ଅଶୁଭ ଶନିବାର: ସୋରରେ ଯାତ୍ରୀବାହୀ ବସ୍‌କୁ ପଛ ପଟୁ ଧକ୍କା ଦେଲା ଟ୍ରକ, ୬ ଜଣଙ୍କ ଗଲା ଜୀବନ

ସୋର(କେନ୍ୟୁଜ୍): ଦୁର୍ଘଟଣାର ଦିନ । ଆଜି ବାଲେଶ୍ୱର ଜିଲ୍ଲା ସୋର ଓ ସୋନପୁରରେ ଦୁଇଟି ପୃଥକ ପୃଥକ ଦୁର୍ଘଟଣାରେ ୧୦ଜଣଙ୍କ ଜୀବନ ଯାଇଛି । ସୋରରେ ଏକ ଯାତ୍ରୀବାହୀ ବସ୍‌କୁ ପଛ ପଟୁ ଟ୍ରକ ଧକ୍କା ଦେବାରୁ ୬ ଜଣଙ୍କ ମୃତ୍ୟୁ ଘଟିଛି । ୨୦ରୁ ଅଧିକ ଆହତଙ୍କୁ ସୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ଉଭୟ ବସ୍‌ ଓ ଟ୍ରକ ତଳକୁ ଓଲଟି ପଡ଼ିଥିଲେ। ଘଟଣାସ୍ଥଳରେ କ୍ରେନ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସୋର ଥାନା ପୋଲିସ୍‌, ଅଗ୍ନିଶମ ବାହିନୀ, ଜାତୀୟ ରାଜପଥ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ୧୬ ନମ୍ବର ଜାତୀୟ ରାଜପଥର ବିଦୁ ଛକ ନିକଟରେ ଦୁର୍ଘଟଣା ଘଟିଛି ।

ଉଦଳାରୁ ଭୁବନେଶ୍ଵର ଅଭିମୁଖେ ଆସୁଥିବା ଘରୋଇ ବସ୍‌ ଶାନ୍ତିଲତା ବିଦୁ ଛକ ନିକଟରେ ଠିଆ ହୋଇଥିବା ବେଳେ ପଛରୁ ଆସୁଥିବା ଏକ କୋଇଲା ବୋଝେଇ ଟ୍ରକ ଏହାକୁ ଧକ୍କା ଦେଇଥିଲା । ଫଳରେ ବସ୍‌ଟି ଭାରସାମ୍ୟ ହରାଇ ୧୦ ଫୁଟ୍‌ ତଳକୁ ଓଲଟି ପଡିଥିଲା । ବସ୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୫ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ବର୍ଷକର ଶିଶୁ  ଥିବା ସୂଚନା ମିଳିଛି । ୨୦ରୁ ଅଧିକ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.