ବ୍ଲୁଟୁଥ୍‌ ସ୍ପିକର ଠାରୁ ବି ଛୋଟ ଏହି ପ୍ରିଣ୍ଟର, ସ୍ମାର୍ଟଫୋନ୍‌ ସହ କନେକ୍ଟ କଲେ ଫଟାଫଟ୍‌ ହେବ ପ୍ରିଣ୍ଟିଙ୍ଗ୍‌

ଯଦି ଆପଣଙ୍କୁ ମଧ୍ୟ ନିଜ ଅଫିସ୍‌ ପ୍ରୋଜେକ୍ଟସ ପାଇଁ କିମ୍ବା ପିଲାଙ୍କ ପାଠପଢ଼ା ପାଇଁ ଛୋଟ ପ୍ରିଣ୍ଟସ ନେବାର ଆବଶ୍ୟକ ପଡୁଥାଏ, ତାହେଲେ ଏବେ ଆପଣଙ୍କୁ ବାରମ୍ବାର ନିକଟସ୍ଥ ପ୍ରିଣ୍ଟିଙ୍ଗ ସପ୍‌ ଯିବାର ଆଉ ଆବଶ୍ୟକତା ନାହିଁ। ହଁ ଆଜ୍ଞା ଯାହା କହୁଛୁ ଏକଦମ୍‌ ଠିକ କହୁଛୁ, କାରଣ ଏବେ ମାର୍କେଟକୁ ଏକ ଏମିତି ପ୍ରିଣ୍ଟର ଆସିଯାଇଛି, ଯାହା ପଲକ ପଡିବା ମାତ୍ରକେ ପ୍ରିଣ୍ଟ ବାହାର କରିପାରିବେ। ଆଉ ଏହି ପ୍ରିଣ୍ଟରରର ସବୁଠାରରୁ ବଡ ଖାସିୟତ୍‌ ହେଉଛି ଏହାର ସାଇଜ୍‌। ଯାହା ଏତେ କମ୍‌ ଯେ ଯାହା ଆପଣଙ୍କ ହାତରେ ଧରିଯିବ। ଅର୍ଥାତ୍‌ ଆପଣ ହାତରେ ଧରି ପ୍ରିଣ୍ଟର ମେସିନକୁ ଯେଉଁଠାକୁ ଚାହିେଁବେ ସେଠାକୁ ନେଇପାରିବେ।

ଯେଉଁ ପକେଟ ସାଇଜ୍‌ ପ୍ରିଣ୍ଟର କଥା ଆମେ ଆପଣଙ୍କୁ କହୁଛୁ ସେହି ପ୍ରିଣ୍ଟରର ନାମ ହେଉଛି LayOPO Wireless Bluetooth Printer। ଏହାକୁ ଗ୍ରାହକ ଅନଲାଇନ୍‌ ସପିଙ୍ଗ ସାଇଟ ଆମାଜନରୁ ବି ପରଚେଜ୍‌ କରିପାରିବେ। ଅଧିକାଂଶ ଗ୍ରାହକ ଯେଉଁମାନେ ଏହି ପ୍ରିଣ୍ଟରକୁ କିଣିବାକୁ ଚାହୁଁଛନ୍ତି, ତାହେଲେ ଆପଣ ପ୍ରଥମେ ଏହାର ସାଇଜକୁ ନେଇ ଆଟ୍ରାକ୍ଟ ହେବେ। ମାର୍କେଟରେ ଏପରି କମ୍‌ ପ୍ରିଣ୍ଟର ରହିଛି ଯାହା ସାଇଜରେ ଏତେ ଛୋଟ ହେବା ସତ୍ତ୍ୱେ ବି ବଢ଼ିଆ ତରିକାରେ କାମ କରିଥାଏ। ସବୁଠୁ ଖାସ୍‌ କଥା ହେଉଛି ଏହି ପ୍ରିଣ୍ଟର ଆପଣଙ୍କ ସ୍ମାର୍ଟଫୋନ୍‌ ସହ କନେକ୍ଟ ହୋଇଯାଇଥାଏ। ଏହାପରେ ଆପ୍‌ ଇନଷ୍ଟଲ କରି ଏହାର ବ୍ୟବହାର କରିପାରିବେ।

printଯଦି କଥା ହେବା ଏହାର ଦାମ୍‌ ବିଷୟରେ ତାହେଲେ ଗ୍ରାହକ ଏହି LayOPO Wireless Bluetooth Printerକୁ ଆମାଜନରୁ ମାତ୍ର ୫,୮୯୯ ଟଙ୍କାରେ ପରଚେଜ୍‌ କରିପାରିବେ। ଯଦିଓ ଆମାଜନରେ ଏହା ଏହାର ଅସଲ ଦାମ୍‌ ନୁହେଁ। ଅସଲ ଦାମ୍‌ ବିଷୟରେ କହିବା ତ ଏହାର ମୂଲ୍ୟ ୭,୫୯୯ ଟଙ୍କା। କିନ୍ତୁ ଏଥିରେ ଗ୍ରାହକଙ୍କୁ ୨୨ ପ୍ରତିଶତ ଡିସକାଉଣ୍ଟ ଦିଆଯାଉଛି, ଡିସକାଉଣ୍ଟ ପରେ ଆପଣ ଏହାକୁ ଏବେ କମ୍‌ ଦାମରେ କିଣିପାରିବେ।

ଏହି ପ୍ରିଣ୍ଟରର ଡିଜାଇନ ବହୁତ ମଜବୁତ୍‌ ହେବା ସହିତ ଏହା ବହୁତ ଲାଇଟେଓ୍ଵଟ ବା ହାଲକା ମଧ୍ୟ। ଯଦି ଏହି ପ୍ରିିଣ୍ଟର ଆପଣଙ୍କ ହାତରୁ ଖସି ବି ଯାଏ, ତଥାପି ମଧ୍ୟ ଏଥିରେ କୌଣସି ପ୍ରକାର କ୍ରାକ୍‌ ଆସିବନାହିଁ କି ଡ୍ୟାମେଜ୍‌ ହେବନାହିଁ। ଏମିତିରେ ଯଦି ଆପଣଙ୍କ ଘରେ ସ୍କୁଲ ଯାଉଥିବା ପିଲା ଅଛନ୍ତି ଆଉ ଆପଣ ତାଙ୍କୁ ଗିଫ୍ଟ ଦେବାକୁ ଚାହୁଁଛନ୍ତି ତାହେଲେ ଏହି ପ୍ରିଣ୍ଟର କିଣିବା ଏକ ବହୁତ ଅପ୍ସନ ରହିବ ଆପଣଙ୍କ ପାଇଁ। ଦେଖିବାକୁ ଏହି ପ୍ରିଣ୍ଟର କୌଣସି ପୋଲାରାଇଡ କ୍ୟାମେରା ଭଳି ହିଁ ନଜର ଆସିଥାଏ କିନ୍ତୁ ବାସ୍ତବରେ ଏହା ଏକ ପ୍ରିଣ୍ଟର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.