ଭୂମିକମ୍ପ ଝଟ୍‌କାରେ ଦୋହଲିଲା ଗୁଜରାଟ, ରିକ୍ଟର ସ୍କେଲରେ ତୀବ୍ରତା ଥିଲା ୩.୨

ଗୁଜରାଟ: ଶନିବାର ଗୁଜରାଟରେ ଭୂମିକମ୍ପର ଝଟ୍‌କା ଅନୁଭୂତ ହୋଇଛି। ଭୂକମ୍ପର ଝଟ୍‌କା ଅନୁଭବ ହେବା ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖା ଦେଇଛି। ଝଟ୍‌କା ଲାଗିବା ପରେ ଲୋକମାନେ ଭୟରେ ଘରୁ ବାହାର ପଡ଼ିଆକୁ ଚାଲି ଆସିଥିଲେ। ତେବେ ଭୂମିକମ୍ପରେ କାହାର କୌଣସି କ୍ଷତି ହୋଇନାହିଁ।

earthquake
ଏହି ଭୂକମ୍ପରେ କାହାର ଜୀବନ ଯାଇଥିବା ନେଇ ମଧ୍ୟ କୌଣସି ଖବର ସାମ୍ନାକୁ ଆସି ନାହିଁ। ସେହିପରି ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୩.୨ ମପାଯାଇଛି। ଏପିସେଣ୍ଟର ସରଦାର ସରୋବର ନର୍ମଦା ବନ୍ଧ ଠାରୁ ୩୦ କିଲୋମିଟର ଦୂର ଡେଡିୟାପାଡ଼ଠାରେ ଭୂମିକମ୍ପ ସୃଷ୍ଟି ହୋଇଛି।

Also Read: ସତରେ ମନକୁ ଛୁଇଁଯିବ ଏହି ଦୃଶ୍ୟ! ଷ୍ଟେସନ୍‌ରେ ଠିଆ ହୋଇଥିବା ଯବାନଙ୍କୁ ଦେଖି ଦୌଡ଼ି ଯାଇ ପାଦ ଛୁଇଁ ମୁଣ୍ଡିଆ ମାରିଲା କୁନି ଝିଅ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.