Below header

Realiance JIO ଲଞ୍ଚ କଲା ସବୁଠୁ ଶସ୍ତା ପ୍ଲାନ, ମାତ୍ର ୩.୫ ଟଙ୍କାରେ ମିଳିବ ୧ ଜିବି ଡାଟା

କିଛି ବର୍ଷ ପୂର୍ବେ ରିଲାଏନ୍ସ ଜିଓ ଭାରତୀୟ ବଜାରରେ ସବୁଠୁ ଶସ୍ତା ଡାଟା ପ୍ଲାନ ଲଞ୍ଚ କରି ଟେଲିକମ ଇଣ୍ଡଷ୍ଟ୍ରିରେ ଏକ ପ୍ରକାର ହଇଚଇ ସୃଷ୍ଟି କରିଥିଲା । ରିଲାଏନ୍ସକୁ ଟକ୍କର ଦେଇ ଅନ୍ୟ କମ୍ପାନୀ ମାନେ ନିଜ ନିଜର ଶସ୍ତା ପ୍ଲାନ ଲଂଚ କରିଥିଲେ ମଧ୍ୟ ଏବେ ବି ଜିଓର ଲୋକପ୍ରିୟତା ପୂର୍ବ ପରି ବଜାୟ ରହିଛି । ଏବେବି ଗ୍ରାହକଙ୍କୁ ସବୁଠୁ ଶସ୍ତା ପ୍ଲାନର ସୁବିଧା ଯୋଗାଉଛି ଜିଓ । ନିକଟରେ କମ୍ପାନୀ ତରଫରୁ ଲଞ୍ଚ ହୋଇଥିବା ପ୍ଲାନରେ ମାତ୍ର ୩.୫ ଟଙ୍କାରେ ୧ ଜିବି ପର୍ଯ୍ୟନ୍ତର ଡାଟା ସୁବିଧା ମିଳିପାରିବ ବୋଲି ଜଣାଯାଇଛି । ଜିଓର ଏହି ୫୯୯ ଟଙ୍କିଆ ପ୍ଲାନର ବୈଧତା ୮୪ ଦିନ ଯାଏଁ ରହିବ । ଆଉ ଏହି ପ୍ଲାନରେ ପ୍ରତିଦିନ ୨ ଜିବିର ହାଇସ୍ପୀଡ ଡାଟା ସୁବିଧା ମିଳିବ । ଅର୍ଥାତ ମୋଟ ରୂପେ ୧୬୮
GB ହାଇସ୍ପୀଡ ଡାଟାର ଲାଭ ଉଠାଇପାରିବେ ଗ୍ରାହକ ।

ପ୍ରତିଦିନ ଉପଲବ୍ଧ ହେଉଥିବା ଡାଟା ସରିଯିବା ପରେ ୟୁଜର୍ସ ମାନେ ୬୪Kbps ସ୍ପୀଡ ସହ ଇଣ୍ଟରନେଟ ଫାଇଦା ନେଇପାରିବେ । ଅର୍ଥାତ ୧ ଜିବି ଡାଟା ପାଇଁ ଏହି ପ୍ଲାନରେ ଗ୍ରାହକ ମାନଙ୍କୁ ମାତ୍ର ୩.୫୭ ଟଙ୍କା ଖର୍ଚ୍ଚ କରିବାକୁ ହେବ । ଏହି ପ୍ଲାନରେ ଜିଓ ରୁ ଜିଓକୁ ଅନଲିମିଟେଡ଼ କଳିଙ୍ଗ ସୁବିଧା ମିଳୁଥିବା ବେଳେ ଅନ୍ୟ ନେଟୱର୍କକୁ କଲିଙ୍ଗ ପାଇଁ ୩୦୦୦ ମିନିଟ ଉପଲବ୍ଧ ହେବ । ପ୍ରତିଦିନ ୧୦୦ ଟି ମାଗଣା ଏସଏମଏସର ସୁବିଧା ମଧ୍ୟ ମିଳିପାରିବ। ଏହା ସହ ଜିଓ ଆପ୍ସର ସବସ୍କ୍ରିପସନ ପାଇଁ ବି ଗ୍ରାହକ ମାନଙ୍କୁ କୌଣସି ମୂଲ୍ୟ ଦେବାକୁ ପଡିବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.