RRB: ଦଶମ ପାସ କରିଥିବା ଲୋକଙ୍କ ପାଇଁ ରେଲୱେ ବାହାରକଲା ୧୧୦୪ ପଦବୀ, ବିନା ପରୀକ୍ଷାରେ ହୋଇଯିବ ସିଲେକ୍ସନ

ଯଦି ଆପଣ ଦଶମ ପାସ କରିଛନ୍ତି ଏବଂ ସରକାରୀ ଚାକିରୀ ଖୋଜୁଛନ୍ତି ତାହେଲେ ଆପଣଙ୍କ ପାଇଁ ଆସିଛି ଏକ ସୁବର୍ଣ୍ଣ ସୁଯୋଗ। ଏବେ ଆପଣ ରେଲୱେରେ ବାହାରିଥିବା କିଛି ପଦବୀ ପାଇଁ ଆବେଦନ କରିବାର ସୁଯୋଗ ଆସିଛି। ନର୍ଥ ଇଷ୍ଟ ରେଲୱେ ଅପ୍ରେଣ୍ଟିସ ଦ୍ୱାରା ବିଭିନ୍ନ ପଦବୀରେ ନିଯୁକ୍ତି ଆଣିଛି। ସମୁଦାୟ ୧୧୦୪ ପଦବୀ ରହିଛି। ଏହି ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି ଏବଂ ଏହାର ଶେଷ ତାରିଖ ଡିସେମ୍ବର ୨୫ ପର୍ଯ୍ୟନ୍ତ ରହିଛି। ବିଭିନ୍ନ ୱାର୍କସପ ଅଥବା ୟୁନିଟରେ ନିଯୁକ୍ତି ରହିବ ବୋଲି ଆଶା କରାଯାଉଛି। ଯଦି ଆପଣ ଏହି ପଦବୀରେ ଆବେଦନ କରିବାକୁ ଚାଁହୁଛନ୍ତି ତାହେଲେ ସମସ୍ତ ସୂଚନା ଧ୍ୟାନର ସହ ପଢିବା ପରେ ଆବେଦନ କରନ୍ତୁ।

ପଦବୀର ନାମ

fitter
welder
electrician
Painter
Carpenter
Mshinist

ଯୋଗ୍ୟତା

ଏହି ପଦବୀ ପାଇଁ ଦଶମ ପାସ କରିଥିବା ବ୍ୟକ୍ତି ଆବେଦନ କରିପାରିବେ ଓ ଆବେଦନକାରୀଙ୍କ ନିକଟରେ ଆଇଟିଆଇ ସାର୍ଟିଫିକେଟ ମଧ୍ୟ ରହିବା ଆବଶ୍ୟକ।

ବୟସସୀମା

ଆବେଦନକାରୀଙ୍କ ବୟସ ୧୫ ବର୍ଷରୁ କମ ହୋଇନଥିବା ଆବଶ୍ୟକ, ଏହାସହିତ ଡିସେମ୍ବର ୨୫ ତାରିଖକୁ ୨୪ ବର୍ଷରୁ ଅଧିକ ନହୋଇଥିବା ଆବଶ୍ୟକ।

ଆବେଦନ ଫିସ– ୧୦୦ ଟଙ୍କା

ଏହି ଆଧାରରେ ହେବ ଚୟନ

ଆବେଦନକାରୀଙ୍କ ଚୟନ ଦଶମ ଶ୍ରେଣୀ ମାର୍କ ଆଧାରରେ କରାଯିବ।

ଏପରି କରନ୍ତୁ ଆବେଦନ ଇଛୁକ ପ୍ରାର୍ଥୀ ନର୍ଥ ଇଷ୍ଟ ରେଲୱେର ୱେବସାଇଟ ner.indianrailways.gov.in କୁ ଯାଇ ଆବେଦନ କରିପାରିବେ। ଏହାବ୍ୟତୀତ ତଳେ ଥିବା ଲିଙ୍କ ଉପରେ କ୍ଲିକ କରି ଆପଣ ଆବେଦନ କରିପାରିବେ।

Railway Job Apply Online

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.