କରଣ ଦେୱଲ୍’ଙ୍କ ଫିଲ୍ମ ବକ୍ସ ଅଫିସରେ କଲା ଭଲ ପ୍ରଦର୍ଶନ, ପ୍ରଥମ ଦିନରେ ୧.୧୦ କୋଟି କଲେକ୍ସନ୍
ସନି ଦେୱଲ୍ ନିଜ ନିର୍ଦ୍ଦେଶନାରେ ଫିଲ୍ମ ‘ପଲ ପଲ ଦିଲ୍ କେ ପାସ୍’ ଜରିଆରେ ପୁଅ କରନ ଦେୱଲ୍ଙ୍କୁ ବଲିଉଡରେ ଡେବ୍ୟୁ କରିବାର ସୁଯୋଗ ଦେଇଛନ୍ତି । ଫିଲ୍ମଟି ୨୦ ସେପ୍ଟେମ୍ବରରେ ରିଲିଜ୍ ହୋଇଥିବାବେଳେ ପିଲ୍ମରେ କରଣଙ୍କ ଅପୋଜିଟରେ ସହର ବାମ୍ବା ଅଭିନୟ କରିଛନ୍ତି । ଯାହାଙ୍କର ଏହା ମଧ୍ୟ ପ୍ରଥମ ଫିଲ୍ମ ।
ଏକ ରୋମାଣ୍ଟିକ୍ ଲବ୍ ଷ୍ଟୋରୀ ହୋଇଥିବା କାରଣରୁ ଏହି ଫିଲ୍ମକୁ ନେଇ ଫ୍ୟାନ୍ସ ମାନଙ୍କ ମଧ୍ୟରେ ବହୁତ କ୍ରେଜ୍ ରହିଥିଲା । ଅନ୍ୟପଟେ ଫିଲ୍ମକୁ ନେଇ କ୍ରିଟିକ୍ସ ମଧ୍ୟ ପଜେଟିଭ ଥିବା ଦେଖିବାକୁ ମିଳିଛି । ଫିଲ୍ମଟିର ବ୍ୟବସାୟ କଥା କହିଲେ ପ୍ରଥମ ଦିନରେ ଏହା ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଛି ।
ଏହାସହ ପଢନ୍ତୁ:
KBC ରେ ଏହି ପ୍ରଶ୍ନର ଉତ୍ତର ଦେଇ ବଦଳିଲା ପାଚିକାଙ୍କ…
ଫିଲ୍ମଟି ଓପନିଙ୍ଗ ଡେ’ରେ ୧ କୋଟିରୁ ଅଧିକ ଅର୍ଥାତ୍ ୧.୧୦କୋଟି ଟଙ୍କା କଲେକ୍ସନ କରିଛି । ଅନ୍ୟପଟେ ଠିକ୍ ସମାନ ଦିନରେ ସୋନମ କାପୁର ଷ୍ଟାରର୍ ଫିଲ୍ମ ଦ ଜୋୟା ଫ୍ୟାକ୍ଟର ଏବଂ ସଞ୍ଜୟ ଦତ୍ତଙ୍କ ପ୍ରସ୍ଥାନମ୍ ରିଲିଜ୍ ହୋଇଛି । ଯାହାର ପ୍ରଭାବ କରଣ ଦେୱଲ୍ ଙ୍କ ଫିଲ୍ମ ଉପରେ ପଡିଥିଲେ ମଧ୍ୟ ଏହା ଅନ୍ୟ ଦୁଇଟି ଫିଲ୍ମ ତୁଳନାରେ ଭଲ ବ୍ୟବସାୟ କରିଛି ।