ସତରେ ମନକୁ ଛୁଇଁଯିବ ଏହି ଦୃଶ୍ୟ! ଷ୍ଟେସନ୍‌ରେ ଠିଆ ହୋଇଥିବା ଯବାନଙ୍କୁ ଦେଖି ଦୌଡ଼ି ଯାଇ ପାଦ ଛୁଇଁ ମୁଣ୍ଡିଆ ମାରିଲା କୁନି ଝିଅ

ସୋସିଆଲ ମିଡିଆରେ ଆଜିକାଲି ବହୁ ମନ ଛୁଆଁ ଭିଡିଓ ଭାଇରାଲ ହେଉଛି। ଏହି ସବୁ ଭିଡିଓ ଦେଖିବା ପରେ ଲାଗୁଛି ହଁ ସତରେ ଦୁନିଆରେ ଏବେ ବି କିଛି ଭଲ ମଣିଷ ଅଛନ୍ତି, ଯାହା ପାଇଁ ଏହି ସଂସାର ଚାଲୁଛି। ଏବେ ସୋସିଆଲ ମିଡିଆରେ ସେନା ବାହିନୀଙ୍କର ଯବାନଙ୍କର ସେଭଳି ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ଆର୍ମୀର କିଛି ଯବାନ ମେଟ୍ରୋ ଷ୍ଟେସନ୍‌ ପାଖରେ ଠିଆ ହୋଇଛନ୍ତି। ସେହି ସମୟରେ ସେଠାକୁ ଏକ ଛୋଟ ଛୁଆ ଆସୁଛି ଓ ସେନାର ଜଣେ ଯବାନଙ୍କ ପାଦ ଛୁଇଁ ମୁଣ୍ଡିଆ ମାରୁଛି।

ଏହି ଭିଡିଓ ହିଁ କହି ଦେଉଛି ଯେ ସଂସ୍କାରର କେତେ ଶକ୍ତି। ସଂସ୍କାରର ଅର୍ଥ କ’ଣ ଆଉ କେମିତି ସଂସ୍କାର ବଳରେ ହିଁ ସବୁଠୁ ବଡ଼ ସମ୍ମାନ ଲାଭ କରି ହେବ।

ଦେଖନ୍ତୁ ଭିଡିଓ:

ଏହି ମନ ଛୁଆଁ ଭିଡିଓକୁ ଟ୍ଵିଟରରେ ବିଜୟ କୁମାରଙ୍କ ଆକାଉଣ୍ଟରୁ ସେୟାର କରାଯାଇଛି। ମାତ୍ର ଦିନକ ତଳେ ସେୟାର କରାଯାଇଥିବା ଏହି ଭିଡିଓକୁ ଇତି ମଧ୍ୟରେ ୧ ମିଲିୟନ୍‌ ଲୋକ ଦେଖି ସାରିଲେଣି। ସେହିପରି ୮୫ ହଜାରରୁ ଅଧିକ ଲାଇକ୍‌ ମିଳିସାରିଲାଣି।

ଭିଡିଓରେ ଦେଖାଯାଇଛି ଯେ ଏକ କୁନି ଝିଅ ସେନାର ଯବାନଙ୍କ ନିକଟକୁ ଉତ୍ସାହିତ ହୋଇ ଯାଉଛି। ଝିଅଟି କିଛି ସମୟ ଠିଆ ହେଉଛି। ତା’ ପରେ ଯବାନ ତା ମୁହଁରେ ଟିକେ ହାତ ମାରି ଦେଉଛନ୍ତି। ତା’ପରେ ଝିଅଟି କ’ଣ ଭାବୁଛି କେଜାଣି ଯବାନଙ୍କ ପାଦ ଛୁଇଁ ମୁଣ୍ଡିଆ ମାରୁଛି। ଏହା ପରେ ସେନାର ଯବାନ ଝିଅକୁ ଉଠାଉଛନ୍ତି ଓ ତା’ ଆଡ଼କୁ ଅତି ଆନନ୍ଦରେ ଚାହୁଁଛନ୍ତି। ତାଙ୍କ ନିକଟରେ ଠିଆ ହୋଇଥିବା ଯବାନ ଏମାନଙ୍କୁ ଦେଖି ହସୁଛନ୍ତି। ଏହି ଭିଡିଓ ସେୟାର ହେବା ପରେ ଖୁବ୍‌ ଭାଇରାଲ ହେଉଛି।

Also Read: ଗରୁଡ଼ ପୁରାଣ: ମୃତ୍ୟୁର ୧୩ ଦିନ ଯାଏଁ କ’ଣ ସତରେ ଘରେ ରହିଥାଏ ଆତ୍ମା?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.