ଗଣିତ ଟ୍ରିକ୍‌: ନିଜ ଜନ୍ମ ବର୍ଷ ସହ ବର୍ତ୍ତମାନର ବୟସ ମିଶାନ୍ତୁ, ସମସ୍ତଙ୍କ ଉତ୍ତର ଆସିବ ୨୦୨୨; ବିଶ୍ୱାସ ନ ହେଲେ ଟ୍ରାଏ କରନ୍ତୁ

ଗଣିତ ଏକ ଏମିତି ବିଷୟ, ଯାହା ସହ ପ୍ରତ୍ୟେକ ଜିନିଷ ଯୋଡ଼ି ହୋଇ ରହିଥାଏ। ବିନା ହିସାବରେ ଦୁନିଆରେ କିଛି ବି କରିବା ଅସମ୍ଭବ ମନେ ହୁଏ। ପ୍ରତ୍ୟେକ କାମ ପାଇଁ ଦରକାର ପଡ଼େ ଗଣିତ। ତେବେ ଗଣିତର ସେମିତି ଏକ ନୂଆ ଟ୍ରିକ୍‌ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହି ଟ୍ରିକ୍‌ ମାଧ୍ୟମରେ ଜଣାପଡ଼ୁଛି ଯେ ଏବେ ସବୁ ଲୋକ ଗୋଟିଏ ବୟସରେ ହିଁ ବଞ୍ଚୁଛନ୍ତି। ଏଭଳି ବର୍ଷ ପ୍ରତି ହଜାରେ ବର୍ଷରେ ଥରେ ପଡ଼େ। ତେବେ ଆସନ୍ତୁ ଜାଣିବା କ’ଣ ଏହି ଟ୍ରିକ୍‌…

ଆପଣ ନିଜର ବର୍ତ୍ତମାନ ବୟସରେ ଜନ୍ମ ବର୍ଷକୁ ମିଶାନ୍ତୁ ଦେଖିବେ ଉତ୍ତର ଆସିବ ୨୦୨୨। ଅର୍ଥାତ୍‌ ଚଳିତ ବର୍ଷ।

ଉଦାହରଣ:

ମନେକର ଆପଣଙ୍କ ବୟସ ବର୍ତ୍ତମାନ ୨୮ ବର୍ଷ

ଆପଣଙ୍କ ଜନ୍ମ ବର୍ଷ ୧୯୯୪

ଏବେ ୧୯୯୪କୁ ୨୮ ସହ ମିଶାନ୍ତୁ

୧୯୯୪ + ୨୮ = ୨୦୨୨

ଦେଖିଲେ ଉତ୍ତରରେ ଆସିଲା ୨୦୨୨।

ସେହିଭଳି ଅନ୍ୟମାନଙ୍କ ବୟସ ବି ହିସାବ କରନ୍ତୁ, ଦେଖିବେ ଉତ୍ତର ୨୦୨୨ ହିଁ ଆସିବ।

ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହି ଗଣିତ ଏବେ ସବୁ ବ୍ୟକ୍ତିଙ୍କ ବୟସରେ ଖାପ୍‌ ଖାଇଯାଉଛି। ପ୍ରତ୍ୟେକ ବ୍ୟକ୍ତିଙ୍କ ବୟସ ସହ ଜନ୍ମ ବର୍ଷ ମିଶାଇଲେ ଉତ୍ତର ୨୦୨୨ ହିଁ ଆସିବ। ଏଭଳି ବର୍ଷ ୧୦୦୦ ବର୍ଷରେ ମାତ୍ର ଥରେ ପଡ଼େ। ଚଳିତବର୍ଷ ଏହି ଶୁଭ ସଂଯୋଗ ପଡ଼ିଛି। ଏଭଳି ବର୍ଷ ପାଇଁ ପୁଣି ହଜାରେ ବର୍ଷ ଅପେକ୍ଷା କରିବାକୁ ପଡ଼ିବ।

Also Read: ଭୂମିକମ୍ପ ଝଟ୍‌କାରେ ଦୋହଲିଲା ଗୁଜରାଟ, ରିକ୍ଟର ସ୍କେଲରେ ତୀବ୍ରତା ଥିଲା ୩.୨

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.