Below header

ଶନିବାର-ରବିବାର ବି ଆୟୋଜିତ ହୋଇପାରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ବାକି ପେପର୍ସର ପରୀକ୍ଷା, CISCE ଜାରିକଲା ନୋଟିସ

କାଉନସିଲ୍ ଅଫ୍ ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା (CISCE) ICSE ଏବଂ ISC ବୋର୍ଡ ପରୀକ୍ଷା 2020 ର ବାକି ପେପର୍ସ ପାଇଁ ସରକାରୀ ବିଜ୍ଞପ୍ତି ପ୍ରକାଶ କରିଛି । ବୋର୍ଡ ଏହାର ଅଫିସିଆଲ୍ ବିବୃତ୍ତିରେ କହିଛି ଯେ ICSE (ଦଶମ ବୋର୍ଡ)ର ବାକି 6ଟି ପେପର ଓ ISC (ଦ୍ୱାଦଶ ଶ୍ରେଣୀ)ର ବାକି 8 ଟି ବିଷୟର ପରୀକ୍ଷା ଅତିଶୀଘ୍ର ଆୟୋଜିତ କରାଯିବ । ପରୀକ୍ଷା ୬ ରୁ ୮ ଦିନ ମଧ୍ୟରେ ଶେଷ ହେବ ଏପରିକି ଶନିବାର ଏବଂ ରବିବାର ଦିନ ମଧ୍ୟ ପରୀକ୍ଷା ଆୟୋଜନ କରାଯାଇପାରେ ।

ଏହା ବ୍ୟତୀତ ସରକାରୀ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ପରୀକ୍ଷା ଆରମ୍ଭ ହେବାର ୮ ଦିନ ପୂର୍ବରୁ ପରିଷଦ ଛାତ୍ରଛାତ୍ରୀଙ୍କୁ ଜଣାଇବ । ତେବେ ପରୀକ୍ଷା ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ । କିନ୍ତୁ ବୋର୍ଡ ବିଦ୍ୟାଳୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛି ଯେ ସେମାନେ ଏକାଦଶ ଶ୍ରେଣୀରେ ପ୍ରୋଭିଜନାଲ ଆଡମିଶନ ନେଇପାରିବେ ।

ICSE, ISC Board Exam 2020 Update: CISCE to conduct 10th, 12th ...

ତେବେ ପରୀକ୍ଷା ସୂଚୀ କେବେ ପ୍ରକାଶ ପାଇବ ତାହା କେନ୍ଦ୍ର ସରକାରଙ୍କର ଲକଡାଉନ ନିଷ୍ପତ୍ତି ଉପରେ ନିର୍ଭର କରେ । ଲକଡାଉନ୍ ଶେଷ ହେବା ପରେ ପରୀକ୍ଷା ତାରିଖ ସ୍ଥିର ହେବ ଏବଂ ପରୀକ୍ଷାର ୮ ଦିନ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ଏହା ବିଷୟରେ ଅବଗତ କରାଯିବ । କାଉନ୍ସିଲର ଅଫିସିଆଲ୍ ୱେବସାଇଟ୍ cisce.org ରେ ନୂତନ ଡାଟାସିଟ ପ୍ରକାଶ ପାଇବ । ଏହା ବ୍ୟତୀତ ସମସ୍ତ ବିଦ୍ୟାଳୟକୁ ଇମେଲ ମାଧ୍ୟମରେ ଏକ ଡାଟାସିଟ୍ ପଠାଯିବ ।

ବୋର୍ଡ ଏହାର ସରକାରୀ ବିଜ୍ଞପ୍ତିରେ ସ୍ପଷ୍ଟ କରିଛି ଯେ ପରୀକ୍ଷା ଶେଷ ହେବାର ୬ ରୁ ୮ ସପ୍ତାହ ମଧ୍ୟରେ ପରୀକ୍ଷା ଫଳାଫଳ ଘୋଷଣା କରାଯିବ । ତେବେ ବର୍ତ୍ତମାନ ଏହା ସ୍ପଷ୍ଟ ହୋଇଛି ଯେ ଲକଡାଉନ୍ ଶେଷ ହେବା ପରେ ଯେକୌଣସି ସମୟରେ ପରୀକ୍ଷା ହୋଇପାରେ । ଛାତ୍ରଛାତ୍ରୀମାନେ ଏହି ସମୟକୁ ନିଜର ଷ୍ଟଡି ପାଇଁ ବ୍ୟବହାର କରିବା ଉଚିତ ଏବଂ ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ଉଚିତ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.