କେବଳ ପାଦର ସୌନ୍ଦର୍ଯ୍ୟ ନୁହେଁ, ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଭଲ ରୂପା ପାଉଁଜି

ଅନେକ ଲୋକ ବିଭିନ୍ନ ପ୍ରକାର ସୁନା ରୂପା ଅଭୂଷଣ ପିନ୍ଧିବାକୁ ପସନ୍ଦ କରନ୍ତି। କାହାକୁ ସୁନା ପିନ୍ଧିବାକୁ ପସନ୍ଦ ତ ଆଉ କାହାକୁ ରୂପା। ଆପଣ ଜାଣିଥିବେ ଆମେ ଯେଉଁ ଆଭୁଷଣ ପିନ୍ଧିଥାଉ, ତାହାର କେତେକ ଭଲ ଗୁଣ ମଧ୍ୟ ରହିଥାଏ। ଯାହାକି ଆମ ଶରୀର ଉପରେ ତାର ପ୍ରଭାବ ପଡିଥାଏ।

ତେବେ ଆପଣ ଦେଖିଥିବେ ଅନେକ ଝିଅ କେବଳ ରୂପା ପାଉଁଜି ହିଁ ପିନ୍ଧିଥାନ୍ତି, ସୁନା ପାଉଁଜି ପିନ୍ଧନ୍ତିନି। ଏହା ପଛରେ ଥିବା କାରଣ କ’ଣ ଆପଣ ଜାଣିଛନ୍ତି କି ? ଏହି ଚାନ୍ଧି ବା ରୂପା ପାଉଁଜି ପିନ୍ଧିବାର ଅନେକ ସ୍ଵାସ୍ଥ୍ୟଗତ ଫାଇଦା ରହିଛି।

ପ୍ରାଚୀନ ଭାରତୀୟ ଜ୍ୟୋତିଷଙ୍କ ଅନୁଯାୟୀ ରୂପା ବା ଚାନ୍ଦି ଚନ୍ଦ୍ରଙ୍କ ସହିତ ଜଡିତ। ବିଶ୍ୱାସ କରାଯାଏ ଯେ ରୂପା ଭଗବାନ ଶିବଙ୍କ ଆଖିରୁ ଉତ୍ପନ୍ନ ହୋଇଥିଲା, ଯେଉଁଥିପାଇଁ ରୂପା ସମୃଦ୍ଧିର ପ୍ରତୀକ ଅଟେ। ସିଲଭର ଆଙ୍କଲେଟ୍ ବା ରୂପା ପାଉଁଜି ପାଦରେ ଏବଂ ରୂପା ମୁଦି ପାଦ ଆଙ୍ଗୁଳିରେ ପିନ୍ଧାଯାଏ।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହି ରୂପା ପାଉଁଜି କେବଳ ପାଦର ସୌନ୍ଦର୍ଯ୍ୟ ବଢ଼ାଇଥାଏ ତାହା ନୁହେଁ, ବରଂ ଏହା ସ୍ୱାସ୍ଥ୍ୟ ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇଥାଏ। ଯେହେତୁ ଏହାକୁ ଚନ୍ଦ୍ରଙ୍କ ସହିତ ତୁଳନା କରାଯାଉଛି, ଭାରତୀୟ ସଂସ୍କୃତିରେ ରୂପା ପାଉଁଜିର ବିଶେଷ ମହତ୍ତ୍ୱ ରହିଛି।

ଖାସ କରି ଇଜିପ୍ଟ ଏବଂ ମଧ୍ୟ ପୂର୍ବ ଦେଶଗୁଡିକରେ ଏହା ସ୍ୱାସ୍ଥ୍ୟ ସହିତ ଜଡିତ ବୋଲି ମଧ୍ୟ ଦେଖାଯାଏ। ଇଜିପ୍ଟ ଏବଂ ମଧ୍ୟ ପୂର୍ବ ଦେଶଗୁଡିକରେ ଏପରି ବିଶ୍ୱାସ ଅଛି ଯେ ଆଙ୍କଲେଟ୍ ପିନ୍ଧିବା ଦ୍ଵାରା ଏହା ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ, ଏହାର ଭଲ କାରଣ ମଧ୍ୟ ରହିଛି । ରୂପା ଆଙ୍କଲେଟ୍ ପିନ୍ଧିବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କିପରି ଲାଭଦାୟକ ତାହା ଆପଣ ମଧ୍ୟ ଜାଣିବା ଉଚିତ୍।

ଶରୀରରୁ ଉର୍ଜାକୁ ବା ଶକ୍ତିକୁ ବାହାର କରେ ନାହିଁ:

