ଜଳେଶ୍ୱର ଆଇଆଇସି ସସ୍‌ପେଣ୍ଡ, ଡ୍ରଗ୍ସ ମାଫିଆ ସହ କଥା ହେଉଥିବାର ଅଡିଓ ଭାଇରାଲ ହେବାପରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କଲେ ପୋଲିସ୍ ଡିଜି

ଜଳେଶ୍ୱର: ଜଳେଶ୍ୱର ଆଇଆଇସି ସସ୍‌ପେଣ୍ଡ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଆଇଆଇସି ଧନେଶ୍ୱର ସାହୁ ନିଲମ୍ବିତ । ଏନେଇ ଟ୍ଵିଟ୍‌ ଯୋଗେ ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ । ଜଣେ ଡ୍ରଗ୍ସ ମାଫିଆ ସହ ଧନେଶ୍ୱରଙ୍କ କର୍ଥାବାର୍ତ୍ତାର ଅଡିଓ ଭାଇରାଲ ହୋଇଥିଲା । ଅଭିଯୋଗ ପରେ ଆଇଆଇସିଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଥିଲା ।

ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ପୂର୍ବାଞ୍ଚଳ ଆଇଜି । ବାଲେଶ୍ୱର ଜିଲ୍ଲା ଅତିରିକ୍ତ ଏସ୍‌ପି ଜଳେଶ୍ୱର ଆସି ଘଟଣାର ତଦନ୍ତ କରି ଏହି ଅଡିଓ ଆଇଆଇସି ଧନେଶ୍ୱର ସାହୁଙ୍କର ବୋଲି ସ୍ପଷ୍ଟ କରିଥିଲେ । ଏହା ପରେ ପୋଲିସ ଡିଜି ତାଙ୍କୁ ନିଲମ୍ବନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.