ରେଲୱେରେ ଚାକିରି କରିବାର ସୁଯୋଗ, ଜାଣନ୍ତୁ କେମିତି ପାଇବେ

ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଯୁବପିଢିଙ୍କ ପାଇଁ ରେଳବାଇରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ରେଲୱେ ରିକ୍ରୁଟମେଣ୍ଟ ସେଲ(RRC) ଗ୍ରୁପ ସି ପଦରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି। ଏହି ଭର୍ତ୍ତି ୱେଷ୍ଟର୍ଣ୍ଣ ରେଲୱେ ସ୍ପୋଟର୍ସ କୋଟା ଅଧିନରେ କରାଯିବ। ତେଣୁ ଯୋଗ୍ଯ ଏବଂ ଇଚ୍ଛୁକ ପ୍ରାର୍ଥୀ RRC ର ୱେବସାଇଟ rrc-wr.com କୁ ଯାଇ ଆବେଦନ କରିପାରିବେ। ଆବେଦନ ପ୍ରକ୍ରିୟା ୪ ଅଗଷ୍ଟରୁ ଆରମ୍ଭ ହୋଇ ସେପ୍ଟେମ୍ବର ୩ ତାରିଖ ଯାଏଁ ଚାଲିବ।

ସ୍ପୋଟର୍ସ ଯୋଗ୍ଯତା ଜରୁରୀ: ଓେ୍ବଷ୍ଟର୍ଣ୍ଣ ରେଲୱେ କୋଟା ଅଧିନରେ ୨୧ଟି ପଦବୀରେ ଭର୍ତ୍ତି ହେବ। ତେଣୁ ସର୍ବନିମ୍ନ ସ୍ପୋଟର୍ସ ଯୋଗ୍ଯତା ରହିଥିବା ଜରୁରୀ। ଯୋଗ୍ଯତା ଦେଖିବା ପାଇଁ ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯାଇ ଭିଜିଟ କରିପାରିବେ।

କିଏ କରିପାରିବେ ଆବେଦନ: ଅଲଗା ଅଲଗା ପଦବୀ ପାଇଁ ଭିନ୍ନ ଭିନ୍ନ ଯୋଗ୍ଯତା ଆବଶ୍ଯକ। ଏଥିରେ ସ୍ପୋଟର୍ସ ଯୋଗ୍ଯତା ଛଡା ଗ୍ରାଜୁଏସନ ଠାରୁ ଆରମ୍ଭ କରି ୧୨ଶ ପାସ୍ ପ୍ରାର୍ଥୀ ମଧ୍ୟ ଆବେଦନ କରିପାରିବେ।

ବୟସ ସୀମା: ୧୮ରୁ ୨୫ ବର୍ଷୀୟ ଯୁବକ ଆବେଦନ କରିପାରିବେ।

ଏମିତି କରନ୍ତୁ ଆବେଦନ: ଆବେଦନ ପ୍ରକ୍ରିୟା ଅନଲାଇନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ୩ ସେପ୍ଟେମ୍ବର ରହିଛି। ୩ ସେପ୍ଟେମ୍ବର ପୂର୍ବରୁ ଅଫିସିଆଲ ୱେବସାଇଟ rrc-wr.comକୁ ଯାଇ ଭିଜିଟ କରିପାରିବେ। ଆବେଦନ କରିବାସମୟରେ ସମସ୍ତ ଡକ୍ଯୁମେଣ୍ଟ ଜମା କରିବା ଜରୁରୀ।

କେମିତି ହେବ ଚୟନ: ଚୟନ ପାଇଁ ଖେଳ ଆଧାରରେ କରାଯିବ। ଏହାଛଡା ଶିକ୍ଷାଗତ ଯୋଗ୍ଯତା ପରୀକ୍ଷଣ ଏବଂ ମୂଲ୍ଯାଙ୍କନ ଆଧାରରେ ମଧ୍ୟ ହେବ। ପ୍ରଥମେ ପ୍ରାର୍ଥୀଙ୍କୁ ଟ୍ରାଏଲ ଦେବାକୁ ହେବ। ଏଥିରେ ଫିଟ ହେଉଥିବା ପ୍ରାର୍ଥୀ ଆଗାମୀ ପର୍ଯ୍ଯାୟ ପାଇଁ ସିଲେକ୍ଟ ହେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.