ରୂପା ଏକ ପ୍ରତିକ୍ରିୟାଶୀଳ ଧାତୁ ଏବଂ ଏହା ନିଜ ଶରୀରରୁ ବାହାରୁଥିବା ଉର୍ଜା ବା ଶକ୍ତିକୁ ଶରୀରକୁ ଫେରାଇଥାଏ। ଆମର ଅଧିକାଂଶ ଶକ୍ତି ଆମ ଶରୀରରୁ ପାଦ ଏବଂ ହାତ ଦ୍ଵାରା ବାହ୍ୟ ଦୁନିଆକୁ ଛାଡିଦିଏ। ରୂପା ଓ ପିତ୍ତଳ ପରି ଧାତୁ ପିନ୍ଧିଲେ ଏକ ପ୍ରତିବନ୍ଧକ ଭାବରେ ଏହା ଆମ ଶରୀର ପାଇଁ କାର୍ଯ୍ୟ କରିଥାଏ, ଯାହା ଆମ ଶରୀରକୁ ଶକ୍ତି ଫେରାଇ ଆଣିବାରେ ସାହାଯ୍ୟ କରେ। ତେବେ ଏହି ଅଳଙ୍କାର ଗୁଡ଼ିକ ହେଉଛି, ରୂପା ମୁଦି, ଅଣ୍ଟା ବିଛା ଏବଂ ରୂପା ଆଙ୍କଲେଟ୍ ବା ପାଉଁଜି। ସେଥିପାଇଁ ଝିଅ ଓ ମହିଳାଙ୍କୁ ରୂପା ପାଉଁଜି କିମ୍ବା ରୂପା ମୁଦି ପିନ୍ଧିବା ପାଇଁ କୁହାଯାଏ।

କାହିଁକି ସୁନା ପାଉଁଜି ପିନ୍ଧିବା ବାରଣ:

ଆୟୁର୍ବେଦ ଏବଂ ଆଧୁନିକ ବିଜ୍ଞାନ ଅନୁଯାୟୀ ରୂପା ପୃଥିବୀର ଉର୍ଯା ସହିତ ଭଲ ପ୍ରତିକ୍ରିୟା କରୁଥିବାବେଳେ ସୁନା ଶରୀରର ଊର୍ଯା ଏବଂ ଆଭା ସହିତ ଭଲ ପ୍ରତିକ୍ରିୟା କରିଥାଏ । ତେଣୁ ରୂପା ପାଉଁଜି ପାଦରେ ପିନ୍ଧାଯାଏ। କରଣ ଏକ ପୃଥିବୀ ଓ ନିଜ ଶରୀରର ଶକ୍ତିକୁ ନିୟନ୍ତ୍ରଣ କରିଥାଏ। ଶରୀରର ଉପର ଅଂଶକୁ ସୁସଜ୍ଜିତ କରିବା ପାଇଁ କେବଳ ସୁନା ପିନ୍ଧାଯାଏ।

କିଟାଣୁ ନାଶକ ଗୁଣ:

anklet
Picture Credit- Medical news today

ଇତିହାସକୁ ଦେଖିଲେ ଏହା ଜଣାଯାଏ ଯେ ରୂପା ଏହାର ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ପାଇଁ ସ୍ୱୀକୃତିପ୍ରାପ୍ତ । ହଜାର ହଜାର ବର୍ଷ ପୂର୍ବେ, ଯେତେବେଳେ ନାବିକମାନେ ଦୀର୍ଘ ଯାତ୍ରା ସମୟରେ ଯାତ୍ରା କରନ୍ତି, ସେମାନେ ସେମାନଙ୍କ ସହିତ ରୂପା ମୁଦ୍ରା ନେଇଥାନ୍ତି। ସେହି ମୁଦ୍ରାଗୁଡ଼ିକୁ ପାଣି ବୋତଲରେ ରଖନ୍ତି ଓ ଦେହ ଅସୁସ୍ଥ ହେଲେ ସେମାନେ ସେହି ରୂପା ପାଣି ପିଅନ୍ତି, କାରଣ ଏହା ଶରୀରରୁ ଜୀବାଣୁକୁ ମାରିବାରେ ସାହାଯ୍ୟ କରିଥାଏ।

ପାଦ ଓ ଗୋଡକୁ ଦୁର୍ବଳ କରେ ନାହିଁ:

ରୂପା ପାଉଁଜିର ଅନ୍ୟ ଏକ ଭଲ ଗୁଣ ହେଉଛି ଏହା ପାଦକୁ ଓ ଗୋଡ଼କୁ ସୁସ୍ଥ ରଖିଥାଏ। ମହିଳାମାନେ ରୋଷେଇ ଘରେ ଘଣ୍ଟା ଘଣ୍ଟା ଛିଡ଼ା ହୋଇ କାମ କରନ୍ତି ଓ ପରେ ଶୋଇବା ସମୟରେ ଗୋଡରେ ଏବଂ ପିଠିରେ ଯନ୍ତ୍ରଣା ଅନୁଭବ କରନ୍ତି। ତେଣୁ ରୂପା ପାଉଁଜି ପିନ୍ଧିବା ଦ୍ଵାରା ଏହା ରକ୍ତ ସଞ୍ଚାଳନ କରାଇବାରେ ସାହାଯ୍ୟ କରେ । ରୂପା ଗୋଡକୁ ଦୁର୍ବଳ ହେବାକୁ ଦିଏ ନାହିଁ।

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଇଥାଏ ରୂପା ପାଉଁଜି:

ରୂପା ପିନ୍ଧିବାର ଅନ୍ୟ ଏକ ସକାରାତ୍ମକ ଗୁଣ ହେଉଛି ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ଏବଂ ହରମୋନ୍ ସନ୍ତୁଳନ ମଧ୍ୟ ଠିକ୍ ରଖିଥାଏ। ଆମ ଦେଶରେ ବିବାହିତ ମହିଳାମାନେ ରୂପା ପାଉଁଜି ପିନ୍ଧିବାରେ ମଧ୍ୟ ଏହି କାରଣ ରହିଛି। ଏହା ଗର୍ଭାଶୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ଏବଂ ମାସିକ ଋତୁସ୍ରାବକୁ କଷ୍ଟକୁ ମଧ୍ୟ ମଧ୍ୟ ହ୍ରାସ କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.