ମାତ୍ର ଥରେ ପ୍ରିମିୟମ୍‌ ଭରି ମାସକୁ ପାଆନ୍ତୁ ୧୨,୦୦୦ ଟଙ୍କା, ଏଲଆଇସିର ଜବରଦସ୍ତ ପଲିସି

ଏବେ କରୋନା ମହାମାରୀ ସମସ୍ତଙ୍କ ଜୀବନ ଜୀବିକାକୁ ବହୁତ ମାତ୍ରାରେ ପ୍ରଭାବିତ କରିଛି। କିଏ ଚାକିରି ହରାଇଛନ୍ତି ତ ଆଉ କିଏ ଆର୍ଥିକ ସ୍ଥିତିକୁ ନେଇ ଚିନ୍ତାରେ। ତେବେ ଏହି ସବୁ ପରିସ୍ଥିତିରେ ଆପଣଙ୍କୁ ବହୁତ ବଡ ସାହାଯ୍ୟ କରିଥାଏ ବୀମା। ଏମିତି ତ ଏଲଆଇସିର ବହୁତ ବୀମା ଉପଲବ୍ଧ ରହିଛି, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ବୀମା ବିଷୟୟରେ ଜଣାଇବୁ ଯେଉଁଥିରେ ଆପଣ ଥରେ ମାତ୍ର ପ୍ରିମିୟମ ଭରି ପେନସନ୍‌ ପାଇପାରିବେ।

ତେବେ ପେନସନ୍ କଥା ଶୁଣିଲେ ୬୦ ବର୍ଷ ପରେ ମିଳିଥାଏ ବୋଲି ମନକୁ ଆସିଥାଏ । ହେଲେ ଏହି ନିୟମକୁ LIC ବଦଳାଇ ଦେଇଛି । ଏବେ ଆପଣଙ୍କୁ ପେନସନ୍ ପାଇଁ ୬୦ ବର୍ଷ ଅପେକ୍ଷା କରିବାକୁ ପଡ଼ିବନି । ଥରେ ପ୍ରିମିୟମ ଦେବେ ଏବଂ ମାସିକ ୧୨ ହଜାର ଟଙ୍କା ପାଇବେ। ଶୁଣିବାକୁ ଅସମ୍ଭବ ଲାଗୁଥିଲେ ବି ଏମିତି ଏକ ଚମତ୍କାର ଅଫର ଆଣିଛି ଏଲଆଇସି । LICର ଏହି ସ୍କିମ୍ ଯେଉଁଥିରେ ଆପଣଙ୍କୁ ୬୦ ନୁହେଁ ବରଂ ୪୦ ବର୍ଷରୁ ପେନସନ୍ ମିଳିବା ଆରମ୍ଭ ହୋଇଯିବ । ଆମେ ଆପଣଙ୍କୁ କହୁଛୁ ଏଲଆଇସିର ସରଳ ପେନସନ୍‌ ଯୋଜନା ବିଷୟରେ। ଆସନ୍ତୁ ଜାଣିବା କ’ଣ ଏହି ସରଳ ପେନସନ୍ ଯୋଜନା ଓ କେମିତି ଏହାର ଲାଭ ଉଠାଇ ପାରିବେ ।

ସରଳ ପେନସନ୍ ଯୋଜନା ଏକ ସିଙ୍ଗିଲ ପ୍ରିମିୟମ ପେନସନ୍ ପ୍ଲାନ୍ । ପଲିସି ନେବା ସମୟରେ ଆପଣଙ୍କୁ ମାତ୍ର ଥରେ ପ୍ରିମିୟମ୍ ଦେବାକୁ ପଡ଼ିବ । ଏହାପରେ ପୂରା ଜୀବନ ଆପଣଙ୍କୁ ପେନସନ୍ ମିଳିବ । ପେନସନଧାରୀଙ୍କ ମୃତ୍ୟୁ ହୋଇଗଲେ ତାଙ୍କ ନୋମିନିଙ୍କୁ ପ୍ରିମିୟମର ପୂରା ଟଙ୍କା ଫେରସ୍ତ ମିଳିଯିବ । ଏହା ଏକ ଇମିଡିଏଟ ୟୁନିଟି ପ୍ଲାନ୍ । ଅର୍ଥାତ ପଲିସି ନେବା ପରେ ହିଁ ଆପଣଙ୍କୁ ପେନସନ୍ ମିଳିବା ଆରମ୍ଭ ହୋଇଯିବ । ପଲିସି ନେବା ପରେ ଆପଣ ଯେତେ ଟଙ୍କା ପେନସନ୍ ପାଇବେ ସେତିକି ହିସାବରେ ପ୍ରତିମାସ ପୂରା ଜୀବନ ମିଳିବ ।

