ଶନିବାର ଭୁଲରେ ବି ଖାଆନ୍ତୁ ନାହିଁ ଏହି ୪ ଖାଦ୍ୟ, ଭୋଗି ପାରନ୍ତି ଶନିଦେବଙ୍କ ପ୍ରକୋପ

ଶନିଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ । ହେଲେ ନବ ଗ୍ରହଙ୍କ ମଧ୍ୟରେ ଶନି କ୍ରୁର ଗ୍ରହ ବୋଲି ମଧ୍ୟ କୁହାଯାଏ । ଶନିବାର ଦିନ ଶନିଦେବଙ୍କୁ ସମର୍ପିତ । ଯେଉଁ ଲୋକଙ୍କ ଉପରେ ଶନି ଦେବଙ୍କ କୃପା ରହିଥାଏ, ତାଙ୍କୁ ରାଜ ସୁଖ ପ୍ରାପ୍ତ ହୋଇଥାଏ । ଯଦି ଶନିଙ୍କ ବକ୍ର ଦୃଷ୍ଟି ଯେଉଁ ବ୍ୟକ୍ତିଙ୍କ ଉପରେ ପଡିଯାଏ, ତାଙ୍କର ଜୀବନ ବରବାଦ ହୋଇଯାଏ । ଜୀବନରେ ବହୁ ପ୍ରକାର ସମସ୍ୟା ଉତ୍ପନ୍ନ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ରରେ ଶନିବାର କେଉଁ ଜିନିଷ ଖାଇବା ବାରଣ କରାଯାଇଛି ଆସ୍ତନ୍ତୁ ଜାଣିବା । ବିଶେଷକରି ଯେଉଁ ବ୍ୟକ୍ତିଙ୍କ ଶନି ଦେଢ଼୍ୟା ଓ ସାଡେ ସାତି ଚାଲିଥାଏ, ସେମାନଙ୍କୁ ଶନିବାର କଛି ଜିଷ ଜିନିଷକୁ ବାରଣ କରାଯାଇଛି ।

ଶନିବାର ଦିନ କ’ଣ ଖାଇବା କଥା ନୁହେଁ

ମସୁର ଡାଲି : ଶାସ୍ତ୍ର ଅନୁସାରେ ମସୁର ଡାଲି ରଂଗ ଲାଲ ହୋଇଥାଏ । ଏହାର ସମ୍ବନ୍ଧ ମଙ୍ଗଳ ଗ୍ରହ ସହ ରହିଥାଏ । ମଙ୍ଗଳ ଓ ଶନି ଗ୍ରହ ଉଭୟ କ୍ରୋଧୀ ସ୍ୱଭାବର ହୋଇଥାନ୍ତି । କୁହାଯାଏ ଶନିବାର ମସୁର ଡାଲି ଖାଇବା ଦ୍ୱାରା ବ୍ୟକ୍ତିଙ୍କ କ୍ରୋଧ ବଢ଼ିଥାଏ ।

ଲାଲ ଲଙ୍କା : କୁହାଯାଏ ଶନିଦେବ ଶୀତଳ ପଦାର୍ଥକୁ ପସନ୍ଦ କରିଥାନ୍ତି । ଶନିଙ୍କ ଅଶୁଭ ପ୍ରଭାବରୁ ମୁକ୍ତ ହେବାକୁ ଚାହୁଁଛନ୍ତି ତ ଶନିବାର ଲାଲ ଲଙ୍କା ସେବନ କରନ୍ତୁ ନାହିଁ ।

ଦୁଧ : ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଦୁଧର ସମ୍ପର୍କ ଶୁକ୍ର ଗ୍ରହ ସହ ହୋଇଥାଏ । ଶୁକ୍ର ଯୌନ ଇଚ୍ଛାର କାରକ ହୋଇଥାନ୍ତି । ଶନି ଆଧ୍ୟାତ୍ମିକ ଭାବ ବୃଦ୍ଧି କରିଥାଏ । ତେଣୁ ଶନିବାର ଦୁଧ ସେବନ କରିବା ଦ୍ୱାରା ଶନିଙ୍କ ପ୍ରକୋପ ବୃଦ୍ଧି ହୋଇଥାଏ ।

ମଦ : ଶନିଙ୍କୁ ଆଧ୍ୟତ୍ମିକ ବ୍ୟବହାର ବହୁତ ପସନ୍ଦ ହୋଇଥାଏ, ତେଣୁ ଶନିବାର ଦିନ ମଦ ପାନ କିମ୍ବା ନିଶା ଦ୍ରବ୍ୟ ସେବନ ଯୋଗୁ ଜୀବନ କଷ୍ଟପୂର୍ଣ୍ଣ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.