ସ୍ବାଧୀନତା ଦିବସରେ Jio ର ସ୍ବତନ୍ତ୍ର ଅଫର୍, ୫ମାସ ପର୍ଯ୍ଯନ୍ତ ଏପରି ପାଇପାରିବେ ମାଗଣା ଡାଟା ଏବଂ କଲିଂ ସେବା

ସ୍ୱାଧୀନତା ଦିବସ ଅବସରରେ ରିଲାଏନ୍ସ ଜିଓ ଏକ ସ୍ୱତନ୍ତ୍ର ଅଫର ଜାରି କରିଛି। ଏହି ନୂତନ ଅଫର ଅନୁଯାୟୀ, ଗ୍ରାହକମାନଙ୍କୁ JioFi 4G ବେତାର ହଟସ୍ପଟ୍ କିଣିବା ପାଇଁ ୫ ମାସ ପାଇଁ ମାଗଣା ଡାଟା ଏବଂ ଜିଓ-ଟୁ-ଜିଓ କଲ୍ ସେବା ମାଗଣାରେ ପାଇପାରିବେ। JioFi 4G ର ମୂଲ୍ୟ ୧,୯୯୯ ଟଙ୍କା ରହିଛି। ଏହି ଅଫର୍ ପାଇବା ପାଇଁ ଗ୍ରାହକଙ୍କୁ ସର୍ବପ୍ରଥମେ JioFi ପାଇଁ କୌଣସି ଏକ ବିଦ୍ୟମାନ ଯୋଜନା ନେବା ପାଇଁ ଆବଶ୍ଯକତା ପଡିବ।

ଥରେ ଆପଣ ରିଲାଏନ୍ସ ଡିଜିଟାଲ୍ ଷ୍ଟୋରରୁ JioFi ହଟସ୍ପଟ୍ କିଣିବା ଏବଂ ଜିଓ ସିମ୍ ଆକ୍ଟିଭ୍ ହେବା ପରେ ଗ୍ରାହକମାନେ JioFi ପାଇଁ ଉପଲବ୍ଧ କୌଣସି ଗୋଟିଏକୁ ଚୟନ କରିପାରିବେ ଏବଂ ଡିଭାଇସ୍ ପାଇଁ ଏହାକୁ ଆକ୍ଟିଭ୍ କରିପାରିବେ | ଥରେ ଆକ୍ଟିଭ୍ ହୋଇଥିବା ସିମ୍ ଡିଭାଇସ୍ ରେ ପକାଇବା ପରେ ପ୍ଲାନ ୧ ଘଣ୍ଟା ପରେ ଆରମ୍ଭ ହୋଇଯିବ। ଏହି ପ୍ଲାନର ଆକ୍ଟିଭେସନ୍ ଷ୍ଟାଟସ୍ ମାଇଁଜିଓ ଆପ୍ ଜରିଆରେ ଚେକ୍ କରାଯାଇପାରିବ। ଏଥିସହ JioFi ଡିଭାଇସକୁ କମ୍ପାନୀର ସାଇଟ୍ ରୁ ଅନଲାଇନ୍ କିଣାଯାଇପାରିବ।

jioJioFi ର ସବୁଠାରୁ ଶସ୍ତା ଯୋଜନା ହେଉଛି ୧୯୯ ଟଙ୍କା | ଏହା ପ୍ରତିଦିନ ୧.୫ ଜିବି ଡାଟା ପାଇଥାଏ ଏବଂ ଏହାର ବୈଧତା ୨୮ ଦିନ ରହିଛି। ଗ୍ରାହକମାନେ ଅତିରିକ୍ତ ୯୯ ଟଙ୍କା ଦେଇ କିଛି ଅଧିକ ଲାଭ ମଧ୍ୟ ଉପଭୋଗ କରିପାରିବେ। ଗ୍ରାହକମାନେ ଜିଓ ପ୍ରାଇମ୍ ମେମ୍ବରସିପ୍, ୧.୫ ଜିବି ଡାଟା, ନେଟ୍ ଫ୍ରି କଲିଂରେ, ପ୍ରତି ୨୮ ଦିନରେ ଅଫ୍ ନେଟ୍ କଲ୍ ପାଇଁ ୧,୦୦୦ ମିନିଟ୍ ଏବଂ ୧୪୦ ଦିନ ପାଇଁ ପ୍ରତ୍ଯେକ ଦିନ ୧୦୦ଟି ଜାତୀୟ SMS ର ଲାଭ ଉଠାଇପାରିବେ।

JioFi ର ଦ୍ୱିତୀୟ ପ୍ଲାନର ମୂଲ୍ୟ ୨୪୯ ଟଙ୍କା | ଏଥିରେ ୨୮ ଦିନ ପାଇଁ ଦୈନିକ ୨ଜିବି ଡାଟା ରହିଛି | ଏଠାରେ ମଧ୍ୟ ଆପଣ ୯୯ ଟଙ୍କା ଆଡିସନାଲ ଦେଇ ପ୍ରତ୍ଯେକ ଦିନ 2GB ଡାଟା, ଜିଓ ପ୍ରାଇମ୍ ମେମ୍ବରସିପ୍, ଅନ୍-ନେଟ୍ ଫ୍ରି କଲିଂ, 28 ଦିନ ପାଇଁ ଅଫ୍ ନେଟ୍ କଲିଂ ପାଇଁ ୧୦୦୦ ମିନିଟ୍ ଏବଂ ୧୧୨ ଦିନ ପାଇଁ ପ୍ରତିଦିନ 100 SMS ର ଲାଭ ପାଇପାରିବେ |

JioFiberଶେଷରେ, ତୃତୀୟ ଯୋଜନା ବିଷୟରେ କହିବାକୁ ଗଲେ ଏହାର ମୂଲ୍ୟ ୩୪୯ ଟଙ୍କା ରହିଛି। ଏଥିରେ ଗ୍ରାହକମାନେ ୨୮ ଦିନ ପାଇଁ ପ୍ରତିଦିନ ୩ ଜିବି ଡାଟା ପାଇବେ | ଏଥିରେ ମଧ୍ଯ ଆପଣ ଅତିରିକ୍ତ ୯୯ ଟଙ୍କା ଦେଇ ପ୍ରତିଦିନ ୩ ଜିବି ଡାଟା, ଜିଓ ପ୍ରାଇମ ମେମ୍ବରସିପ୍, ଅସୀମିତ ଅନ୍-ନେଟ୍ କଲିଂ, ୨୮ ଦିନ ପାଇଁ ଅଫ୍ ନେଟ୍ କଲିଂ ପାଇଁ 1000 ମିନିଟ୍ ଏବଂ ୮୪ ଦିନ ପାଇଁ ୧୦୦ ଟି ନ୍ୟାସନାଲ୍ ଏସ୍ଏମ୍ଏସ୍ ର ଲାଭ ମଧ୍ୟ ଉଠାଇ ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.