ଠେଲାବାଲା ଷ୍ଟାଇଲରେ ବନାନ୍ତୁ ଚିଜ୍‌ ମ୍ୟାଗି, ଘରେ ସମସ୍ତଙ୍କୁ ଆସିବ ବହୁତ ପସନ୍ଦ

ଆବଶ୍ୟକ ସାମଗ୍ରୀ

ମ୍ୟାଗି – ୨ ପ୍ୟାକେଟ
ଟମାଟୋ – ୧ଟା
ସିମଲା ଲଙ୍କା – ୧/୨
କଞ୍ଚା ଲଙ୍କା – ୪ଟି
ଗରମ ମସଲା – ୧ ଚାମଚ
ଲାଲ ଲଙ୍କା ପାଉଡର – ୧/୨ ଚାମଚ୍‌
ବଟର – ୧ ଚାମଚ
ଚିଜ୍‌ – ୨ କ୍ୟୁବ୍ସ

ପ୍ରସ୍ତୁତି ପ୍ରଣାଳୀ

  • ସର୍ବପ୍ରଥମେ ଏକ ପ୍ୟାନରେ ବଟର ଗରମ କରନ୍ତୁ। ସେଥିରେ ପିଆଜ, ସିମଲା ଲଙ୍କା ଏବଂ କଞ୍ଚା ଲଙ୍କା ପକାଇ ଭଲଭାବେ ଭାଜି ଦିଅନ୍ତୁ।
  • ଏବେ ଏଥିରେ ଟମାଟୋ ପକାଇ ଭଳଭାବେ ଫ୍ରାଏ କରନ୍ତୁ।
  • ଅନ୍ୟପଟେ ଏକ ପାତ୍ରରେ ଗରମ ମସଲା, ଲାଲ ଲଙ୍କା ପାଉଡର ଏବଂ ପୂର୍ବରୁ ସିଝାଇ ରଖିଥିବା ମ୍ୟାଗିକୁ ମିକ୍ସ କରିଦିଅନ୍ତୁ।
  • ସେହିପରି ଏହିସବୁ ମିଶ୍ରଣକୁ ତେଲ ଛାଡିବା ଯାଏଁ ଫ୍ରାଏ କରନ୍ତୁ।
  • ଏଥିରେ ୨ କପ୍‌ ପାଣି ପକାନ୍ତୁ ଏବଂ ସେଥିରେ ନୁଡଲ୍ସ ପକାଇ ଦିଅନ୍ତୁ।
  • ଏହାକୁ କିଛି ସମୟ ପର୍ଯ୍ୟନ୍ତ ଆଞ୍ଚରେ ବସାନ୍ତୁ।
  • ଏହା ପ୍ରସ୍ତୁତ ହୋଇଆସିଲେ ଏଥିରେ କଦ୍ଦୁକସ୍‌ କରି ରଖିଥିବା ଚିଜକୁ ପକାନ୍ତୁ ଏବଂ ଅଧା ମିନିଟ୍‌ ପାଇଁ ଢ଼ାଙ୍କୁଣୀ ଘୋଡାଇ ଦିଅନ୍ତୁ।
  • ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ଗରମା ଗରମ ଚିଜ୍‌ ମ୍ୟାଗି
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.