Below header

ଭାରତରେ ନୂଆ ଅବତାରରେ ଲଞ୍ଚ୍‌ କରିବ ରେନଲ୍ଟ ଡଷ୍ଟର, ୭ ସିଟର ଏସୟୁଭି ମଧ୍ୟ ମାର୍କେଟରେ ମଚାଇବ ଧମାଲ୍‌

ଭାରତରେ ମିଡ୍‌ ସାଇଜ୍‌ ଏସୟୁଭି ସେଗମେଣ୍ଟର ଜନକ କୁହାଯାଉଥିବା କାର ରେନଲ୍ଟ ଡଷ୍ଟରର ପପୁଲାରିଟୀ ସମୟ ସହିତ ଏବେ ବହୁତ କମିଯାଇଛି। କିନ୍ତୁ କମ୍ପାନୀ ପୁଣି ଥରେ ଏହାକୁ ଏକ ନୂଆ ପ୍ଲାଟଫର୍ମରେ ତିଆରି କରି ପୁଣି ମାର୍କେଟକୁ ଆଣିବାକୁ ପ୍ରସ୍ତୁତି କରୁଛି। ନ୍ୟୁ ଜେନେରେସନ ରେନୋ ଡଷ୍ଟରକୁ ନୂଆ CMF-B ପ୍ଲାଟଫର୍ମରେ ତିଆରି କରାଯିବ। ଏକ ଦଶକ ପର୍ଯ୍ୟନ୍ତ ମାର୍କେଟରେ ରାଜ୍‌ କରୁଥିବା ରେନଲ୍ଟ ଡଷ୍ଟରର ପ୍ରଡକସନ୍‌ ବହୁତ ଜଲଦି ବନ୍ଦ ହେବାକୁ ଯାଉଛି। ଏବଂ ଏହାର ନୂଆ ଜେନେରେସନ୍‌ ମଡେଲକୁ ଭାରତରେ ୨୦୨୩-୨୪ ଭିତରେ ମାର୍କେଟରେ ଲଞ୍ଚ୍‌ କରାଯାଇପାରେ।

car Renaultରିପୋର୍ଟ ଅନୁଯାୟୀ ନୂଆ ରେନଲ୍ଟ ଡଷ୍ଟରକୁ ବହୁତ ଆଫୋର୍ଡେବଲ ପ୍ରାଇସ ବା ଆପଣଙ୍କ ବଜେଟ ହିସାବରେ ଲଞ୍ଚ୍‌ କରାଯିବ। ଏହି କାରକୁ ଏକ ସିମ୍ପଲ ଲୁକ ଦେଉଥିବା ଅଫ୍‌ ରୋଡିଙ୍ଗ ଏସୟୁଭି ଚାହୁଁଥିବା କଷ୍ଟମର୍ସଙ୍କୁ ଟାର୍ଗେଟ କରି ତିଆରି କରାଯିବ। ଏଥିରେ ପ୍ଲଗ ଇନ୍‌ ହାଇବ୍ରିଡ ପାଓ୍ଵାରଟ୍ରେନ ବ୍ୟବହାର କରାଯାଇପାରେ। କିଛି ବଛା ବଛା ଇଣ୍ଟରନ୍ୟାସନାଲ ମାର୍କେଟସରେ ଡଷ୍ଟରର ଇଲେକଟ୍ରିକ ଭର୍ସନ ମଧ୍ୟ ଲଞ୍ଚ୍‌ କରିବା ପାଇଁ ପ୍ରସ୍ତୁତ କରାଯାଉଛି। ଏହାର ଇଣ୍ଡିଆନ୍‌ ମଡେଲରେ ମାଇଲଡ୍‌ ହାଇବ୍ରିଡ୍‌ ସିଷ୍ଟମ ସହିତ ଟର୍ବୋପେଟ୍ରୋଲ ଇଞ୍ଜିନ ଦିଆଯାଇପାରେ। ଏହାଛଡା ଏହାର ପ୍ଲଗ ଇନ ହାଇବ୍ରିଡ ମଡେଲ ମଧ୍ୟ ଲଞ୍ଚ୍‌ କରାଯାଇପାରେ।

dusterରେନଲ୍ଟର ସହଯୋଗୀ କମ୍ପାନୀ ଡାସିୟା Bigster କନସେପ୍ଟ ଉପରେ ବେସଡ ଏକ ୭ ସିଟର ଏସୟୁଭି କାର ପ୍ରସ୍ତୁତ କରାଯାଉଛି। ରେନୋ ନିଜର ବ୍ୟାନରରେ ଏହି କାରକୁ ସେହି ମାର୍କେଟସରେ ଲଞ୍ଚ୍‌ କରିବ ଯେଉଁଠି ଡାସିୟା ମହଜୁଦ୍‌ ନାହିଁ। ଏହି କାରକୁ ୨୦୨୩-୨୪ ଯର୍ଯ୍ୟନ୍ତ ଲଞ୍ଚ୍‌ କରାଯାଇପାରେ ଏବଂ ଏହାର ପ୍ରଡକସନ୍‌ ମଡେଲ ଠାରୁ ୨୦୨୨-୨୩ ଭିତରେ ପର୍ଦ୍ଦା ଉଠାଯିବ। ରେଗୁଲାର ଡଷ୍ଟର ଏସୟୁଭିର ଅପର ପଜିସନ ଜଣାଯାଉଥିବା Bigster ଏସୟୁଭିର ଲମ୍ବା ୪.୬୦ ମିଟର ହେବ। ଏହାକୁ Grand Duster ନାମରେ ଲଞ୍ଚ୍‌ କରାଯାଇପାରେ। ୟୁରୋପିଆନ୍‌ ମାର୍କେଟସ ପାଇଁ ଏଥିରେ ହାଇବ୍ରିଡ ଇଞ୍ଜିନର ବ୍ୟବହାର କରାଯାଇପାରେ। ସେହିପରୀ ଏହାର ଅଲ୍‌ ହ୍ଵିଲ୍‌ ଡ୍ରାଇଭ ସିଷ୍ଟମ ସହ ଲେସ ପ୍ଲଗ ଇନ୍‌ ହାଇବ୍ରିଡ ଭେରିୟଣ୍ଟ ମଧ୍ୟ ଲଞ୍ଚ୍‌ ହୋଇପାରେ।

ଏହାସହ ପଢ଼ନ୍ତୁ : ନିଜ ଫୋନରେ ନିଶ୍ଚୟ ରଖନ୍ତୁ ଏହି ସରକାରୀ ଆପ୍‌, ଗୋଟିଏ ଆପରୁ ହିଁ ହୋଇଯିବ ସବୁ କାମ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.