IOCL ରେ ଖାଲିପଡିଛି ଆସିଷ୍ଟାଣ୍ଟ କ୍ବାଲିଟି କଣ୍ଟ୍ରୋଲ ଅଫିସର ପଦବୀ, ଦରମା ମାସକୁ ଦେଢ ଲକ୍ଷ

ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ(IOCL)ରେ ଚାକିରି ଖୋଜୁଛନ୍ତି କି ? ତେବେ ଆପଣଙ୍କ ପାଇଁ ଖୁସି ଖବର। ଯଦି ଆପଣ ଏଠାରେ ଚାକିରି କରିବାକୁ ଚାହୁଁଚନ୍ତି ତେବେ ତୁରନ୍ତ କରନ୍ତୁ ଆବେଦନ। ଆଇଓସିଏଲରେ ଖାଲିପଡିଛି ଆସିଷ୍ଟାଣ୍ଟ କ୍ବାଲିଟି କଣ୍ଟ୍ରୋଲ ଅଫିସର (AQCO) ପଦବୀରେ ନିଯୁକ୍ତି ପାଇଁ ଆବେଦନ ଗ୍ରହଣ କରୁଛି। ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ଏହାର ଅଫିସିଆଲ ୱେବସାଇଟକୁ ଯାଇ iocl.com କୁ ଯାଇ ଅନଲାଇନ ଆବେଦନ କରିପାରିବେ।

ଜାରି ହୋଇଥିବା ନୋଟିଫିକେସନ ଅନୁଯାୟୀ, ଆବେଦନ ପ୍ରକ୍ରିୟା ଅନଲାଇନ ମାଧ୍ୟମରେ ୨୨ ଅକ୍ଟୋବର ୨୦୨୧ ପର୍ଯ୍ଯନ୍ତ କରିପାରିବେ। ଆବେଦନ କରିବା ପୂର୍ବରୁ ଭଲଭାବେ ନୋଟିଫିକେସନ ପଢନ୍ତୁ। ଅଫିସିଆଲ ୱେବସାଇଟକୁ ଯାଇ ଫର୍ମ ପୂରଣ କରିବା ସମୟରେ କୌଣସି ପ୍ରକାର ଭୁଲ କରନ୍ତୁ ନାହିଁ। ଏହି ସମୟରେ କୌଣସି ଭୁଲ ହୁଏ, ତେବେ ଫର୍ମକୁ ରଦ୍ଦ କରିଦିଆଯିବ।

ପଦବୀ ବିବରଣୀ: ୭୧

ଅଣସଂରକ୍ଷିତ: ୨୮
ଅନୁସୂଚିତ ଜାତି: ୧୦
ଅନୁସୂଚିତ ଜନଜାତି: ୭
ଓବିସି: ୧୯
PWBD: ୬
EWS : ୭

ମାସିକ ଦରମା: ୪୦ ହଜାରରୁ ଆରମ୍ଭ କରି ୧,୪୦,୦୦୦ ଟଙ୍କା।

ଜରୁରୀ ତାରିଖ: ଆବେଦନ କରିବାର ଶେଷ ତାରିଖ ୨୨ ଅକ୍ଟୋବର ୨୦୨୧ରେ ରହିଛି। ଏହା ପରେ ଆବେଦନକାରୀଙ୍କ ଫର୍ମକୁ ଗ୍ରହଣ କରାଯିବ ନାହିଁ।

ଶିକ୍ଷାଗତ ଯୋଗ୍ଯତା: ମାନ୍ଯତାପ୍ରାପ୍ତ ଭାରତୀୟ ବିଶ୍ବବିଦ୍ଯାଳୟରୁ ରସାୟନ ବିଜ୍ଞାନ କିମ୍ବା ଅନ୍ଯ କୌଣସି ବିଷୟରେ ମାଷ୍ଟର ଡିଗ୍ରୀ କରିଥିବା ଜରୁରୀ। ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟକୁ ଯାଇ ଚେକ୍ କରିପାରିବେ।

ବୟସ ସୀମା: ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ ୨୪ ବର୍ଷ ହେବା ଜରୁରୀ।

ଚୟନ ପ୍ରକ୍ରିୟା: ଏହି ପଦରେ ଚୟନ ପ୍ରକ୍ରିୟା ଲିଖିତ ପରୀକ୍ଷା ଅନୁଯାୟୀ କରାଯିବ।

ଏମିତି କରନ୍ତୁ ଆବେଦନ:

– ପ୍ରଥମେ ଅଫିସିଆଲ ୱେବସାଇଟକୁ ଯାଆନ୍ତୁ।
– ଅଫିସିଆଲ ୱେବସାଇଟକୁ ଯିବା ପରେ ଆପ୍ଲାଏ ଲିଙ୍କରେ କ୍ଲିକ କରନ୍ତୁ।
– ପରେ ସେଠାରେ ନିଜର ବ୍ଯକ୍ତିଗତ ବିବରଣୀ ଭରି ସବମିଟ୍ କରନ୍ତୁ।
– ଫର୍ମର ଏକ ଫଟୋ କପି ନିଜ ପାଖରେ ରଖିଦିଅନ୍ତୁ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ:

https://ioclrhq.onlinereg.in/krisreg0821/home.aspx

https://testchampion.jagranjosh.com/free-pdf-page?file=iocl–aqco-notice.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.