ବଲିଉଡରେ ପୁଣି ଏକ ଦୁଃଖଦ ଖବର, ଅନୁରାଧା ପଡଓ୍ଵାଲାଙ୍କ ପୁଅ ଆଦିତ୍ୟଙ୍କ ନିଧନ

କରୋନା ଭାଇରସ୍‌ ମହାମାରୀ ଭିତରେ ଲଗାତର ଫିଲ୍ମ ଇଣ୍ଡଷ୍ଟ୍ରୀରୁ ବହୁତ ଦୁଃଖଦ ଖବରକୁ ସାମ୍ନାକୁ ଆସୁଛି। ଏବେ ପୁଣି ଥରେ ବଲିଉଡ ପାଇଁ ଏକ ଖରାପ ଖବର ଅଛି। ନିକଟରେ ଅନୁରାଧା ପଡଓ୍ଵାଲଙ୍କ ପୁଅ ଆଦିତ୍ୟ ପୌଡଓ୍ଵାଲଙ୍କର ନିଧନ ହୋଇଛି। ମାତ୍ର ୩୫ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି।

ସୂଚନା ଅନୁଯାୟୀ ଆଦିତ୍ୟ ଗତ କିଛି ମାସ ହେବ କିଡନୀ ରୋଗରେ ପୀଡିତ ଥିଲେ। ଯାହାପରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା। ଆଦିତ୍ୟଙ୍କ ନିଧନ ଖବର ପାଇବା ପରେ ପୂରା ଫିଲ୍ମ ଇଣ୍ଟଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି। ଆଦିତ୍ୟ ଆଜି ସକାଳୁ ହିଁ ଦୁନିଆକୁ ବିଦାୟ କହିଦେଲେ।

ତେବେ ଆଦିତ୍ୟଙ୍କ ମୃତ୍ୟୁ ପରେ ବଲିଉଡ୍‌ ଜଗତର ବିଭିନ୍ନ କଳାକାର ଶୋକ ପ୍ରକାଶ କରିଛନ୍ତି। ସିଙ୍ଗର ଶଙ୍କର ମହାଦେବ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି। ଯେଉଁଥିରେ ସେ ଦୁଃଖପ୍ରକାଶ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.