବ୍ୟାଙ୍କକୁ ପରାମର୍ଶ ଦିଆଯାଇଛି ଯେ କ୍ଷତିପୂରଣ ଠାରୁ ରକ୍ଷା ପାଇବା ପାଇଁ ତୁରନ୍ତ ପେନସନ ଅର୍ଡରର କପି ହାସଲ କରନ୍ତୁ। ଯାହାଦ୍ୱାରା ସମୟ ଭିତରେ ପେନସନ ଧାରକଙ୍କ ଖାତାରେ ପେନସନ ଜମା କରିହେବ।

ଏହାସହ ପଢନ୍ତୁ : ଆଧାର କାର୍ଡରେ ବିନା କୌଣସି ଡକ୍ୟୁମେଣ୍ଟ ଦ୍ୱାରା ଅପଡେଟ୍‌ କରିପାରିବେ ଏହି ୬ଟି ତୃଟି

ସମସ୍ତ ଏଜେନ୍ସୀ ବ୍ୟାଙ୍କକୁ ପେନସନ ବିତରଣ କରିବା ପାଇଁ ପରାମର୍ଶ ଦିଆଯାଇଛି, ଯାହାଦ୍ୱାରା ବିଶେଷ କରି ସେହି ପେନସନଧାରକଙ୍କୁ ସହାନୁଭୂତିପୂର୍ଣ୍ଣ ଗ୍ରାହକ ସେବା ପ୍ରଦାନ କରାଯାଇପାରିବ। ବିଶେଷ କରି ସେହି ପେନସନଧାରକଙ୍କୁ ଜଲଦି ଦେବା ଉଚିତ ଯେଉଁମାନଙ୍କର ବୟସ ଅଧିକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.