ଏହି ପଲିସିରେ ସିଙ୍ଗଲ ଲାଇଫ ଏବଂ ଜଏଣ୍ଟ ଲାଇଫ୍ ନାମକୁ ଦୁଇ ପ୍ରକାର ପ୍ଲାନ ରହିଛି । ସିଙ୍ଗଲ ଲାଇଫରେ ଆପଣ ଯେବେ ପର୍ଯ୍ୟନ୍ତ ଜୀବିତ ଅଛନ୍ତି ସେଯାଏଁ ପେନସନ ଏବଂ ମୃତ୍ୟୁ ପରେ ନୋମିନିଙ୍କୁ ବେସ୍ ପ୍ରିମିୟମ ପ୍ରଦାନ କରାଯିବ । ଜଏଣ୍ଟ ଲାଇଫରେ ପତି-ପତ୍ନୀଙ୍କୁ ଜୀବିତ ଥିବା ଯାଏଁ ପେନସନ ଏବଂ ନୋମିନିଙ୍କୁ ବେସ ପ୍ରିମିୟମ ପ୍ରଦାନ କରାଯିବ । ୪୦ରୁ ୮୦ ବର୍ଷ ବୟସ୍କ ବ୍ୟକ୍ତି ଏହି ପଲିସି ନେଇ ପାରିବେ ।

ପଲିସିର ବିଶେଷତ୍ୱ:

ପଲିସି ନେବା ମାତ୍ରକେ ହିଁ ଆପଣଙ୍କର ପେନସନ ପ୍ଲାନ ଆରମ୍ଭ ହୋଇଯିବ । ତେବେ ପେନସନ ମାସିକ, ତ୍ରୈମାସିକ, ଷଣ୍ମାଷିକ ବା ବାର୍ଷିକ ରହିବ ଏହା ଆପଣଙ୍କ ଉପରେ ନିର୍ଭର କରିବ । ଉଭୟ ଅନଲାଇନ ଏବଂ ଅଫଲାଇନରେ ଆପଣ ଏହି ଅର୍ଥ କାଢି ପାରିବେ । ସର୍ବନିମ୍ନ ୧୨ ହଜାର ଟଙ୍କାରୁ ଏହି ପଲିସି ଆରମ୍ଭ ହେଉଥିବା ବେଳେ ସର୍ବାଧିକ ରାଶିର କୌଣସି ସୀମା ନାହିଁ । ଏହି ପଲିସି ଧାରକଙ୍କ ପଲିସି ନେବାର ୬ ମାସ ମଧ୍ୟରେ ଲୋନ୍ ମଧ୍ୟ ମିଳିପାରିବ । ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ପଲିସିକୁ ଆପଣ ଉଭୟ ଅଫଲାଇନ ଏବଂ ଅନଲାଇନ ମାଧ୍ୟମରେ ନେଇପାରିବେ। ଏହି ସ୍କିମର ଲାଭ କେବଳ ୪୦ ବର୍ଷରୁ ୮୦ ବର୍ଷ ବୟସର ବ୍ୟକ୍ତି ଉଠାଇପାରିବେ।

ଅଧିକ ବିବରଣୀ ପାଇଁ ଆପଣ ଏଲଆଇସିର ଅଫିସିଆଲ େଓ୍ଵବସାଇଟକୁ ଯାଇ ପଲିସିର ସମ୍ପୂର୍ଣ୍ଣ ତଥ୍ୟ ପାଇପାରିବେ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.