ସୁଶାନ୍ତ ନୁହେଁ ବରଂ ୪.୫ କୋଟିର ଫ୍ଲାଟ୍ ପାଇଁ ଇଏମ୍ଆଇ ଦେଉଥିଲେ ଅଙ୍କିତା, ସାମ୍ନାକୁ ଆଣିଲେ ଏହିସବୁ ପ୍ରମାଣ

ସୁଶାନ୍ତ ସିଂହଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ ନୂଆ ଦିଗ ଏବଂ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ସୁଶାନ୍ତ ସିଂହଙ୍କ ୧୫ କୋଟିର ଆର୍ଥିକ ଦିଗର ଯାଞ୍ଚ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ହାତରେ ଏମିତି କିଛି ତଥ୍ୟ ସାମ୍ନାକୁ ଆସିଥିଲା। ପୂର୍ବ ପ୍ରେମିକା ଅଙ୍କିତା ଲୋଖଣ୍ଡେ ରହୁଥିବା ସାଢ଼େ ୪ କୋଟିର ଫ୍ଲାଟ୍ର ଇଏମ୍ଆଇ ଆଜି ପର୍ଯ୍ୟନ୍ତ ସୁଶାନ୍ତ ଦେଉଥିଲେ ବୋଲି ସୂଚନା ମିଳିଛି। ଯାହାକୁ ନେଇ ଅଙ୍କିତା ବିରୋଧରେ ଅନେକ ପ୍ରଶ୍ନ ଉଠିଥିଲା। ଏହାପରେ ଅଙ୍କିତା ସୋସିଆଲ ମିଡିଆରେ ଏମିତି କିଛି ପ୍ରମାଣ ପୋଷ୍ଟ କରିଛନ୍ତି, ଯାହା ସ୍ପଷ୍ଟ ଭାବେ ପ୍ରମାଣିତ ହେଉଛି ଏହି ଇମ୍‌ଆଇ ସୁଶାନ୍ତ ନୁହେଁ ବରଂ ଅଙ୍କିତା ଦେଉଥିଲେ।

ଅଙ୍କିତା ସୋସିଆଲ ମିଡିଆରେ ଫ୍ଲାଟର କାଗଜପତ୍ର ଏବଂ ନିଜର ବ୍ୟାଙ୍କ ଆକାଉଣ୍ଟରୁ ପ୍ରତି ମାସରେ କଟୁଥିବା ପଇସା ବିଷୟରେ ପୋଷ୍ଟ କରିଛନ୍ତି। ଅଙ୍କିତାଙ୍କ ଏହି ପ୍ରମାଣରୁ ଜଣାପଡିଛି ଯେ, ସେ ନିଜେ ହିଁ ଫ୍ଲାଟର କିସ୍ତି ଦେଉଥିଲେ।

ସୂଚନାଯୋଗ୍ୟ, ଟିଭି ସିରିୟଲ୍ ‘ପବିତ୍ର ରିସ୍ତା’ରୁ ଉଭୟଙ୍କର ଆରମ୍ଭ ହୋଇଥିଲା ରିସ୍ତା । ତେବେ ଏହି ସମ୍ପର୍କ ସ୍ଥାୟୀ ରିସ୍ତାରେ ପରିବର୍ତ୍ତନ ହେବା ପୂର୍ବରୁ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ଦୀର୍ଘ ୬ ବର୍ଷର ଡେଟିଂ ପରେ ଉଭୟ ୨୦୧୬ ମସିହାରେ ଅଲଗା ହୋଇଯାଇଥିଲେ । ସେହି ସମୟରେ ଏହି ଫ୍ଲାଟ୍ ଅଙ୍କିତାଙ୍କ ପାଇଁ କିଣିଥିଲେ ସୁଶାନ୍ତ । ଏବେ ଆଉ ଅଳ୍ପ କିଛି ଇଏମ୍ଆଇ ବାକି ଥିବା ଜଣାଯାଇଛି । ଏହି ଫ୍ଲାଟର ମୂଲ୍ୟ ୧.୩୫ କୋଟି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.