Below header

ଡ୍ୟୁଟିରୁ ୨୦ଦିନ ପରେ ଫେରିବା ପରେ ଏପରି ସ୍ୱାଗତ କଲା ସୋସାଇଟି, ଯାହାର ଭିଡ଼ିଓ ସେୟାର କଲେ ପ୍ରଧାନମନ୍ତ୍ରୀ

କରୋନା ମାହାମାରୀ ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି। ଏହି ଜଟିଳ ପରିସ୍ଥିତିରେ ଡାକ୍ତର, ନର୍ସ ଏବଂ ପୋଲିସ କର୍ମଚାରୀ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ଏଭଳି ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡ଼ିଓରେ ଜଣେ ମହିଳା ଡାକ୍ତର କରୋନା ଭାଇରସ ରୋଗୀଙ୍କ ଚିକିତ୍ସା କରି ହସ୍ପିଟାଲରୁ ୨୦ଦିନ ପରେ ନିଜ ଘରକୁ ଫେରିଛନ୍ତି। ମହିଳା ଜଣଙ୍କ ତାଙ୍କ ଘରକୁ ଫେରିବା ପରେ ତାଙ୍କ ପରିବାର ଏବଂ ସେ ରହୁଥିବା ସେଠାକାର ସମାଜ ତାଙ୍କୁ ଏଭଳି ସ୍ୱାଗତ କରିଛନ୍ତି, ଯାହାକୁ ଦେଖି ସେ କାନ୍ଦି ପକାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏହି ଭିଡ଼ିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ଏହି ଭିଡ଼ିଓ ସେୟାର କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଏହା ଭାରତର ଆତ୍ମା। ଆମେମାନେ ସାହାସ ପୂର୍ବକ COVID-19 ସହ ଲଢ଼ିବା। ବାସ୍ତବରେ ଭିଡ଼ିଓରେ ଦେଖୁଥିବା ଏହି ମହିଳା ଜଣଙ୍କ ହେଉଛନ୍ତି ଜଣେ ଡାକ୍ତର। ସେ ହସ୍ପିଟାଲର ଆଇସିୟୁ ବିଭାଗରେ କାର୍ଯ୍ୟ କରିଥାନ୍ତି, ଯେଉଁଠାରେ କୋଭିଡ-୧୯ ବ୍ୟକ୍ତିଙ୍କ ଚିକିତ୍ସା କରାଯାଇଥାଏ। ଯେତେବେଳେ ମହିଳା ଜଣଙ୍କ ୨୦ଦିନ ପରେ ଘରକୁ ଫେରିଥିଲେ ସେତେବେଳେ ତାଙ୍କୁ ତାଙ୍କ ପରିବାର ସଦସ୍ୟ ଏବଂ ସୋସାଇଟି ଲୋକ ଏପରି ସ୍ୱାଗତ କରିଥିଲେ, ଯାହାକୁ ଦେଖି ସେ ଭାବୁକ ହୋଇଯାଇଛନ୍ତି।

ମହିଳା ଜଣକ ସୋସାଇଟିର ଗେଟ ପାଖରେ ପହଞ୍ଚିବା ପରେ ଲୋକମାନଙ୍କ ଭଲପାଇବା ଦେଖି କାନ୍ଦିବାସକୁ ଲାଗିଲେ। ତାଙ୍କୁ ସ୍ବାଗତ କରିବା ପାଇଁ କିଛି ପିଲା ପୋଷ୍ଟର ଧରି ଛିଡା ହୋଇଥିବା ବେଳେ କିଛି ପିଲାଙ୍କ ହାତରେ ତାଳି ଓ ଥାଳି ରହିଥିଲା ଏବଂ ସୋସାଇଟିର କିଛି ମହିଳା ତାଙ୍କ ଉପରେ ଫୁଲ ବର୍ଷା କରିଥିଲେ। ଏହାପରେ ସମସ୍ତେ ତାଙ୍କୁ ଆଲିଙ୍ଗନ କରି ସ୍ୱାଗତ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.